Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

World Cup Final / ମହିଳା ବିଶ୍ବକପ୍‌ ଫାଇନାଲ୍‌, ପ୍ରଥମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ମହିଳା ବିଶ୍ବକପ୍‌ ଫାଇନାଲ୍‌, ପ୍ରଥମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Key Points

ସୁପର ସନଡେରେ ଖେଳାଯିବ ସୁପର ଫାଇନାଲ୍
ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା
ଇତିହାସ ରଚିବାକୁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ICC ମହିଳା କ୍ରିକେଟ୍ ବିଶ୍ୱକପ ୨୦୨୫ । ଏଥର ନୂଆ ଚମ୍ପିଅନ ଦେଖିବ ବିଶ୍ୱ । ଆଜି ମହିଳା ବିଶ୍ବକପ୍‌ରେ ଖେଳାଯିବ ଫାଇନାଲ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ରବିବାର ଦିନ ୩ଟାରେ ଏହି ମ୍ୟାଚ୍‌ ଖେଳାଯିବ । ନଭି ମୁମ୍ବାଇର ଡିଓ୍ବାଇ ପାଟିଲ୍ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ । ତେବେ ଏହି ମ୍ୟାଚ୍‌କୁ ଜିତି ପ୍ରଥମ ଥର ପାଇଁ ବିଶ୍ବକପ୍‌ ଟାଇଟଲ୍‌ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ ।
ମହିଳା ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୧­୨୫ ରନ୍‌ରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ।

ସେହିପରି ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୩୩୮ ରନ୍‌ର ବିଶାଳ ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଏହି ଟାର୍ଗେଟକୁ ଭାରତ ୯ଟି ବଲ୍‌ ବାକି ଥାଇ ପୂରଣ କରିଥିଲା । ଏହି ବିଜୟ ସହ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ସେମିଫାଇନାଲ ମ୍ୟାଚ୍‌ରେ ଜେମିମା ରୋଡ୍ରିଗ୍ସ ବିଜୟର ସାରଥୀ ସାଜିଥିଲେ । ତେବେ ଆଜିର ଫାଇନାଲ ମ୍ୟାଚ୍‌ରେ ମଧ୍ୟ ଭାରତ ସେହି ପ୍ରଦର୍ଶନ ଜାରି ରଖିବ ବୋଲି ଆଶା ରଖିଛନ୍ତି ସମସ୍ତ କ୍ରିକେଟ ପ୍ରେମୀ ।

୨୦୨୫ ମହିଳା ବିଶ୍ୱକପର ଏକ ଲିଗ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୨୫୧ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୮୧ ରନ୍‌ରେ ୫ ଓ୍ବିକେଟ ହରାଇଥିଲା । ଆଉ ଏହା ପରେ ଆଶା କରାଯାଉଥିଲା କି ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିବ । କିନ୍ତୁ ଦକ୍ଷିଣ ଆଫ୍ରିକାର ନାଡିନ୍ ଡି କ୍ଲାର୍କଙ୍କ ଏକ ଧମାକାଦାର ଇନିଂସ ପାଇଁ ଦକ୍ଷିଣ ଆଫ୍ରିକା ଅସମ୍ଭବକୁ ସମ୍ଭବ କରିଥିଲା ଏବଂ ସେହି ମ୍ୟାଚ୍‌କୁ ୩ ଓ୍ବିକେଟରେ ନିଜ ନାମରେ କରିଥିଲା । ଆଉ ଆଜିର ଫାଇନାଲ ମ୍ୟାଚ୍‌ରେ ଭାରତ ଲିଗ୍‌ ମ୍ୟାଚ୍‌ର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Women’s World Cup 2025 Final: India vs South Africa – Historic Clash for First Title | Argus News