Videos
|
Sports

Vaibhav Sooryavanshi Bowling / ବୈଭବ ସୂର୍ଯ୍ୟବଂଶୀ ଏବେ କରିବେ ବୋଲିଂ ? କୋଚଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବୈଭବ ସୂର୍ଯ୍ୟବଂଶୀ ଏବେ କରିବେ ବୋଲିଂ ? କୋଚଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା !
Vaibhav Sooryavanshi Bowling

Key Points

ବ୍ୟାଟିଂ ପରେ ଏବେ ବୋଲିଂ
ବୈଭବଙ୍କ ନୂଆ ଅବତାରକୁ ନେଇ ବଡ଼ ସଙ୍କେତ
ଟିମ୍‌ ଇଣ୍ଡିଆର ନୂଆ ଅସ୍ତ୍ର ହେବେ ବୈଭବ ?
ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ରେ ନିଜ ବ୍ୟାଟିଂରେ ସମସ୍ତଙ୍କ ମନ ଜିତିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ବୋଲିଂକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ଏବେ ପ୍ରଶ୍ନ ଉଠୁଛି- ଟିମ୍‌ ଇଣ୍ଡିଆ ପାଇଁ ସେ ବୋଲିଂରେ ମଧ୍ୟ ଦେଖାଇବେ କି ଯାଦୁ ? ଏହି ଚର୍ଚ୍ଚା ମଧ୍ୟରେ ଭାରତୀୟ ଦଳର କାର୍ଯ୍ୟବାହକ ବୋଲିଂ କୋଚ୍ ସୁନୀଲ ଜୋଶୀ ଦେଇଛନ୍ତି ବଡ଼ ବୟାନ ।

ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ରେ ନିଜର ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କ ମନ ଜିତିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଆଉ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି । ଅଭ୍ୟାସ ସମୟରେ ସେ ବୋଲିଂ କରୁଥିବା ଦେଖାଯିବା ପରେ ପ୍ରଶ୍ନ ଉଠିଛି—ବୈଭବ ଭାରତ ପାଇଁ ବୋଲିଂରେ ମଧ୍ୟ ନିଜର ପ୍ରତିଭା ଦେଖାଇବେ କି ?

ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତୀୟ ଦଳର କାର୍ଯ୍ୟବାହକ ବୋଲିଂ କୋଚ୍ ସୁନୀଲ ଜୋଶୀ। ସେ କହିଛନ୍ତି, ବୈଭବ ଏବେ ନିଜ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରୁଛନ୍ତି ଏବଂ ଦଳକୁ ସେହିଭଳି ଯୋଗଦାନ ଦେଉଛନ୍ତି । ତେବେ ସୁଯୋଗ ମିଳିଲେ ଜାତୀୟ କ୍ରିକେଟ୍ ଏକାଡେମି (CoE)ରେ ତାଙ୍କ ବୋଲିଂ ଉପରେ ମଧ୍ୟ କାମ କରାଯିବ । ବୈଭବ ବୋଲିଂ କଲେ ତାଙ୍କ ଦକ୍ଷତାକୁ ନିଶ୍ଚିତ ଭାବେ ଗୁରୁତ୍ୱର ସହ ଦେଖାଯିବ ବୋଲି ସେ କହିଛନ୍ତି ।

ସୁନୀଲ ଜୋଶୀଙ୍କ ମତରେ, ବର୍ତ୍ତମାନ ବୈଭବଙ୍କ ପାଇଁ ସବୁଠାରୁ ଜରୁରୀ କଥା ହେଉଛି ବ୍ୟାଟିଂ ଉପରେ ଧ୍ୟାନ ଦେବା। ସେ କହିଛନ୍ତି, ବୈଭବ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ବ୍ୟାଟିଂ କରୁଛନ୍ତି ଏବଂ ତାଙ୍କ ପ୍ରଦର୍ଶନ ଦେଖି ସେ ଖୁସି ।

ପ୍ରଥମ ଟି-୨୦ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟ୍‌ରେ ଝଡ଼ ସୃଷ୍ଟି କରିଥିଲେ । ୧୨୬ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ପାଇଁ ସେ ମାତ୍ର ୧୮ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ମ୍ୟାଚ୍‌କୁ ଏକପାଖିଆ କରିଦେଇଥିଲେ। ଇଶାନ କିଶନ ଓ ଶ୍ରେୟସ ଆୟର ମଧ୍ୟ ଦମଦାର ବ୍ୟାଟିଂ କରିଥିବା ବେଳେ ଭାରତ ମାତ୍ର ୧୩.୨ ଓଭରରେ ବିଜୟ ହାସଲ କରି ସିରିଜ୍‌ରେ ଆଗୁଆ ରହିଛି ।

ଏବେ ଦ୍ୱିତୀୟ ଟି-୨୦ ପୂର୍ବରୁ ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ସେ ପୁଣିଥରେ ବ୍ୟାଟ୍‌ରେ ବିସ୍ଫୋରକ ପ୍ରଦର୍ଶନ କରିବେ କି ? ତାହାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ବଢ଼ିଚାଲିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored