Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Pakistan / ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ, ଜୁନ୍‌ ୧୪ରେ ଭାରତ-ପାକିସ୍ତାନ ମ୍ୟାଚ୍‌

Santosh Kumar Sahoo
Browse all articles by Santosh Kumar Sahoo
·4 months ago·3 min read
ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ, ଜୁନ୍‌ ୧୪ରେ ଭାରତ-ପାକିସ୍ତାନ ମ୍ୟାଚ୍‌
T20 World Cup

Key Points

ଜୁନ୍ ୧୨ରୁ ଆରମ୍ଭ ବିଶ୍ୱକପ୍‌
ଫାଇନାଲ୍ ଜୁଲାଇ ୫ରେ ଲର୍ଡସ୍‌ରେ
ଜୁନ୍ ୧୪ରେ ଭାରତ-ପାକିସ୍ତାନ ମହାମୁକାବିଲା
ଜୁନ୍ ୧୨ରୁ ଆରମ୍ଭ ହେବ ମହିଳା ଟି-୨୦ ବିଶ୍ବକପ୍‌ । ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି । ପ୍ରଥମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଏଜବାଷ୍ଟନରେ ଖେଳାଯିବ । ୧୨ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତୀୟ ମହିଳା ଦଳ ଏବଂ ପାକିସ୍ତାନ ମହିଳା ଦଳ ସମାନ ଗ୍ରୁପରେ ଅଛନ୍ତି, ଅର୍ଥାତ୍ ସେମାନେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ ।

ଚଳିତ ବର୍ଷ ଜୁନ୍ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଚାଲିବ ଆଇସିସି ମହିଳା ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ । ଯେଉଁଥିରେ ୧୨ଟି ଦଳ ଅଂଶଗ୍ରହଣ କରିବେ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବ । ଯେଉଁମାନେ ଗ୍ରୁପ୍-୨ରେ ଅଛନ୍ତି । ଗ୍ରୁପ୍ ୧ର ପ୍ରଥମ ମ୍ୟାଚ୍ ଜୁନ୍ ୧୩ ତାରିଖରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।

ଗ୍ରୁପ୍ ୧: ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ବାଂଲାଦେଶ, ନେଦରଲ୍ୟାଣ୍ଡସ୍
ଗ୍ରୁପ୍ ୨: ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ

ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବେ ହେବ ?

ICC ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜୁନ୍‌ ୧୪ରେ ଅନୁଷ୍ଠିତ ହେବ । ଏହି ମହାମୁକାବିଲା ଏଜବାଷ୍ଟନରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭:୦୦ ଏବଂ ସ୍ଥାନୀୟ ସମୟ ଅପରାହ୍ନ ୨:୩୦ରେ ଆରମ୍ଭ ହେବ ।

