Virat Kohli Retirement / ୨୦୨୭ ବିଶ୍ୱକପ୍ ପରେ ଅବସର ନେବେନି ବିରାଟ କୋହଲି, କୋଚ୍ କଲେ ବଡ଼ ଖୁଲାସା
·59 mins ago·2 min read

Key Points
ବିରାଟ କୋହଲିଙ୍କ ଅବସରକୁ ନେଇ ବଡ଼ ଖୁଲାସା !
୨୦୨୭ ବିଶ୍ୱକପ୍ ପରେ ODI ଛାଡ଼ିବେ କି କିଙ୍ଗ୍ କୋହଲି?
ପିଲାଦିନର କୋଚ୍ କଲେ ବଡ଼ ଖୁଲାସା
୨୦୨୭ ବିଶ୍ୱକପ୍ ପରେ ODI ଛାଡ଼ିବେ କି କିଙ୍ଗ୍ କୋହଲି?
ପିଲାଦିନର କୋଚ୍ କଲେ ବଡ଼ ଖୁଲାସା
ଭାରତୀୟ କ୍ରିକେଟ୍ ଜଗତରେ ଏବେ ଚର୍ଚ୍ଚାରେ ଅଛନ୍ତି କିଙ୍ଗ୍ କୋହଲି । ବିରାଟ କୋହଲି ଏବେ ଭାରତ ପାଇଁ କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି । ସେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଏବଂ ୨୦୨୫ରେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଥିଲେ । ଏବେ ୨୦୨୭ ବିଶ୍ୱକପ୍ ପରେ ସେ ଦିନିକିଆ କ୍ରିକେଟ୍ରୁ ମଧ୍ୟ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚା ମଧ୍ୟରେ ତାଙ୍କ ପିଲା ଦିନର କୋଚ୍ ରାଜକୁମାର ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି, ଯାହା କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଆଶ୍ୱସ୍ତିକର ଖବର ।
ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ର ଏକ କାର୍ଯ୍ୟକ୍ରମରେ କୋଚ୍ ରାଜକୁମାର ଶର୍ମା ବିରାଟଙ୍କ ଅବସରକୁ ନେଇ ନିଜର ମତ ରଖିଥିଲେ । ବର୍ତ୍ତମାନ ବିରାଟଙ୍କ ବୟସ ୩୮ ବର୍ଷ ହୋଇଥିବା ବେଳେ ଆଗାମୀ ୨୦୨୭ ବିଶ୍ୱକପ୍ ସମୟରେ ତାଙ୍କୁ ୩୯ ବର୍ଷ ହେବ । ଏହି କାରଣରୁ ତାଙ୍କ ଅବସରକୁ ନେଇ ଅନେକ ଆଲୋଚନା ହେଉଛି ।
କ'ଣ କହିଲେ ବିରାଟଙ୍କ କୋଚ୍ ?
ରାଜକୁମାର ଶର୍ମା କହିଛନ୍ତି ଯେ, ବିରାଟ କୋହଲି କେବଳ ଏହା କହିଥିଲେ ଯେ ୨୦୨୭ ବିଶ୍ୱକପ୍ ତାଙ୍କର ଶେଷ ବିଶ୍ୱକପ୍ ହୋଇପାରେ । କିନ୍ତୁ ଏହା ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍ ହେବ ବୋଲି ସେ କହିନାହାନ୍ତି । କାରଣ ବିଶ୍ୱକପ୍ ପ୍ରତିବର୍ଷ ଆସେ ନାହିଁ, ଏହା ଚାରି ବର୍ଷରେ ଥରେ ଆୟୋଜିତ ହୋଇଥାଏ । ତେଣୁ ବିଶ୍ୱକପ୍ ଶେଷ ହେବା ପରେ ମଧ୍ୟ ବିରାଟ ଦିନିକିଆ କ୍ରିକେଟ୍ ଖେଳିପାରନ୍ତି ବୋଲି ଏହି ବୟାନରୁ ସଙ୍କେତ ମିଳୁଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ କୋହଲିଙ୍କ ପ୍ରଦର୍ଶନ
ଏବେ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳୁଛନ୍ତି । ସିରିଜ୍ର ପ୍ରଥମ ମ୍ୟାଚ୍ରେ ସେ ୭୪ ରନ୍ର ଚମତ୍କାର ଇନିଂସ ଖେଳିଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବାରୁ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ରହିଛି ବିରାଟଙ୍କ ଅନ୍ତର୍ଜାତୀୟ କ୍ୟାରିୟର ?
ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଅତ୍ୟନ୍ତ ଚମତ୍କାର ରହିଛି । ସେ ନିଜ କ୍ୟାରିୟରରେ ୧୨୩ଟି ଟେଷ୍ଟ, ୧୨୫ଟି ଟି-୨୦ ଅନ୍ତର୍ଜାତୀୟ ଏବଂ ୩୨୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।
- ଟେଷ୍ଟ କ୍ରିକେଟ୍: ୨୧୦ଟି ଇନିଂସରେ ୯୨୩୦ ରନ୍ । ହାରାହାରି ୪୬.୮୫ । ୩୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ
- ଟି-୨୦ ଅନ୍ତର୍ଜାତୀୟ: ୧୧୭ଟି ଇନିଂସରେ ୪୧୮୮ ରନ୍ । ହାରାହାରି ୪୮.୬୯ ଏବଂ ଷ୍ଟ୍ରାଇକ୍ ରେଟ୍ ୧୩୭.୦୪
- ଦିନିକିଆ କ୍ରିକେଟ୍: ୩୦୭ଟି ଇନିଂସରେ ୧୫,୧୯୦ ରନ୍ । ୫୫ଟି ଶତକ ଓ ୮୦ଟି ଅର୍ଦ୍ଧଶତକ । ସର୍ବାଧିକ ସ୍କୋର ୧୮୩ ରନ୍
ତେବେ ବିରାଟ କୋହଲିଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ତାଙ୍କ କୋଚ୍ଙ୍କ ଏହି ବୟାନ ପ୍ରଶଂସକଙ୍କ ମନରେ ନୂଆ ଆଶା ସୃଷ୍ଟି କରିଛି । ୨୦୨୭ ବିଶ୍ୱକପ୍ ପରେ ମଧ୍ୟ କିଙ୍ଗ୍ କୋହଲିଙ୍କ ବ୍ୟାଟ୍ରୁ ରନ୍ ବର୍ଷା ଜାରି ରହିବ କି ନାହିଁ, ତାହା ଆଗାମୀ ସମୟ ହିଁ କହିବ ।

Related Topics
Explore more stories