RR Trade Rumours / ବୈଭବଙ୍କ ପାଇଁ ରାଜସ୍ଥାନ ଛାଡ଼ିବେ କି ଜୟସ୍ବାଲ ? ସାମ୍ନାକୁ ଆସିଲା ବଡ଼ ଖବର
·2 hours ago·2 min read

Key Points
ଯଶସ୍ୱୀ ଜୟସ୍ୱାଲଙ୍କ ବଡ଼ ନିଷ୍ପତ୍ତି
RR ଛାଡି MI ଯିବେ କି ?
ବୈଭବ ସୂର୍ଯ୍ୟବଂଶୀଙ୍କ ଚମକରେ ଫିକା ପଡୁଛନ୍ତି ଯଶସ୍ୱୀ ?

ନିକଟରେ ଆଇପିଏଲ ସିଜିନ୍ ୧୯ ଶେଷ ହୋଇଛି । ମେ' ୩୧ରେ ଆଇପିଏଲ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିଲା । RCB ଗୁଜରାଟକୁ ପରାସ୍ତ କରି ଲଗାତର ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିଥିଲା ।
ଆଉ ଏବେ ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପରବର୍ତ୍ତୀ ସିଜିନ୍ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍କୁ ନେଇ ଚର୍ଚ୍ଚା ବଢ଼ୁଛି । ଆଗାମୀ ସିଜିନ୍ ପୂର୍ବରୁ ଅନେକ ପ୍ରମୁଖ ଖେଳାଳି ଦଳ ପରିବର୍ତ୍ତନ କରିପାରନ୍ତି । ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିପାରନ୍ତି । ଯେତେବେଳେ କି କୁଲଦୀପ ଯାଦବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ରେ ସାମିଲ ହେବେ । ଏହା ବ୍ୟତୀତ ରାଜସ୍ଥାନ ରୟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ RR ଛାଡି ମୁମ୍ବାଇକୁ ଟ୍ରେଡ୍ ହେବାର ଖବର ମଧ୍ୟ ଏବେ ସାମ୍ନାକୁ ଆସିଛି ।
ଅନେକ ବିଶ୍ବାସ କରନ୍ତି ଯେ ରାଜସ୍ଥାନରେ ବଅଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଯଶସ୍ବୀ ଜୟସ୍ବାଲ ଚମକ ହରାଉଛନ୍ତି । ହୁଏତ ଏହି କାରଣରୁ ଜୟସ୍ବାଲ ଦଳ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନି ।
କ’ଣ ବୈଭବଙ୍କ ଯୋଗୁଁ ଯଶସ୍ୱୀ RR ଛାଡିବେ ?
୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ ରନ ବର୍ଷା କରିଥିଲେ ଏବଂ ଅରେଞ୍ଜ କ୍ୟାପ୍ ଜିତିଥିଲେ । ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଭଲ ଆଇପିଏଲ ୨୦୨୬ରେ ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଅଣଦେଖା କରୁଛି । ଏବେ ଜୟସ୍ୱାଲଙ୍କ MIକୁ ଟ୍ରେଡ୍ ଖବର ସାମ୍ନାକୁ ଆସିବା ପରେ ଏବେ କ୍ରିକେଟ୍ ଫ୍ୟାନ୍ସମାନେ ଅନୁମାନ କରୁଛନ୍ତି ଯେ ଯଶସ୍ୱୀ ଜୟସ୍ବାଲ ବୈଭବଙ୍କ ସ୍ପଟଲାଇଟ୍ରୁ ବାହାରକୁ ଯିବାକୁ ଚାହାଁନ୍ତି । ବୈଭବଙ୍କ ସହ ଖେଳୁଥିବା ସମୟରେ ଜୟସ୍ବାଲ ସାଧାରଣତଃ ଚମକ ହରାଇଥାନ୍ତି । କ୍ରିକେଟ୍ ବିଶେଷଜ୍ଞ ଓ ଫ୍ୟାନ୍ସଙ୍କ ନଜର ବୈଭବଙ୍କ ଉପରେ ରହିଥାଏ । ଯଦି ଜୟସ୍ବାଲ MIରେ ଯୋଗ ଦିଅନ୍ତି, ତେବେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ । ଏହା ଉଲ୍ଲେଖନୀୟ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶସ୍ୱୀ ଜୟସ୍ବାଲଙ୍କ ସମ୍ଭାବ୍ୟ ଟ୍ରେଡ୍ ବିଷୟରେ ଆଲୋଚନା ଜାରି ରହିଛି ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟକା…ଇଂଲଣ୍ଡ ବିପକ୍ଷ ODI ସିରିଜରୁ ହାର୍ଦ୍ଦିକ ପାଣ୍ଡ୍ୟା ବାଦ….
ଅନେକ ବିଶ୍ବାସ କରନ୍ତି ଯେ ରାଜସ୍ଥାନରେ ବଅଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଯଶସ୍ବୀ ଜୟସ୍ବାଲ ଚମକ ହରାଉଛନ୍ତି । ହୁଏତ ଏହି କାରଣରୁ ଜୟସ୍ବାଲ ଦଳ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନି ।
କ’ଣ ବୈଭବଙ୍କ ଯୋଗୁଁ ଯଶସ୍ୱୀ RR ଛାଡିବେ ?
୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ ରନ ବର୍ଷା କରିଥିଲେ ଏବଂ ଅରେଞ୍ଜ କ୍ୟାପ୍ ଜିତିଥିଲେ । ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଭଲ ଆଇପିଏଲ ୨୦୨୬ରେ ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଅଣଦେଖା କରୁଛି । ଏବେ ଜୟସ୍ୱାଲଙ୍କ MIକୁ ଟ୍ରେଡ୍ ଖବର ସାମ୍ନାକୁ ଆସିବା ପରେ ଏବେ କ୍ରିକେଟ୍ ଫ୍ୟାନ୍ସମାନେ ଅନୁମାନ କରୁଛନ୍ତି ଯେ ଯଶସ୍ୱୀ ଜୟସ୍ବାଲ ବୈଭବଙ୍କ ସ୍ପଟଲାଇଟ୍ରୁ ବାହାରକୁ ଯିବାକୁ ଚାହାଁନ୍ତି । ବୈଭବଙ୍କ ସହ ଖେଳୁଥିବା ସମୟରେ ଜୟସ୍ବାଲ ସାଧାରଣତଃ ଚମକ ହରାଇଥାନ୍ତି । କ୍ରିକେଟ୍ ବିଶେଷଜ୍ଞ ଓ ଫ୍ୟାନ୍ସଙ୍କ ନଜର ବୈଭବଙ୍କ ଉପରେ ରହିଥାଏ । ଯଦି ଜୟସ୍ବାଲ MIରେ ଯୋଗ ଦିଅନ୍ତି, ତେବେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ । ଏହା ଉଲ୍ଲେଖନୀୟ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶସ୍ୱୀ ଜୟସ୍ବାଲଙ୍କ ସମ୍ଭାବ୍ୟ ଟ୍ରେଡ୍ ବିଷୟରେ ଆଲୋଚନା ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories