Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍; ଦଳରୁ ବାଦ୍ ପଡ଼ିଲେ ବଡ଼ ଚେହେରା, ଜୁନ୍ ୧୪ରେ ପାକିସ୍ତାନ ସହ ଟକ୍କର୍

Sports

T20 World Cup / ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍; ଦଳରୁ ବାଦ୍ ପଡ଼ିଲେ ବଡ଼ ଚେହେରା, ଜୁନ୍ ୧୪ରେ ପାକିସ୍ତାନ ସହ ଟକ୍କର୍

Sushanta Sahoo
Browse all articles by Sushanta Sahoo
·1 day ago·2 min read
ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍; ଦଳରୁ ବାଦ୍ ପଡ଼ିଲେ ବଡ଼ ଚେହେରା, ଜୁନ୍ ୧୪ରେ ପାକିସ୍ତାନ ସହ ଟକ୍କର୍
Women’s T20 World Cup Squad

Key Points

ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଭାରତୀୟ ଦଳର ନେତୃତ୍ଵ ହରମନପ୍ରୀତ କୌର ନେଉଥିବା ବେଳେ ଉପଅଧିନାୟକ ଅଛନ୍ତି ସ୍ମୃତି ମନ୍ଧାନା ।
ମୁମ୍ବାଇ: ବିଶ୍ଵକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା । ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଶନିବାର ଏହି ଘୋଷଣା କରିଛି ବିସିସିଆଇ । ଭାରତୀୟ ଦଳର ନେତୃତ୍ଵ ହରମନପ୍ରୀତ କୌର ନେଉଥିବା ବେଳେ ଉପଅଧିନାୟକ ଅଛନ୍ତି ସ୍ମୃତି ମନ୍ଧାନା । ହରମନପ୍ରୀତ କୌରଙ୍କ ଅଧିନାୟକତ୍ଵରେ ଭାରତ ମହିଳା ଦିନିକିଆ ବିଶ୍ଵକପ୍ ଟ୍ରଫି ଜିତିଥିଲା ।

ଷ୍ଟାର୍ ଖେଳାଳି ଜେମିମା ରୋଡ୍ରିଗ୍ସ, ଶେଫାଳି ବର୍ମା, ରିଚା ଘୋଷ ଆଦି ୧୫ ଜଣିଆ ଟିମ୍‌ରେ ଅଛନ୍ତି । ଆହତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର୍ ଖେଳାଳି ଅମନଜୋତ କୌର । ସେହିଭଳି ପ୍ରତୀକା ରାୱଲ ଓ ହରଲୀନ ଦେଓଲଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ସହ ସ୍ପିନ୍‌ର ତଥା ଅଲରାଉଣ୍ଡର ସ୍ନେହା ରାଣା ମଧ୍ୟ ଦଳରେ ନାହାନ୍ତି ।

ଏଥିସହ ପଢ଼ନ୍ତୁ: ମ୍ୟାଚ୍ ଡେ'ରେ CSK ଡ୍ରେସିଂ ରୁମରୁ ଗାୟବ ଧୋନି; କୋଚ୍ କଲେ ବଡ଼ ଖୁଲାସା 

ଭାରତର ୧୫ ଜଣିଆ ଟିମ୍

ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍ ରକ୍ଷକ), ଶ୍ରୀଚରଣୀ, ୟାସ୍ତିକା ଭାଟିଆ (ୱିକେଟ୍ ରକ୍ଷକ), ନନ୍ଦିନୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ଠାକୁର, କ୍ରାନ୍ତି ଗୌଡ଼, ଶ୍ରେୟଙ୍କା ପାଟିଲ୍ ଓ ରାଧା ଯାଦବ ।


ତେବେ ଦଳରେ କେହି ଷ୍ଟାଣ୍ଡବାଏ ଖେଳାଳି ନାହାନ୍ତି । ଅମନଜୋତ କୌର ଆହତ କାରଣରୁ ବାଦ୍ ପଡଡ଼ିଥିବା ବେଳେ ତାଙ୍କ ସ୍ଥାନରେ ମିଡିଲ୍ ଅର୍ଡରରେ ଖେଳିବେ ଭାରତୀ ଫୁଲମାଲି । ୨୦୨୬ ମହିଳା ପ୍ରିମିୟର୍ ଲିଗ୍‌ରେ ଭାରତୀ ଫୁଲମାଲି ଚମତ୍କାର ବ୍ୟାଟିଂ କରିଥିଲେ ।

