Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ODI World Cup / ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ୍

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ବକପ୍

Key Points

ଆଜିଠାରୁ ଆରମ୍ଭ ହେବ ମହିଳା ଦିନିକିଆ ବିଶ୍ବକପ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ କରୁଛନ୍ତି ଆୟୋଜନ । ଦମ ଦେଖାଇବେ ୮ଟି ଟିମ।

୨୦୨୫ ଏସିଆ କପ୍‌ରେ ଭାରତର ଟାଇଟଲ୍‌ ବିଜୟ ପରେ ଆଉ ଏକ ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହିଳା ODI ବିଶ୍ୱକପ୍‌ । ଦିନିକିଆ ବିଶ୍ୱକପ୍‌ ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ । ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଏହି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି । ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍ ସହ ଆରମ୍ଭ ହେବ ମହିଳା ବିଶ୍ବକପ କ୍ରିକେଟ୍ । ତେବେ ଚଳିତ ବିଶ୍ବକପରେ କେବଳ ଏକ ଟ୍ରଫି ପାଇଁ ଲଢେଇ ହେବନି । ଏଥର ଭାଙ୍ଗିବ ଏକାଧିକ ରେକର୍ଡ, ବ୍ୟକ୍ତିଗତ ବିଶ୍ବ ରେକର୍ଡ।


୨୦୨୫ ମସିହାର ମହିଳା ODI ବିଶ୍ୱକପ୍‌ ରାଉଣ୍ଡ-ରବିନ୍‌ ଫର୍ମାଟରେ ଖେଳାଯିବ। ସମସ୍ତ ଆଠଟି ଦଳ ଲିଗ୍‌ ପର୍ଯ୍ୟାୟରେ ଥରେ ପରସ୍ପର ସହିତ ମୁହାଁମୁହିଁ ହେବେ । ପଏଣ୍ଟ ଟେବୁଲର ଶୀର୍ଷ ଚାରିଟି ଦଳ ନକଆଉଟ୍‌ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହା ପରେ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ୍‌ ଦେଇ ଫାଇନାଲ୍‌ରେ ପ୍ରବେଶ କରିବେ ।

ଅଧିକ ପଢ଼ନ୍ତୁ: ପିଏମ୍ ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ସୂର୍ଯ୍ୟ କୁମାର ଯାଦବ
ମହିଳା ODI ବିଶ୍ୱକପ୍‌ରେ ଭାରତର କାର୍ଯ୍ୟସୂଚୀ


ଭାରତୀୟ ଦଳ ସେପ୍ଟେମ୍ବର ୩୦ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । ଅକ୍ଟୋବର ୫ ତାରିଖ ଟିମ୍ ଇଣ୍ଡିଆ ପାଇଁ ଏକ ସ୍ୱତନ୍ତ୍ର ଦିନ । କାରଣ ଅକ୍ଟୋବର ୫ରେ ପୁଣି ଥରେ କ୍ରିକେଟ ପଡ଼ିଆରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଏହାପରେ ଭାରତୀୟ ଦଳ ଅକ୍ଟୋବର ୯ରେ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୧୨ରେ ଅଷ୍ଟ୍ରେଲିଆ ଏବଂ ଅକ୍ଟୋବର ୧୯ରେ ଇଂଲଣ୍ଡ ସହିତ ମ୍ୟାଚ୍ ଖେଳିବ । ସେହିପରି ଅକ୍ଟୋବର ୨୩ରେ ନ୍ୟୁଜିଲ୍ୟାଣ୍ଡ ଓ ଅକ୍ଟୋବର ୨୬ରେ ଭାରତର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ବାଂଲାଦେଶ ସହିତ ଖେଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୩୦ ସେପ୍ଟେମ୍ବର - ଭାରତ ବନାମ ଶ୍ରୀଲଙ୍କା
୫ ଅକ୍ଟୋବର - ଭାରତ ବନାମ ପାକିସ୍ତାନ
୯ ଅକ୍ଟୋବର - ଭାରତ ବନାମ ଦକ୍ଷିଣ ଆଫ୍ରିକା
୧୨ ଅକ୍ଟୋବର - ଭାରତ ବନାମ ଅଷ୍ଟ୍ରେଲିଆ
୧୯ ଅକ୍ଟୋବର - ଭାରତ ବନାମ ଇଂଲଣ୍ଡ
୨୩ ଅକ୍ଟୋବର - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ
୨୬ ଅକ୍ଟୋବର - ଭାରତ ବନାମ ବାଂଲାଦେଶ


ଭାରତ କେବଳ ଦୁଇଥର ଫାଇନାଲରେ ଖେଳିଛି


ମହିଳା ଏକଦିବସୀୟ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ୧୯୭୩ ମସିହାରେ ଆରମ୍ଭ ହୋଇଥିଲା । ସେବେଠାରୁ ମହିଳା ବିଶ୍ୱକପ୍ ୧୨ ଥର ଖେଳାଯାଇଛି, ଯେଉଁଥିରୁ ଟିମ୍ ଇଣ୍ଡିଆ କେବଳ ଦୁଇଥର ଫାଇନାଲରେ ଖେଳିଛି। ୨୦୦୫ ମସିହାରେ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୯୮ ରନରେ ପରାସ୍ତ କରିଥିଲା । ସେହିପରି ୨୦୧୭ ବିଶ୍ୱକପରେ ଭାରତୀୟ ଦଳ ଫାଇନାଲରେ ଇଂଲଣ୍ଡଠାରୁ ୯ ରନରେ ପରାସ୍ତ ହୋଇଥିଲା ।

Related Topics

Explore more stories

Sponsored
India vs Pakistan Clash in Women’s ODI World Cup 2025 | Argus News