KL Rahul Injury Update / ରାହୁଲ ଆଜି ଖେଳିବେ ତ ? ଇଞ୍ଜୁରୀକୁ ନେଇ କୋଚ୍ ଦେଲେ ବଡ଼ ଅପଡେଟ୍
·2 weeks ago·2 min read

Key Points
କେଏଲ୍ ରାହୁଲଙ୍କୁ କ’ଣ ହେଲା ?
୭୭ ରନ୍ରେ ରିଟାୟର୍ଡ ହର୍ଟ
ଇଞ୍ଜୁରୀ ଉପରେ କୋଚ୍ ଦେଲେ ବଡ଼ ଅପଡେଟ୍
୭୭ ରନ୍ରେ ରିଟାୟର୍ଡ ହର୍ଟ
ଇଞ୍ଜୁରୀ ଉପରେ କୋଚ୍ ଦେଲେ ବଡ଼ ଅପଡେଟ୍
ଭାରତ-ଶ୍ରୀଲଙ୍କା ଟେଷ୍ଟର ପ୍ରଥମ ଦିନ ଭାରତୀୟ ଦଳ ପାଇଁ ଯେତିକି ଖୁସି ଆଣିଛି, ସେତିକି ବଡ଼ ଚିନ୍ତା ମଧ୍ୟ ଦେଇଛି । ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କା ଉପରେ ଭାରତ ଚାପ ସୃଷ୍ଟି କରିଥିବା ବେଳେ ଅଚାନକ ଆସିଲା ଏକ ବଡ଼ ଝଟକା । ଭଲ ଲୟରେ ବ୍ୟାଟିଂ କରି ୭୭ ରନ୍ରେ ଶତକ ଆଡ଼କୁ ବଢ଼ୁଥିବା ଭାରତୀୟ ଉପଅଧିନାୟକ କେଏଲ୍ ରାହୁଲଙ୍କୁ କ୍ରାମ୍ପ ଅନୁଭବ ହେବାରୁ ରିଟାୟର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଲା । ଏହାପରେ ଫ୍ୟାନ୍ସଙ୍କ ମନରେ ଗୋଟିଏ ପ୍ରଶ୍ନ—ରାହୁଲ କାଲି ପୁଣି ବ୍ୟାଟିଂ କରିପାରିବେ ତ ? ତାଙ୍କ ଇଞ୍ଜୁରୀ କେତେ ଗମ୍ଭୀର ?
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଭାରତୀୟ ଦଳ ପାଇଁ ବେଶ୍ ରୋମାଞ୍ଚକର ଥିଲା । ଗୋଟିଏ ପଟେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରୀଲଙ୍କା ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ, ଅନ୍ୟପଟେ ଦିନ ଶେଷ ହେବା ପୂର୍ବରୁ ଉପଅଧିନାୟକ କେଏଲ୍ ରାହୁଲଙ୍କ ଇଞ୍ଜୁରୀ ଟିମ୍ ଇଣ୍ଡିଆକୁ ଚିନ୍ତାରେ ପକାଇଥିଲା ।
ରାହୁଲ ଆରମ୍ଭରୁ ହିଁ ଚମତ୍କାର ଲୟରେ ଥିଲେ । ସେ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ସହ ଆବଶ୍ୟକ ସମୟରେ ବାଉଣ୍ଡାରୀ ମଧ୍ୟ ମାରୁଥିଲେ । ରାହୁଲ ୭୭ ରନ୍ରେ ଅପରାଜିତ ଥିଲେ ଏବଂ ଧୀରେ ଧୀରେ ନିଜ ଶତକ ଆଡ଼କୁ ବଢ଼ୁଥିଲେ । କିନ୍ତୁ ତୃତୀୟ ସେସନ୍ ଆରମ୍ଭ ହେବା ପୂର୍ବରୁ ହଠାତ୍ ସବୁକିଛି ବଦଳିଗଲା । ରାହୁଲ ମାଂସପେଶୀରେ ଅସହଜ ଅନୁଭବ କଲେ ଏବଂ ଆଉ ବ୍ୟାଟିଂ କରିପାରିଲେ ନାହିଁ । ତାଙ୍କୁ ୭୭ ରନ୍ରେ ରିଟାୟର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଲା । ଏହା ଦେଖି ଷ୍ଟାଡିୟମ୍ରେ ଥିବା ଫ୍ୟାନ୍ସଙ୍କ ସହ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଚିନ୍ତା ବଢ଼ିଗଲା ।
