Videos
|
Sports

Mohammed Siraj Dropped / ସିରାଜଙ୍କୁ କାହିଁକି ମିଳିଲାନି ଟିମ୍‌ରେ ସ୍ଥାନ ? ମୁହଁ ଖୋଲିଲେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍‌, କହିଲେ...

Santosh Kumar Sahoo
Browse all articles by Santosh Kumar Sahoo
·36 mins ago·2 min read
ସିରାଜଙ୍କୁ କାହିଁକି ମିଳିଲାନି ଟିମ୍‌ରେ ସ୍ଥାନ ? ମୁହଁ ଖୋଲିଲେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍‌, କହିଲେ...
Mohammed Siraj Dropped

Key Points

ସିରାଜଙ୍କୁ ନେଇ ବଡ଼ ବୟାନ ଦେଲେ କୋଚ୍
ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କଲେ ସମର୍ଥନ
କହିଲେ, ସିରାଜଙ୍କୁ ବାଦ୍ ଦେବା ଭୁଲ୍ ନୁହେଁ !


ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହେବା ପରେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟକଙ୍କୁ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ନ ମିଳିବା ନେଇ ପ୍ରଶ୍ନ କରାଯାଇଥିଲା । ସିରାଜଙ୍କୁ ଦଳରୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ କ୍ରିକେଟ ଜଗତରେ ଅସନ୍ତୋଷ ଦେଖାଦେଇଛି । ମ୍ୟାଚ୍‌ରେ କମେଣ୍ଟ୍ରି କରୁଥିବା କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ପୂର୍ବତନ କ୍ରିକେଟର ୱାସିମ ଜାଫର ଓ ଆକାଶ ଚୋପ୍ରା ମଧ୍ୟ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ତେବେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି ମାନିବାକୁ ନାରାଜ । ସେ କହିଛନ୍ତି ଯେ, ସିରାଜଙ୍କ ସହ କୌଣସି ସମସ୍ୟା ନାହିଁ । ଦଳର ପରିସ୍ଥିତି ଓ ଆବଶ୍ୟକତାକୁ ଦେଖି ଶ୍ରେଷ୍ଠ ୧୧ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ।

କୋଟକ କହିଛନ୍ତି, “ମହମ୍ମଦ ସିରାଜଙ୍କ ସହ କିଛି ବି ଭୁଲ୍ ହୋଇନାହିଁ । ଯେତେବେଳେ ଆମେ ପ୍ଲେଇଂ ଇଲେଭେନ ଚୟନ କଲୁ, ସେତେବେଳେ ଆମକୁ ଏହି ୧୧ ଜଣ ଖେଳାଳି ସବୁଠାରୁ ଭଲ ଲାଗିଥିଲେ। ମୋତେ ଲାଗୁନାହିଁ ଯେ ସିରାଜଙ୍କୁ ବାଦ୍ ଦେବା କୌଣସି ଭୁଲ୍ ନିଷ୍ପତ୍ତି ।”

ଅନ୍ୟପଟେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂକୁ ନେଇ ମଧ୍ୟ ସେ ପକ୍ଷ ରଖିଛନ୍ତି । କୋଟକଙ୍କ ମତରେ ପ୍ରସିଦ୍ଧ ଜଣେ ଆକ୍ରମଣାତ୍ମକ ବୋଲର । ସେ ୱିକେଟ୍ ନେବା ସହ ରନ୍ ମଧ୍ୟ ଦେଇପାରନ୍ତି । ସେ କହିଛନ୍ତି, “ଲୋକମାନେ ସେତେବେଳେ ତାଙ୍କୁ ପସନ୍ଦ କରନ୍ତି, ଯେତେବେଳେ ସେ ୱିକେଟ୍ ନିଅନ୍ତି। କିନ୍ତୁ ରନ୍ ଦେଲେ ତାଙ୍କୁ ପସନ୍ଦ କରନ୍ତି ନାହିଁ ।”
ପ୍ରଥମ ଦିନର ଖେଳରେ ପ୍ରସିଦ୍ଧ କ୍ରିଷ୍ଣା ଓ ୱାଶିଂଟନ ସୁନ୍ଦର କୌଣସି ୱିକେଟ୍ ନେଇପାରିନଥିଲେ । ଉଭୟଙ୍କ ବୋଲିଂରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ମାନେ ନିୟମିତ ବାଉଣ୍ଡରୀ ହାସଲ କରିଥିଲେ । ଫଳରେ ମ୍ୟାଚ୍‌ରେ ଭାରତର ଦବଦବା କମିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏକ ସମୟରେ ନ୍ୟୁଜିଲାଣ୍ଡ ମାତ୍ର ୭୦ ରନ୍‌ରେ ୫ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । କିନ୍ତୁ ହେନରୀ ନିକୋଲ୍ସ ଓ ଗ୍ଲେନ୍ ଫିଲିପ୍ସଙ୍କ ମଧ୍ୟରେ ହୋଇଥିବା ଦମଦାର ପାର୍ଟନରସିପ୍‌ ମ୍ୟାଚ୍‌ର ଚିତ୍ର ବଦଳାଇ ଦେଇଥିଲା । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ୱିକେଟ୍ ହରାଇ ୨୪୩ ରନ୍ ସଂଗ୍ରହ କରିଛି। ନିକୋଲ୍ସ ୧୧୩ ରନ୍ ଏବଂ ଫିଲିପ୍ସ ୯୪ ରନ୍ କରି ଅପରାଜିତ ଅଛନ୍ତି ।

ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର ସିରାଜଙ୍କୁ ଦଳରେ ସାମିଲ ନ କରିବା ନିଷ୍ପତ୍ତିକୁ ନେଇ ତୀବ୍ର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ 'ଏକ୍ସ'ରେ ଲେଖିଛନ୍ତି ଯେ, ନ୍ୟୁଜିଲାଣ୍ଡ ଦଳରେ ଅଧିକ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଥିବାରୁ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଚୟନ କରିବା ନିଷ୍ପତ୍ତିକୁ ବୁଝିହେଉଛି । କିନ୍ତୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ୍ ଦେବା ଆଶ୍ଚର୍ଯ୍ୟଜନକ ।

ସେହିପରି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ ନିଜ 'ଏକ୍ସ' ଆକାଉଣ୍ଟରେ ଲେଖିଛନ୍ତି, “ସିରାଜ ଓ ଜାଡେଜାଙ୍କ ପ୍ଲେଇଂ ଇଲେଭେନରେ ନ ରହିବା ସତରେ ଆଶ୍ଚର୍ଯ୍ୟଜନକ ।”