Cricket News / ୨୦୨୫ ବିଶ୍ବକପ ଜିତିବା ପରେ ଅବସର ନେବେ ଭାରତୀୟ ମହିଳା ଟିମର କ୍ୟାପଟେନ ହରମନପ୍ରୀତ?
·8 months ago·2 min read

Key Points
ହରମନପ୍ରୀତ କୌର ମ୍ୟାଚ ପରେ ସନ୍ନ୍ୟାସକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି। ମୁଁ କେବଳ ବିଶ୍ବକପ ଜିତିବାର ମୁହୂର୍ତ୍ତକୁ ଅପେକ୍ଷା କରିଥିଲି। ତେବେ ସେହି ମୁହୂର୍ତ୍ତ ସତରେ ଆସିଗଲା।
ମହିଳା ବିଶ୍ବକପ ୨୦୨୫ରେ ଭାରତୀୟ ଟିମ ଜବରଦସ୍ତ ପ୍ରଦର୍ଶନ କରି ଚାମ୍ପିଅନ ହୋଇଛନ୍ତି। କାରଣ ଲିଗ ମ୍ୟାଚରେ ଭାରତୀୟ ଟିମ ଲଗାତାର ୩ଟି ମ୍ୟାଚ ହାରିଥିଲା। କିନ୍ତୁ ଏହାପରେ ଭାରତୀୟ ମହିଳା ଟିମ ଶାନଦାର କମବ୍ୟାକ କରିଥିଲା। ଏବଂ ଫାଇନାଲ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲା। ତେବେ ୫୨ ବର୍ଷର ଇତିହାସରେ ଭାରତୀୟ ମହିଳା ଟିମ ପ୍ରଥମ ଥର ବିଶ୍ବକପ ଜିତିଛି। ଆଉ ଚାରିଆଡୁ ଏଥିପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। କିନ୍ତୁ ବିଶ୍ବକପ ମ୍ୟାଚ ପରେ ଚର୍ଚ୍ଚା ହେଉଛି ଭାରତୀୟ ମହିଳା ଟିମ୍ର କ୍ୟାପଟେନ ହରମନପ୍ରୀତ କୌର ଅବସର ନେଇପାରନ୍ତି। ହରମନପ୍ରୀତ ନିଜେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।
ଏହାସହ ପଢ଼ନ୍ତୁ: ଭାରତ ବିଶ୍ବବଜୟୀ ହେବା ପରେ ଭାବୁକ ହେଲେ ଶେଫାଳୀ; କହିଲେ, 'ଭଗବାନ ମୋତେ ପଠାଇଛନ୍ତି...'
ହରମନ କଣ କହିଛନ୍ତି?
ହରମନପ୍ରୀତ କୌର ମ୍ୟାଚ ପରେ ସନ୍ନ୍ୟାସକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି। ମୁଁ କେବଳ ବିଶ୍ବକପ ଜିତିବାର ମୁହୂର୍ତ୍ତକୁ ଅପେକ୍ଷା କରିଥିଲି। ତେବେ ସେହି ମୁହୂର୍ତ୍ତ ସତରେ ଆସିଗଲା। ଆଉ ଏବେ ଏହାକୁ ଅଭ୍ୟାସରେ ବଦଳାଇବା ଦରକାର। "ଏହା ଆରମ୍ଭ ଶେଷ ନୁହେଁ।" ଆସନ୍ତାବର୍ଷ ବିଶ୍ବକପ ମ୍ୟାଚ ସହ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଅଛି। ବହୁତ ସାରା ସୁଯୋଗ ଆସିବାର ଅଛି। ଆଉ ଆମକୁ କେବଳ ଆହୁରି ଅଭ୍ୟାସ କରିବାର ଅଛି। ଆଉ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାର ଅଛି।
ଏହାସହ ପଢ଼ନ୍ତୁ: ଭାରତର ବିଜୟ ପରେ ରୋହିତ,କୋହଲି ଭାବପ୍ରବଣ ହୋଇ କହିଲେ...
ହରମନଙ୍କ ବୟାନରୁ ଏହି କଥା ସ୍ପଷ୍ଟ ହୋଇଗଲା ଯେ, ହରମନ ଏବେ ଅବସର ନେବା ମୁଡରେ ନାହାନ୍ତି। ଆସନ୍ତା ଟି-୨୦ ବିଶ୍ବକପ ଏବଂ ଚାମ୍ପିୟନ୍ସ ଟ୍ରଫି ନିଜର ବେଷ୍ଟ ଦେଇ ଟ୍ରଫି ହାତେଇବାର ପ୍ଲାନିଂ ଅଛି। ତେବେ ବିଶ୍ବକପ ମ୍ୟାଚ ଖେଳିବା ପୂର୍ବରୁ ହରମନ ଅବସର ନେବେ ବୋଲି ଖବର ବେଶ ଭାଇରାଲ ହୋଇଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ଗୁଜବ। ହରମନଙ୍କ ଫିଟନେସ ମଧ୍ୟ ଭଲ ଅଛି। ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ସାଉଥଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଦୀପ୍ତି ଶର୍ମା ମ୍ୟାଚର ହିରୋ ଥିଲେ। ଦୀପ୍ତି ୫୮ ବଲରେ ୫୮ ରନର ପାଳି ଖେଳିଥିଲେ। ଏହା ସହ ୫ ଓ୍ବିକେଟ ମଧ୍ୟ ନିଜ ନାଁରେ କରିଛନ୍ତି।
ବିଶ୍ବକପରେ ହରମନଙ୍କ ଯାତ୍ରା
ହରମନପ୍ରୀତ ବିଶ୍ବକପ ୨୦୨୫ରେ ଖେଳାଯାଇଥିବା ୯ ମ୍ୟାଚର ୮ ଇନିଂସରେ ହାରାହାରି ୩୨.୫୦ରେ ୨୬୦ ରନ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ମଧ୍ୟ ନିଜ ନାଁରେ କରିଛନ୍ତି। କିନ୍ତୁ ଫାଇନାଲ ମ୍ୟାଚରେ ହରମନଙ୍କ ବ୍ୟାଟର ଯାଦୁ ଚାଲି ନ ଥିଲା। ସେ ମାତ୍ର ୨୦ ରନ କରି ଆଉଟ ହୋଇଯାଇଥିଲେ। ସେମିଫାଇନାଲ ମ୍ୟାଚରେ କିନ୍ତୁ ତାଙ୍କର ଜବରଦସ୍ତ ଇନିଂସ ଦେଖିବାକୁ ମିଳିଥିଲା। ହରମନ ୮୯ ରନର ଶାନଦାର ପାଳି ଖେଳି ଭାରତକୁ ଫାଇନାଲ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories