Videos
|
Sports

World Cup Semifinal Predictions / ଇମ୍ରାନ ତାହିରଙ୍କ ଭବିଷ୍ୟବାଣୀ, ୨୦୨୭ ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିବେ ଏହି ୪ ଦଳ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଇମ୍ରାନ ତାହିରଙ୍କ ଭବିଷ୍ୟବାଣୀ, ୨୦୨୭ ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିବେ ଏହି ୪ ଦଳ
ODI World Cup

Key Points

୨୦୨୭ ବିଶ୍ୱକପ୍‌ରେ କିଏ ହେବ ଚାମ୍ପିଅନ୍‌ ?
ତାହିର ବାଛିଲେ ୪ ଦଳ
ତାଲିକାରେ ନାହିଁ ପାକିସ୍ତାନ
ଆସନ୍ତା ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଏକ ବର୍ଷରୁ କମ୍ ସମୟ ବାକି ରହିଛି । ୨୦୨୭ ମସିହା ଅକ୍ଟୋବରରୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆର ମିଳିତ ଆୟୋଜନରେ ଏହି ମହାକୁମ୍ଭ ଖେଳାଯିବ । ଏହାକୁ ନେଇ ବିଭିନ୍ନ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର୍‌ ସ୍ପିନର୍‌ ଇମ୍ରାନ ତାହିର ୨୦୨୭ ବିଶ୍ୱକପ୍‌ର ସମ୍ଭାବ୍ୟ ଚାରି ସେମିଫାଇନାଲିଷ୍ଟ ଦଳର ନାମ ଘୋଷଣା କରିଛନ୍ତି । ତାଙ୍କ ତାଲିକାରେ ଭାରତ ଓ ଅଷ୍ଟ୍ରେଲିଆ ରହିଥିବା ବେଳେ ପାକିସ୍ତାନକୁ ସ୍ଥାନ ମିଳିନାହିଁ ।

ସେମିଫାଇନାଲ୍‌ରେ ପହଞ୍ଚିପାରନ୍ତି ଏହି ୪ ଦଳ

ନ୍ୟୁଜ୍‌ ଏଜେନ୍ସୀ ANI ସହ ଆଲୋଚନା ବେଳେ ଇମ୍ରାନ ତାହିର ଆଗାମୀ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିବାକୁ ଥିବା ଚାରିଟି ଦଳ ବିଷୟରେ ନିଜର ମତ ରଖିଥିଲେ । ତାଙ୍କ ଅନୁସାରେ, ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଶେଷ ଚାରିରେ ସ୍ଥାନ ପାଇପାରନ୍ତି ।

ତାହିରଙ୍କ ମତରେ, ଘରୋଇ ପରିବେଶ ଓ ପରିସ୍ଥିତିର ଫାଇଦା ଉଠାଇ ଦକ୍ଷିଣ ଆଫ୍ରିକା ପାଖରେ ପ୍ରଥମଥର ପାଇଁ ଦିନିକିଆ ବିଶ୍ୱକପ୍‌ ଟ୍ରଫି ଜିତିବାର ସୁଯୋଗ ରହିବ ।
ସେ କହିଛନ୍ତି, “ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ହେଉଛନ୍ତି ସେହି ଚାରିଟି ଦଳ, ଯେଉଁମାନେ ଆଗକୁ ବଢ଼ିବେ ବୋଲି ମୁଁ ଆଶା କରୁଛି । ମୋ ମତରେ, ଏହି ବିଶ୍ୱକପ୍‌ ଦକ୍ଷିଣ ଆଫ୍ରିକା ପାଇଁ ଟାଇଟଲ୍‌ ଜିତିବାର ଏକ ବଡ଼ ସୁଯୋଗ । ଯଦି ଦକ୍ଷିଣ ଆଫ୍ରିକା ଜିତି ନପାରେ, ତେବେ ମୁଁ ଅଷ୍ଟ୍ରେଲିଆକୁ ବାଛିବି । ସେମାନଙ୍କ ପାଖରେ ଏକ ଶକ୍ତିଶାଳୀ ଦଳ ରହିଛି ଏବଂ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି ।”

ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ମିଳିଲାନି ସ୍ଥାନ

ଇମ୍ରାନ ତାହିରଙ୍କ ଏହି ତାଲିକାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ସ୍ଥାନ ପାଇନାହାନ୍ତି । ପାକିସ୍ତାନ ଦଳର ସାମ୍ପ୍ରତିକ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଦଳ ଏବେ ପରିବର୍ତ୍ତନର ପର୍ଯ୍ୟାୟ ଦେଇ ଗତି କରୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ ରହିଛି । ଗତ ଚାରିଟି ଦିନିକିଆ ବିଶ୍ୱକପ୍‌ ମଧ୍ୟରୁ ତିନୋଟିରେ ଦଳ ଅତି କମ୍‌ରେ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା । ତଥାପି ତାହିର ନ୍ୟୁଜିଲାଣ୍ଡକୁ ନିଜର ଟପ୍‌-୪ ଦଳରେ ସାମିଲ କରିନାହାନ୍ତି ।

ଆଇସିସି ରାଙ୍କିଂରେ ଭାରତ ଶୀର୍ଷରେ

ଦିନିକିଆ ଆଇସିସି ଦଳୀୟ ରାଙ୍କିଂ ଅନୁସାରେ, ଭାରତ ୧୧୫ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ୧୦୪ ପଏଣ୍ଟ ସହ ତୃତୀୟ ଏବଂ ଅଷ୍ଟ୍ରେଲିଆ ୧୦୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି । ପାକିସ୍ତାନ ୧୦୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।

୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଷଷ୍ଠଥର ପାଇଁ ଟାଇଟଲ୍‌ ଜିତିଥିଲା। ଅହମ୍ମଦାବାଦରେ ଖେଳାଯାଇଥିବା ଏହି ଫାଇନାଲ୍‌ରେ ପ୍ୟାଟ୍‌ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ରୋହିତ ଶର୍ମାଙ୍କ ଭାରତର ବିଶ୍ୱବିଜେତା ହେବା ସ୍ୱପ୍ନକୁ ଭାଙ୍ଗି ଦେଇଥିଲା ।

ଏବେ ଭାରତ ୨୦୨୭ ବିଶ୍ୱକପ୍‌ରେ ଟାଇଟଲ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ୧୯୮୩ରେ ପ୍ରଥମଥର ଏବଂ ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍‌ ଜିତିଥିବା ଭାରତ ଏବେ ତୃତୀୟ ଟ୍ରଫି ଅପେକ୍ଷାରେ ରହିଛି ।