ରାହୁଲଙ୍କ ଇଞ୍ଜୁରୀକୁ ନେଇ ବଡ଼ ଅପଡେଟ୍
ଦିନର ଖେଳ ଶେଷ ହେବା ପରେ ଭାରତୀୟ ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ରାହୁଲଙ୍କ ଇଞ୍ଜୁରୀ ଉପରେ ଅପଡେଟ୍ ଦେଇଥିଲେ। ତାଙ୍କ କହିବା ଅନୁସାରେ, ରାହୁଲଙ୍କୁ କ୍ରାମ୍ପ ଅନୁଭବ ହୋଇଥିଲା। କିନ୍ତୁ ଦିନ ଶେଷ ସୁଦ୍ଧା ରାହୁଲ ଠିକ୍ ଦେଖାଯାଉଥିଲେ ।
କୋଟକ ଆଶା ପ୍ରକାଶ କରିଛନ୍ତି ଯେ, ରାହୁଲ ପରବର୍ତ୍ତୀ ଦିନ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ହୋଇପାରନ୍ତି। ଏହି ଖବର ଭାରତୀୟ ଫ୍ୟାନ୍ସଙ୍କୁ କିଛିଟା ଆଶ୍ୱସ୍ତ ପ୍ରଦାନ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାହୁଲଙ୍କ ବ୍ୟାଟିଂକୁ ନେଇ କୋଚ୍ ଖୁସି
ସିତାଂଶୁ କୋଟକ କେଏଲ୍ ରାହୁଲଙ୍କ ବ୍ୟାଟିଂକୁ ମଧ୍ୟ ଖୁବ ପ୍ରଶଂସା କରିଥିଲେ। ରାହୁଲଙ୍କ ବିଶେଷତା ହେଉଛି ସେ ଦଳର ଆବଶ୍ୟକତା ଅନୁସାରେ ଯେକୌଣସି ବ୍ୟାଟିଂ ପୋଜିସନ୍ରେ ଖେଳିପାରନ୍ତି । ସୀମିତ ଓଭର କ୍ରିକେଟ୍ରେ ସେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଟେଷ୍ଟ କ୍ରିକେଟ୍ରେ ଦଳ ପାଇଁ ଓପନିଂ କରୁଛନ୍ତି ।
ପିଚ୍କୁ ନେଇ ରୋଚକ ଅନୁମାନ
ପ୍ରଥମ ଦିନର ପିଚ୍ ବ୍ୟାଟରଙ୍କ ପାଇଁ ବେଶ୍ ଭଲ ଥିଲା । ବଲ୍ ବ୍ୟାଟ୍କୁ ଭଲ ଭାବରେ ଆସୁଥିଲା ଏବଂ ପ୍ରଥମ ଦିନ ବିଶେଷ ସ୍ପିନ୍ ମଧ୍ୟ ଦେଖିବାକୁ ମିଳିନଥିଲା । କିନ୍ତୁ କୋଟକଙ୍କ ମତରେ ପିଚ୍ ଧୀରେ ଧୀରେ ଶୁଖିଲେ ଆଗାମୀ ଦିନଗୁଡ଼ିକରେ ସ୍ପିନରମାନେ ଏଠାରୁ ଅଧିକ ଫାଇଦା ପାଇପାରନ୍ତି । ତେଣୁ ଭାରତ ପାଇଁ ପ୍ରଥମ ଦିନରେ ବଡ଼ ସ୍କୋର କରିବା ଏକ ଭଲ ସଙ୍କେତ ।
ଭାରତର ଦମଦାର ପ୍ରଥମ ଦିନ
ବର୍ଷା ଯୋଗୁଁ ପ୍ରଥମ ଦିନ ପୂରା ୯୦ ଓଭର ଖେଳ ହୋଇପାରିନଥିଲା। ମାତ୍ର ୭୩ ଓଭର ଖେଳ ପରେ ଭାରତ ୨ ୱିକେଟ୍ ହରାଇ ୨୮୮ ରନ୍ କରିଥିଲା । ଦିନ ଶେଷରେ ଦେବଦତ୍ତ ପଡିକ୍କଲ ୧୩୧ ରନ୍ରେ ଏବଂ ଋଷଭ ପନ୍ତ ୨୭ ରନ୍ରେ ଅପରାଜିତ ଅଛନ୍ତି ।

Related Topics
Explore more stories