Ishan Kishan Fitness / ଈଶାନ କିଶନଙ୍କ ଆଘାତ ନେଇ ଶ୍ରେୟସ ଆୟରଙ୍କ ବଡ଼ ଅପଡେଟ୍, ପ୍ରଥମ T20I ଖେଳିବେ ତ ?
·1 hour ago·2 min read

Key Points
ପ୍ରଥମ T20I ପୂର୍ବରୁ ଈଶାନ କିଶନଙ୍କ ଫିଟନେସ୍ ଅପଡେଟ୍
ଖେଳିବା ନେଇ ମିଳିଲା ସଙ୍କେତ
ଶ୍ରେୟସ ଆୟରଙ୍କ ବୟାନରୁ ମିଳିଲା ଆଶ୍ୱସ୍ତି
ଆଜିଠୁ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସମସ୍ତ ୩ଟି ମ୍ୟାଚ୍ ଖେଳାଯିବ । ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଏହି ସିରିଜ୍ ଭାରତୀୟ ଦଳ ପାଇଁ ଏକ ପ୍ରସ୍ତୁତି ସିରିଜ୍ ଭାବେ ଦେଖାଯାଉଛି। ତେବେ ସିରିଜ୍ ଆରମ୍ଭ ପୂର୍ବରୁ ଅଭ୍ୟାସ ସମୟରେ ଈଶାନ କିଶନଙ୍କୁ ଲାଗିଥିବା ଆଘାତ ଫ୍ୟାନ୍ସଙ୍କ ଚିନ୍ତା ବଢ଼ାଇ ଦେଇଥିଲା ।
ଅଭ୍ୟାସ ସମୟରେ ନେଟ୍ ବୋଲର ନବଦୀପ ସୈନିଙ୍କ ବାଉନ୍ସର ଇଶାନଙ୍କ ଦେହରେ ବାଜିବା ଫଳରେ ଆଘାତ ଲାଗିଥିଲା । ଏହାପରେ ତାଙ୍କ ଫିଟନେସ୍କୁ ନେଇ ପ୍ରଶ୍ନ ଉଠିଥିଲା । ଯଦିଓ ନବଦୀପ ସୈନି କହିଥିଲେ ଯେ ଈଶାନ ଠିକ୍ ଅଛନ୍ତି, ଏବେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ତାଙ୍କ ଫିଟନେସ୍ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ।
ଈଶାନଙ୍କ ଆଘାତ ନେଇ କ’ଣ କହିଲେ ଶ୍ରେୟସ?
ସିରିଜ୍ ପୂର୍ବରୁ ଆୟୋଜିତ ପ୍ରେସ୍ କନଫରେନ୍ସରେ ଶ୍ରେୟସ ଆୟରଙ୍କୁ ଈଶାନ କିଶନଙ୍କ ଆଘାତ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ ଈଶାନ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି । ଅଭ୍ୟାସ ପରେ ସେ ଈଶାନଙ୍କ ସହ କଥା ହୋଇଥିବା ମଧ୍ୟ କହିଥିଲେ । ଶ୍ରେୟସଙ୍କ ଅନୁସାରେ, ଈଶାନଙ୍କୁ କେବଳ ସାମାନ୍ୟ ନିଗଲ୍ ହୋଇଥିଲା ଏବଂ ସେ ଲଗାତାର କ୍ରିକେଟ୍ ଖେଳୁଥିବାରୁ କିଛିଟା ଥକି ଯାଇଥିଲେ । ଅର୍ଥାତ୍, ତାଙ୍କ ଆଘାତ ଗୁରୁତର ନୁହେଁ ଏବଂ ସେ ଫିଟ୍ ଥିବା ସଙ୍କେତ ମିଳିଛି ।
ପ୍ରଥମ T20I ଖେଳିବେ ଈଶାନ ?
ଈଶାନ କିଶନଙ୍କୁ ଭାରତୀୟ T20I ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଦେଖାଯାଉଛି । ଏହି ବର୍ଷ T20Iରେ ଭାରତ ପାଇଁ ସେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଅଛନ୍ତି । ତେଣୁ ପ୍ରଥମ ମ୍ୟାଚ୍ରେ ତାଙ୍କ ଉପସ୍ଥିତି ଭାରତୀୟ ଦଳକୁ ମଜବୁତ କରିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶ୍ରେୟସ ଆୟର ମଧ୍ୟ ସଙ୍କେତ ଦେଇଛନ୍ତି ଯେ ଈଶାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିଛି ଏବଂ ସେ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହିବେ । ଦଳର ଅଧିନାୟକଙ୍କ ଏହି ବୟାନ ପରେ ପ୍ରଥମ T20Iରେ ଈଶାନଙ୍କ ଖେଳିବା ନେଇ ପ୍ରାୟ ସ୍ପଷ୍ଟ ସଙ୍କେତ ମିଳିଛି ।
କାହାକୁ ମିଳିପାରେ ଓପନିଂ ସୁଯୋଗ?
ପ୍ରଥମ T20Iରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ଓପନିଂ କରିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନ୍ରୁ ବାହାରେ ବସିବାକୁ ପଡ଼ିପାରେ । ସେହିପରି ୱାଶିଂଟନ୍ ସୁନ୍ଦର, ୟଶ ଠାକୁର ଓ ରବି ବିଷ୍ଣୋଇଙ୍କ ପାଇଁ ମଧ୍ୟ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ପାଇବା ସହଜ ହେବ ନାହିଁ । ଆଘାତରୁ ଫେରୁଥିବା ନୀତୀଶ କୁମାର ରେଡ୍ଡୀ ଓ ଜସପ୍ରୀତ ବୁମରାହଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

Related Topics
Explore more stories