ICC ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ

ଶୁକ୍ରବାର, ଜୁନ୍ ୧୨: ଇଂଲଣ୍ଡ ବନାମ ଶ୍ରୀଲଙ୍କା, ଏଜବାଷ୍ଟନ୍
ଶନିବାର, ଜୁନ୍ ୧୩: ସ୍କଟଲ୍ୟାଣ୍ଡ ବନାମ ଆୟର୍ଲାଣ୍ଡ, ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ
ଶନିବାର, ଜୁନ୍ ୧୩: ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ
ଶନିବାର, ଜୁନ୍ ୧୩: ୱେଷ୍ଟଇଣ୍ଡିଜ୍ ବନାମ ନ୍ୟୁଜିଲାଣ୍ଡ, ହାମ୍ପଶାୟାର ବୋଲ୍
ରବିବାର, ଜୁନ୍ ୧୪: ବାଂଲାଦେଶ ବନାମ ନେଦରଲାଣ୍ଡସ୍, ଏଜବାଷ୍ଟନ୍
ରବିବାର, ଜୁନ୍ ୧୪: ଭାରତ ବନାମ ପାକିସ୍ତାନ, ଏଜବାଷ୍ଟନ୍
ମଙ୍ଗଳବାର, ଜୁନ୍ ୧୬: ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା, ହାମ୍ପଶାୟାର ବୋଲ୍
ମଙ୍ଗଳବାର, ଜୁନ୍ ୧୬: ଇଂଲଣ୍ଡ ବନାମ ଆୟର୍ଲାଣ୍ଡ, ହାମ୍ପଶାୟାର ବୋଲ୍
ବୁଧବାର, ଜୁନ୍ ୧୭: ଅଷ୍ଟ୍ରେଲିଆ ବନାମ ବାଂଲାଦେଶ, ହେଡିଙ୍ଗଲି
ବୁଧବାର, ଜୁନ ୧୭: ଭାରତ ବନାମ ନେଦରଲ୍ୟାଣ୍ଡ, ହେଡିଙ୍ଗଲି
ବୁଧବାର, ଜୁନ ୧୭: ଦକ୍ଷିଣ ଆଫ୍ରିକା ବନାମ ପାକିସ୍ତାନ, ଏଜବାଷ୍ଟନ
ଗୁରୁବାର, ଜୁନ ୧୮: ୱେଷ୍ଟଇଣ୍ଡିଜ୍ ବନାମ ସ୍କଟଲାଣ୍ଡ, ହେଡିଙ୍ଗଲି
ଶୁକ୍ରବାର, ଜୁନ ୧୯: ନ୍ୟୁଜିଲାଣ୍ଡ ବନାମ ଆୟରଲ୍ୟାଣ୍ଡ, ହାମ୍ପଶାୟାର ବୋଲ୍
ଶନିବାର, ଜୁନ ୨୦: ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ, ହାମ୍ପଶାୟାର ବୋଲ୍
ଶନିବାର, ଜୁନ ୨୦: ପାକିସ୍ତାନ ବନାମ ବାଂଲାଦେଶ, ହାମ୍ପଶାୟାର ବୋଲ୍
ଶନିବାର, ଜୁନ ୨୦: ଇଂଲଣ୍ଡ ବନାମ ସ୍କଟଲାଣ୍ଡ, ହେଡିଙ୍ଗଲି
ରବିବାର, ଜୁନ ୨୧: ୱେଷ୍ଟଇଣ୍ଡିଜ୍ ବନାମ ଶ୍ରୀଲଙ୍କା, ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ
ରବିବାର, ଜୁନ ୨୧: ଦକ୍ଷିଣ ଆଫ୍ରିକା ବନାମ ଭାରତ, ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡ
ମଙ୍ଗଳବାର, ଜୁନ ୨୩: ନ୍ୟୁଜିଲାଣ୍ଡ ବନାମ ସ୍କଟଲାଣ୍ଡ, ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ
ମଙ୍ଗଳବାର, ଜୁନ ୨୩: ଶ୍ରୀଲଙ୍କା ବନାମ ଆୟର୍ଲାଣ୍ଡ, ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ
ମଙ୍ଗଳବାର, ଜୁନ ୨୩: ଅଷ୍ଟ୍ରେଲିଆ ବନାମ ପାକିସ୍ତାନ, ହେଡିଙ୍ଗଲି
ବୁଧବାର ଜୁନ ୨୪: ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍, ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡ
ଗୁରୁବାର ଜୁନ ୨୫: ଭାରତ ବନାମ ବାଂଲାଦେଶ, ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ
ଗୁରୁବାର ଜୁନ ୨୫: ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡସ୍, ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ
ଶୁକ୍ରବାର ଜୁନ ୨୬: ଶ୍ରୀଲଙ୍କା ବନାମ ସ୍କଟଲ୍ୟାଣ୍ଡ, ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ
ଶନିବାର ଜୁନ ୨୭: ପାକିସ୍ତାନ ବନାମ ନେଦରଲ୍ୟାଣ୍ଡସ୍, ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ
ଶନିବାର ଜୁନ ୨୭: ୱେଷ୍ଟଇଣ୍ଡିଜ୍ ବନାମ ଆୟର୍ଲାଣ୍ଡ, ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡ
ଶନିବାର ଜୁନ ୨୭: ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡ, ଦି ଓଭାଲ
ରବିବାର ଜୁନ ୨୮: ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ, ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡ
ରବିବାର ଜୁନ୍ ୨୮: ଅଷ୍ଟ୍ରେଲିଆ ବନାମ ଭାରତ, ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡ
ମଙ୍ଗଳବାର ଜୁନ୍ ୩୦: TBC ବନାମ TBC (ସେମି-ଫାଇନାଲ୍ ୧), ଦି ଓଭାଲ୍
ଗୁରୁବାର ଜୁଲାଇ ୨: TBC ବନାମ TBC (ସେମି-ଫାଇନାଲ୍ ୨), ଦି ଓଭାଲ୍
ରବିବାର, ଜୁଲାଇ ୫: TBC ବନାମ TBC (ଫାଇନାଲ୍), ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡ

ମହିଳା ଟି୨୦ ବିଶ୍ୱକପ୍ ୨୦୨୬ରେ ୧୨ଟି ଦଳ ମଧ୍ୟରେ ମୋଟ ୩୩ଟି ମ୍ୟାଚ୍ ଖେଳାଯିବ । ଗ୍ରୁପ୍ ପର୍ଯ୍ୟାୟ ଏବଂ ନକଆଉଟ୍ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ସୂଚୀ ଉପରେ ପ୍ରଦାନ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Women’s T20 World Cup 2026 Schedule Out, India vs Pakistan on June 14 | Argus News