ସେହିଭଳି ମହିଳା ପ୍ରିମିୟର୍ ଲିଗ୍ ୨୦୨୬ରେ ନନ୍ଦିନୀ ଶର୍ମାଙ୍କ ବିସ୍ଫୋରକ ବୋଲିଂ ଦେଖିବାକୁ ମିଳିଥିଲା । ନନ୍ଦିନୀ ୧୦ଟି ମ୍ୟାଚ୍‌ରେ ୧୭ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ଏବେ ତାଙ୍କୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇଛି ।

ଶ୍ରୀ ଚରଣୀ, ଶ୍ରେୟଙ୍କା ପାଟିଲ୍ ଓ ରାଧା ଯାଦବ ଭାରତ ପକ୍ଷରୁ ସ୍ପିନ୍ ମଙ୍ଗ ସମ୍ଭାଳିବେ । ସେହିଭଳି ରେଣୁକା ସିଂହ ଠାକୁର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼ ଓ ନନ୍ଦିନୀ ପେସ୍‌ ଆଟାକ୍ କରିବେ । ବ୍ୟାକ୍ ଅପ୍ ୱିକେଟ୍ ରକ୍ଷକ ରହିବେ ୟାସ୍ତିକା ଭାଟିଆ ।

କେବେଠୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ?

ଚଳିତଥର ଟି-ଟ୍ଵେଣ୍ଟି ବିଶ୍ଵକପ୍ ଇଂଲଣ୍ଡରେ ଖେଳାଯିବ । ଜୁନ୍ ୧୨ରୁ ଆରମ୍ଭ ହେବ ଚୁର୍ଣ୍ଣାମେଣ୍ଟ । ଜୁଲାଇ ୫ ତାରିଖରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ଭାରତୀୟ ମହିଳା ଦଳ ଜୁନ୍ ୧୪ରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ ।

ସୂଚନାଯୋଗ୍ୟ ଏବେ ସୁଦ୍ଧା ମହିଳା ଟି-ଟ୍ଵେଣ୍ଟି ବିଶ୍ଵକପ୍ ୯ଥର ଖେଳା ଯାଇଛି । ଅଷ୍ଟ୍ରେଲିଆ ମହିଳା ଦଳ ସର୍ବାଧିକ ୬ଥର ଚାମ୍ପିଅନ ହୋଇଛି । ୨୦୨୪ରେ ଭାରତୀୟ ମହିଳା ଦଳ ଟି-ଟ୍ଵେଣ୍ଟି ବିଶ୍ଵକପ୍ ସେମିଫାଇନାଲ୍‌କୁ ଯିବାରେ ସଫଳ ହୋଇ ନଥିଲା ।

ଏଥିସହ ପଢ଼ନ୍ତୁ: ଲଗାତାର ୩ ମ୍ୟାଚ୍ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଧମାକାଦାର କମବ୍ୟାକ୍; କମାଲ୍ କଲେ ଷ୍ଟାର୍କ 

କେବେ କାହା ସହ ଭାରତର ମ୍ୟାଚ୍ ?

ଜୁନ୍ ୧୪: ଭାରତ ବନାମ ପାକିସ୍ତାନ
ଜୁନ୍ ୧୭: ଭାରତ ବନାମ ନେଦରଲ୍ୟାଣ୍ଡ
ଜୁନ୍ ୨୧: ଭାରତ ବନାମ ଦକ୍ଷିଣ ଆଫ୍ରିକା
ଜୁନ୍ ୨୫: ଭାରତ ବନାମ ବାଂଲାଦେଶ
ଜୁନ୍ ୨୮: ଭାରତ ବନାମ ଅଷ୍ଟ୍ରେଲିଆ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Women Squad for T20 World Cup 2026 Announced, Face Pakistan on June 14 | Argus News | Argus News