Videos
|
Sports

Team India Sri Lanka Tour / ଶ୍ରୀଲଙ୍କା ଗଲା ଟିମ୍ ଇଣ୍ଡିଆ, କିନ୍ତୁ ଜଣେ ଖେଳାଳି ରହିଗଲେ ଭାରତରେ...ଜାଣନ୍ତୁ କାରଣ କ'ଣ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶ୍ରୀଲଙ୍କା ଗଲା ଟିମ୍ ଇଣ୍ଡିଆ, କିନ୍ତୁ ଜଣେ ଖେଳାଳି ରହିଗଲେ ଭାରତରେ...ଜାଣନ୍ତୁ କାରଣ କ'ଣ ?
Team India

Key Points

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ
ଦଳ ସହ ଯାଇନାହାନ୍ତି ଏହି ଷ୍ଟାର ଖେଳାଳି
ଜାଣନ୍ତୁ ଏହା ପଛର କାରଣ ?
ଅଗଷ୍ଟ ୧୫ରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ତେବେ ଏହି ଟେଷ୍ଟ ସିରିଜ୍‌ ଆରମ୍ଭ ପୂର୍ବରୁ ଅଗଷ୍ଟ ୭ରୁ ଭାରତୀୟ ଦଳ ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ତିନି ଦିନିଆ ୱାର୍ମଅପ୍‌ ମ୍ୟାଚ୍‌ ଖେଳିବ । ସିରିଜ୍‌ ପାଇଁ ମଙ୍ଗଳବାର ଟିମ୍‌ ଇଣ୍ଡିଆ ମୁମ୍ବାଇରୁ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି । ତେବେ ଏହି ଗସ୍ତର ଏକ ଘଟଣାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି । ଶ୍ରୀଲଙ୍କା ବିପକ୍ଷରେ ଘୋଷଣା ହୋଇଥିବା ୧୫ ଜଣିଆ ଦଳରୁ କେବଳ ୧୪ ଜଣ ଖେଳାଳି ଦଳ ସହ ଯାଇଥିବା ବେଳେ ଜଣେ ଖେଳାଳି ଭାରତରେ ରହିଯାଇଛନ୍ତି ।

ସେହି ଖେଳାଳି ହେଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍‌ ସାଇ ସୁଦର୍ଶନ । ସେ ଦଳ ସହ ବିମାନବନ୍ଦରରେ ନଜର ଆସିନଥିଲେ । ଏହାପରେ ସେ କାହିଁକି ଟିମ୍‌ ସହ ଯାଇନାହାନ୍ତି, ତାହାକୁ ନେଇ ଚର୍ଚ୍ଚା ବଢ଼ିଛି ।

ବାସ୍ତବରେ, ଦଳ ଘୋଷଣା ସମୟରେ ବିସିସିଆଇ ସ୍ପଷ୍ଟ କରିଥିଲା ଯେ ସାଇ ସୁଦର୍ଶନ ଓ ଜସପ୍ରୀତ ବୁମରାହଙ୍କ ଖେଳିବା ଫିଟ୍‌ନେସ୍‌ ଉପରେ ନିର୍ଭର କରିବ । ପରେ ବୁମରାହ ଫିଟ୍‌ନେସ୍‌ ପରୀକ୍ଷାରେ ପାସ୍‌ ହୋଇପାରିନଥିବାରୁ ତାଙ୍କ ବଦଳରେ ଆକିବ୍‌ ନବୀଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ସାଇ ସୁଦର୍ଶନଙ୍କୁ ନେଇ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହିଁ ।



ବୁମରାହଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା ବେଳେ ମଧ୍ୟ ବୋର୍ଡ କହିଥିଲା ଯେ ସୁଦର୍ଶନଙ୍କ ଚୟନ ତାଙ୍କ ଫିଟ୍‌ନେସ୍‌ ରିପୋର୍ଟ ଉପରେ ନିର୍ଭର କରିବ । ଏବେ ବିସିସିଆଇ ତାଙ୍କୁ ଶ୍ରୀଲଙ୍କା ପଠାଇବ କି ନାହିଁ, ତା'ପରେ ସମସ୍ତଙ୍କ ନଜର ରହିଛି ।

ଟେଷ୍ଟ କ୍ୟାରିୟର କଥା କହିଲେ, ସାଇ ସୁଦର୍ଶନ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ୧୨ଟି ଇନିଂସରେ ସେ ୩୧.୯୧ ହାରରେ ୩୮୩ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକ ରହିଥିବା ବେଳେ ତାଙ୍କ ସର୍ବାଧିକ ସ୍କୋର ୮୭ ରନ୍‌ ରହିଛି ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ:

ଶୁବମନ ଗିଲ୍‌ (ଅଧିନାୟକ), କେ.ଏଲ୍‌. ରାହୁଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ଋଷଭ ପନ୍ତ (ୱିକେଟ୍‌କିପର), ସାଇ ସୁଦର୍ଶନ (ଫିଟ୍‌ନେସ୍‌ ଉପରେ ନିର୍ଭର), ଧ୍ରୁବ ଜୁରେଲ (ୱିକେଟ୍‌କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପଡିକ୍କଲ, ସାରାଂଶ ଜୈନ ଓ ଆକିବ୍‌ ନବୀ

ସିରିଜ୍‌ କାର୍ଯ୍ୟସୂଚୀ:

ଅଗଷ୍ଟ ୭ରୁ: ଭାରତ ବନାମ ଶ୍ରୀଲଙ୍କା XI (୩ ଦିନିଆ ୱାର୍ମଅପ୍‌ ମ୍ୟାଚ୍‌)
ପ୍ରଥମ ଟେଷ୍ଟ: ଅଗଷ୍ଟ ୧୫–୧୯, ଗାଲେ ଆନ୍ତର୍ଜାତୀୟ ଷ୍ଟାଡିୟମ, ଗାଲେ
ଦ୍ୱିତୀୟ ଟେଷ୍ଟ: ଅଗଷ୍ଟ ୨୩–୨୭, ସିଂହଲିଜ୍‌ ସ୍ପୋର୍ଟ୍ସ କ୍ଲବ, କଲମ୍ବୋ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: