Viral Statement / WWE ରେସଲର ଯଶପ୍ରିତ ବୁମରାହଙ୍କୁ ନେଇ ଏମିତି କହିଲେ…ସମସ୍ତେ ଆଶ୍ଚର୍ଯ୍ୟ…
·1 day ago·2 min read

Key Points
ବୁମରାହଙ୍କୁ ଭାରତରେ ଫ୍ୟାନ୍ସମାନେ ଭଲ ପାଉଥିବା ତ ସମସ୍ତେ ଜାଣିଛନ୍ତି କିନ୍ତୁ ବିଦେଶରେ ମଧ୍ୟ ତାଙ୍କର ବହୁତ ସାରା ଫ୍ୟାନ୍ସ ଅଛନ୍ତି
ଯଶପ୍ରିତ ବୁମରାହ ବର୍ତ୍ତମାନ IPL 2026 ରେ ଖେଳୁଛନ୍ତି, ଯଦିଓ ତାଙ୍କ ଦଳ, ମୁମ୍ବାଇ ଇଣ୍ଡିଆନ୍ସ, ପ୍ଲେଅଫ୍ ରେସରୁ ବାଦ ପଡ଼ିଛି। ବୁମରାହଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ମଧ୍ୟମ ଧରଣର ହୋଇଛି। ସେ ପ୍ରଥମ କିଛି ମ୍ୟାଚ୍ ରେ ଗୋଟିଏ ବି ୱିକେଟ୍ ନେଇପାରିଲେ ନାହିଁ। ତଥାପି, ବିଶ୍ୱର ସବୁଠାରୁ ପ୍ରଶଂସନୀୟ ବୋଲରଙ୍କ ଫ୍ୟାନ୍ସଙ୍କ ସଂଖ୍ୟା କମିନାହିଁ। ତାଙ୍କୁ ଭାରତରେ ଫ୍ୟାନ୍ସମାନେ ଭଲ ପାଉଥିବା ତ ସମସ୍ତେ ଜାଣିଛନ୍ତି କିନ୍ତୁ ବିଦେଶରେ ମଧ୍ୟ ତାଙ୍କର ବହୁତ ସାରା ଫ୍ୟାନ୍ସ ଅଛନ୍ତି। WWE ସୁପରଷ୍ଟାର ଡ୍ର୍ୟୁ ମ୍ୟାକଇଣ୍ଟାୟର ବୁମରାହଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି।
WWE ସୁପରଷ୍ଟାର ଡ୍ରୁ ମ୍ୟାକଇଣ୍ଟାୟର ଇନଷ୍ଟାଗ୍ରାମରେ ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ସେ ଟିମ ଇଣ୍ଡିଆର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି। ଭିଡିଓରେ ରେସଲର ଜଣକ ବ୍ୟାୟାମ କରୁଥିଲେ। ବାଇସେପ୍ସର ବ୍ୟାୟାମ କରିକି ପଛକୁ ବୁଲିକି ନିଜ ବାଇସେପ୍ସ ଦେଖାଇଥିଲେ। ଟିମ ଇଣ୍ଡିଆର ଜର୍ସି ପିନ୍ଧିବା ବୁମରାହଙ୍କ ଜର୍ସି ନମ୍ବର ୯୩ ଲେଖା ହୋଇଥିଲା। ରେସଲର ଏହାସହ କ୍ୟାପସନରେ ଲେଖିଥିଲେ, “ବାଇସେପ୍ସ ପ୍ରସ୍ତୁତ କରୁଛି, ଗୋ ବୁମ ବୁମ।“
ଏହାସହ ପଢ଼ନ୍ତୁ: ତିଲକଙ୍କୁ ଡେଟ୍ କରୁଛନ୍ତି କି ଶ୍ରୀଲିଲା ? ଚର୍ଚ୍ଚା ପରେ ସତ କହିଦେଲେ ଅଭିନେତ୍ରୀଙ୍କ ମାଆ
ଯଶପ୍ରିତ ବୁମରାହଙ୍କୁ ବୁମ ବୁମରାହ ମଧ୍ୟ କୁହାଯାଏ। ଡ୍ର୍ୟୁ ମ୍ୟାକଇଣ୍ଟାୟର WWEରେ ଜଣେ ମୁଖ୍ୟ ରୋଷ୍ଟର ରେସଲର। ତାଙ୍କୁ ଦି ସ୍କଟିସ ୱାରିଅର ମଧ୍ୟ କୁହାଯାଏ। ସେ ତିନିଥର WWE ଚାମ୍ପିଅନ ଏବଂ ଥରେ ୱାର୍ଲ୍ଡ ହେଭିୱେଟ ଚାମ୍ପିଅନ। ଏହା ଉଲ୍ଲେଖନୀୟ ଯେ ଏହା ପ୍ରଥମ ଥର ନୁହେଁ ଯେ ସେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପୋଷ୍ଟ ସେୟାର କରିଛନ୍ତି।
ପୂର୍ବରୁ, ଡ୍ର୍ୟୁ ମ୍ୟାକଇଣ୍ଟାୟର 2023 ODI ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ ଭାରତୀୟ ଦଳର ଜର୍ସି ପିନ୍ଧିଥିବା ଏକ ଭିଡିଓ ସେୟାର କରିଥିଲେ। ସେହି ସଂସ୍କରଣରେ, ଟିମ୍ ଇଣ୍ଡିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା, ଯେଉଁଠାରେ ସେମାନେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ।
୩୨ ବର୍ଷୀୟ ଯଶପ୍ରିତ ବୁମରାହ ୨୦୨୬ ଆଇପିଏଲରେ ୧୨ ମ୍ୟାଚ୍ ରୁ ମାତ୍ର ତିନୋଟି ୱିକେଟ ନେଇଛନ୍ତି, ଯାହା ତାଙ୍କ ପାଇଁ ଏକ ଖରାପ ସିଜନ ବୋଲି କୁହାଯାଇପାରିବ। ଯଦିଓ ସେ ତାଙ୍କ ଇକୋନମିକୁ ନିୟନ୍ତ୍ରଣ ରଖିଥିଲେ, ତଥାପି ସେ ୱିକେଟ ନେବା ପାଇଁ ସଂଘର୍ଷ କରୁଥିବା ପରି ମନେ ହେଉଥିଲା। ଗତବର୍ଷ ଆଇପିଏଲରେ ସେ ୧୨ ମ୍ୟାଚ୍ ରୁ ୧୮ ୱିକେଟ ନେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories