Team India Trophy Controversy / ପୁଣି ହେବ ଟ୍ରଫି ବିବାଦ ? ଭାରତ ଜିତିଲେ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବ ତ ଟିମ୍ ଇଣ୍ଡିଆ ?
·1 day ago·2 min read

Key Points
ନକଭିଙ୍କ ହାତରେ ଏସିଆ କପ୍ ଟ୍ରଫି !
ଭାରତ ଚାମ୍ପିଅନ୍ ହେଲେ କିଏ ନେବ ଟ୍ରଫି?
ଫାଇନାଲ୍ ପୂର୍ବରୁ ଟ୍ରଫିକୁ ନେଇ ଟେନସନ୍
ଭାରତ ଚାମ୍ପିଅନ୍ ହେଲେ କିଏ ନେବ ଟ୍ରଫି?
ଫାଇନାଲ୍ ପୂର୍ବରୁ ଟ୍ରଫିକୁ ନେଇ ଟେନସନ୍
ଟ୍ରଫି ଜିତିଲେ ବି ଟ୍ରଫି ନେବେ ତ ଟିମ୍ ଇଣ୍ଡିଆ ? ପୁଣି ଥରେ ସାମ୍ନାକୁ ଆସିପାରେ ଟ୍ରଫି ବିବାଦ ! ମହିଳା ଟି-୨୦ ଏସିଆ କପ୍ ୨୦୨୬ ଫାଇନାଲ୍ ପୂର୍ବରୁ ଏହି ପ୍ରଶ୍ନ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚାକୁ ଆସିଛି । କାରଣ, ଦୁବାଇରେ ହେବାକୁ ଥିବା ଫାଇନାଲ୍ରେ ବିଜେତା ଟିମ୍କୁ ଟ୍ରଫି ଦେବେ ଏସିଆନ୍ କ୍ରିକେଟ୍ କାଉନସିଲ୍ର ଅଧ୍ୟକ୍ଷ ମୋହସିନ୍ ନକଭି । ଗତବର୍ଷ ପୁରୁଷ ଏସିଆ କପ୍ରେ ଟ୍ରଫିକୁ ନେଇ ଯେଉଁ ଘଟଣା ଦେଖିବାକୁ ମିଳିଥିଲା, ଚଳିତ ଥର ତାହା ଦେଖିବାକୁ ମିଳିବ କି ?
ଆସନ୍ତା ୧୩ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ମହିଳା ଏସିଆ କପ୍ର ଫାଇନାଲ୍ ଖେଳାଯିବ । ଏହି ମ୍ୟାଚ୍ରେ ଏସିଆନ୍ କ୍ରିକେଟ୍ କାଉନସିଲ୍ (ACC)ର ଅଧ୍ୟକ୍ଷ ମୋହସିନ୍ ନକଭି ମୁଖ୍ୟ ଅତିଥି ରହିବେ । ପାକିସ୍ତାନୀ ମିଡିଆ ଆଉଟଲେଟ୍ ଜିଓ ସୁପରର ରିପୋର୍ଟ ଅନୁସାରେ, ବିଜେତା ଦଳକୁ ଟ୍ରଫି ମଧ୍ୟ ନକଭି ହିଁ ପ୍ରଦାନ କରିବେ ।
ମୋହସିନ୍ ନକଭି କେବଳ ACCର ଅଧ୍ୟକ୍ଷ ନୁହନ୍ତି, ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି । ଏହି କାରଣରୁ ଯଦି ଭାରତୀୟ ମହିଳା ଦଳ ଫାଇନାଲ୍ରେ ପହଞ୍ଚି ଚାମ୍ପିଅନ୍ ହୁଏ, ତେବେ ଗତବର୍ଷର ଟ୍ରଫି ବିବାଦ ପୁଣି ଚର୍ଚ୍ଚାକୁ ଆସିପାରେ । ତେବେ ଏହି ମାମଲାରେ ଭାରତୀୟ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ପ୍ରତିକ୍ରିୟା ଆସିନାହିଁ ।
ଗତବର୍ଷ କ'ଣ ଘଟିଥିଲା ?
ଗତବର୍ଷ ପୁରୁଷ ଟି-୨୦ ଏସିଆ କପ୍ର ଫାଇନାଲ୍ରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଥିଲା। ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମୋହସିନ୍ ନକଭିଙ୍କ ହାତରୁ ବିଜେତା ଟ୍ରଫି ଏବଂ ପଦକ ଗ୍ରହଣ କରିନଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଭାରତୀୟ ଖେଳାଳିମାନେ ନିଜ ନିଜ ବ୍ୟକ୍ତିଗତ ପୁରସ୍କାର ଗ୍ରହଣ କରିଥିଲେ । କୁଲଦୀପ ଯାଦବ, ଶିବମ ଦୁବେ ଏବଂ ତିଳକ ବର୍ମାଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା । ଅନ୍ୟପଟେ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଘା ଉପବିଜେତା ଭାବେ ପୁରସ୍କାର ରାଶି ଗ୍ରହଣ କରିଥିଲେ ।
ଏହାପରେ ମୋହସିନ୍ ନକଭି ଏସିଆ କପ୍ ଟ୍ରଫି ନେଇ ଷ୍ଟାଡିୟମ୍ରୁ ଚାଲିଯାଇଥିଲେ । ଘଟଣା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ଟ୍ରଫିକୁ ନେଇ ଉଦ୍ୟମ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏବେ ସେହି ଟ୍ରଫି ଏସିଆନ୍ କ୍ରିକେଟ୍ କାଉନସିଲ୍ର ମୁଖ୍ୟାଳୟରେ ରହିଥିବା ଜଣାପଡ଼ିଛି ।
ଭାରତ ଚାମ୍ପିଅନ୍ ହେଲେ କ'ଣ ହେବ ?
ମହିଳା ଏସିଆ କପ୍ରେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଅପରାଜେୟ ରହିଛି । ଯଦି ଭାରତ ଫାଇନାଲ୍ରେ ପହଞ୍ଚି ଚାମ୍ପିଅନ୍ ହୁଏ, ତେବେ ସମସ୍ତଙ୍କ ନଜର ରହିବ ପୁରସ୍କାର ବିତରଣ ସମାରୋହ ଉପରେ । ବିଶେଷ କରି ଗତବର୍ଷର ଘଟଣା ପରେ ଏଥର ଭାରତୀୟ ମହିଳା ଦଳ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବ କି ନାହିଁ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏନେଇ ଭାରତୀୟ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ମତ ଏପର୍ଯ୍ୟନ୍ତ ଆସିନାହିଁ ।

Related Topics
Explore more stories