Rohit Sharma Funny Reply / କାହିଁକି ନିଜ ନୂଆ କାର୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦେବେନି ରୋହିତ ଶର୍ମା ? ନିଜେ କହିଲେ କାରଣ
·1 hour ago·2 min read

Key Points
ବୈଭବଙ୍କୁ କାର୍ ଚଳାଇବାକୁ ଦେବେନି ହିଟ୍ମ୍ୟାନ୍
ରୋହିତ ଶର୍ମା କହିଲେ ମଜାଦାର କାରଣ
ଉତ୍ତର ଶୁଣି ହସିବେ ଫ୍ୟାନ୍ସ
ରୋହିତ ଶର୍ମା କହିଲେ ମଜାଦାର କାରଣ
ଉତ୍ତର ଶୁଣି ହସିବେ ଫ୍ୟାନ୍ସ
ଭାରତୀୟ କ୍ରିକେଟ୍ରେ ଯେତେବେଳେ ରୋହିତ ଶର୍ମାଙ୍କ ନାଁ ଆସେ, ସେତେବେଳେ ତାଙ୍କ ଖେଳ ସହ ମଜାଳିଆ ଅନ୍ଦାଜ ମଧ୍ୟ ଚର୍ଚ୍ଚାକୁ ଆସିଥାଏ । ଏଥର ଏକ ଟିଭି ଶୋ・ରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ହିଟମ୍ୟାନ୍ ।
ଏକ ଶୋ'ରେ ରୋହିତଙ୍କୁ ପଚରାଯାଇଥିଲା ଯେ, ଯଦି ସେ ଏକ ନୂଆ କାର୍ କିଣନ୍ତି, ତେବେ କେଉଁ କ୍ରିକେଟରଙ୍କୁ ସେହି କାର୍ ଚଳାଇବାକୁ ଦେବେ ନାହିଁ ? ଏହାର ଉତ୍ତରରେ ସେ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ନେଇଥିଲେ । ଏହା ପଛର କାରଣ ତାଙ୍କ ବୟସ ସହ ଜଡ଼ିତ ବୋଲି କୁହାଯାଉଛି ।
ଟିଭି ଶୋ’ରେ ରୋହିତଙ୍କ ମଜାଳିଆ ଉତ୍ତର
ରୋହିତ ଶର୍ମା ଏବେ ଏକ ଜାତୀୟ ଟିଭିର କାର୍ଯ୍ୟକ୍ରମ ・ଫ୍ୟାମିଲି ଫୁଲ୍ ହାଉସ୍・ରେ ହୋଷ୍ଟ ଭାବେ ନଜର ଆସୁଛନ୍ତି । ଏହି ସମୟରେ ରୋହିତଙ୍କୁ ପଚରାଯାଇଥିଲା ଯେ, ସେ ନୂଆ କାର୍ କିଣିଲେ କେଉଁ କ୍ରିକେଟରଙ୍କୁ ତାହା ଚଳାଇବାକୁ ଦେବେ ନାହିଁ ? ଉତ୍ତରରେ ସେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ନେଇଥିଲେ । ତାଙ୍କର ଏହି ଉତ୍ତର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ବୈଭବଙ୍କ ବୟସ ହିଁ ମୁଖ୍ୟ କାରଣ !
ବୈଭବ ସୂର୍ଯ୍ୟବଂଶୀ ଏବେ ମାତ୍ର ୧୫ ବର୍ଷ ବୟସର । ଭାରତରେ ସାଧାରଣତଃ ବ୍ୟକ୍ତିଗତ କାର୍ ଚଳାଇବା ପାଇଁ ୧୮ ବର୍ଷ ବୟସ ପୂରଣ କରିବା ସହ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିବା ଆବଶ୍ୟକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ ବୈଭବଙ୍କ ନାଁ ନେଇ ରୋହିତ ମଜାଳିଆ ଢଙ୍ଗରେ କହିଥିଲେ ଯେ, ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ, ତେଣୁ ତାଙ୍କୁ କାର୍ ଚଳାଇବାକୁ ଦେବେ ନାହିଁ । ରୋହିତଙ୍କ ଏହି ଉତ୍ତରରେ ତାଙ୍କର ମଜାଳିଆ ସ୍ୱଭାବକୁ ପୁଣି ଥରେ ସାମ୍ନାକୁ ଆସିଛି ।
ବୈଭବଙ୍କୁ ମିଳିଛି ନୂଆ ଟାଟା ସିଏରା SUV
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୬ରେ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିଥିଲେ। ତାଙ୍କର ଏହି ପ୍ରଦର୍ଶନ ପରେ ତାଙ୍କୁ ଏକ ନୂଆ ଟାଟା ସିଏରା SUV ମିଳିଥିଲା । ତେବେ ବୟସ କମ୍ ଥିବାରୁ ସେ ଏବେ ଆଇନଗତ ଭାବେ ନିଜେ କାର୍ ଚଳାଇପାରିବେ ନାହିଁ । ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ତାଙ୍କୁ ୧୮ ବର୍ଷ ବୟସ ପୂରଣ କରିବାକୁ ପଡ଼ିବ ।
କମ୍ ବୟସରେ କ୍ରିକେଟ୍ ଜଗତରେ ବଡ଼ ପରିଚୟ
ବୈଭବ ସୂର୍ଯ୍ୟବଂଶୀ ନିଜ ଧୁଆଁଧାର ବ୍ୟାଟିଂ ପାଇଁ ଅଳ୍ପ ସମୟ ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ମନ ଜିତିଛନ୍ତି । ତାଙ୍କ ବୟସ ଓ ପ୍ରଦର୍ଶନକୁ ଦେଖି ଭବିଷ୍ୟତରେ ତାଙ୍କଠାରୁ ଅନେକ ଆଶା ରଖାଯାଉଛି ।

Related Topics
Explore more stories