Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Mohammed Siraj / 'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
'ଲୋକେ କହୁଥିଲେ ଖେଳ ଛାଡ଼ି ବାପା ସହ ଅଟୋ ଚଲା'

Key Points

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଖେଳୁଥିବା ବେଳେ ଗୋଟିଏ ସିଜିନ୍‌ରେ ସିରାଜଙ୍କ ପରଫରମାନ୍ସ ଖରାପ ଚାଲିଥିଲା । ତାଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ହୋଇପାରୁନଥିଲା ।

ଧୋନୀଙ୍କ ପାଇଁ ନାଁ କରିଛନ୍ତି ସିରାଜ। ହଁ ଆମେ କହୁଛୁ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ କଥା । ଯଶପ୍ରିତ ବୁମରାହଙ୍କ ପରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ତାଙ୍କୁ ବିବେଚନା କରାଯାଏ । ସାରା ବିଶ୍ୱରେ ଏବେ ତାଙ୍କର ଖୁବ୍‌ ନାଁ ରହିଛି । ଭାରତୀୟ ଖେଳାଳି ଭାବେ ସାରା ବିଶ୍ୱ ତାଙ୍କୁ ଜାଣୁଛି । ହେଲେ ଆପଣ କେବେ ଭାବିଛନ୍ତି କି, ମହମ୍ମଦ ସିରାଜଙ୍କ ଏତେ ବଡ଼ ନାଁ ପଛରେ ରହିଛି ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ।

ମହମ୍ମଦ ସିରାଜଙ୍କ ଗରିବିରୁ ଧନୀ ହେବା ଏକ ପ୍ରେରଣାଦାୟକ କାହାଣୀ । ହାଇଦ୍ରାବାଦରୁ ଆସିଥିବା, ଜଣେ ଅଟୋ-ରିକ୍ସା ଡ୍ରାଇଭରଙ୍କ ପୁଅ ସିରାଜ ଟ୍ରୋଲିଂଠାରୁ ଆରମ୍ଭ କରି ଆର୍ଥିକ କଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ପଛରେ ପକାଇଥିଲେ । ଆଉ ତାଙ୍କର ଏହି ସଫଳତା ପଛରେ ରହିଛି ଏମଏସ ଧୋନିଙ୍କ ଏକ ସରଳ ପରାମର୍ଶ ।


ଏହାସହ ପଢ଼ନ୍ତୁ:- ସତରେ IPS ଅଧିକାରୀଙ୍କ ଉପରେ କ'ଣ ଏତେ ଚାପ ଥାଏ ? ଶେଷରେ ଜୀବନ ହାରିବାକୁ ପଡ଼େ !


ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଖେଳୁଥିବା ବେଳେ ଗୋଟିଏ ସିଜିନ୍‌ରେ ସିରାଜଙ୍କ ପରଫରମାନ୍ସ ଖରାପ ଚାଲିଥିଲା । ତାଙ୍କ ପ୍ରଦର୍ଶନ ସେତେ ଆଖିଦୃଶିଆ ହୋଇପାରୁନଥିଲା । ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଉଥିଲା । ଏହା ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ, ସେ ଏକ ସାକ୍ଷାତକାର ସମୟରେ ମଧ୍ୟ ଏକଥା ଉଠାଇଥିଲେ । କହିଥିଲେ ଗୋଟିଏ ମୁହୂର୍ତ୍ତରେ ଫ୍ୟାନ୍ସମାନଙ୍କର ମନୋଭାବ ପରିବର୍ତ୍ତନ ହୋଇଯାଏ । ଯେଉଁମାନେ ତାଙ୍କୁ ଭଲ ବୋଲର ବୋଲି କହୁଥିଲେ, ସେମାନେ ଏବେ ଖରାପ ବୋଲି କହିଲେଣି । ଏମିତିକି ଖରାପ ପ୍ରଦର୍ଶନ ଯୋଗୁଁ କିଛି ଲୋକ କହିଥିଲେ 'ଖେଳ ଛାଡ଼ି ତୁମ ବାପାଙ୍କ ସହିତ ଅଟୋ ଚଲାଅ' ।

ଏଭଳି ଅପମାନ ସିରାଜଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଆଉ ଏମିତି ସମୟରେ ଏମଏସ ଧୋନିଙ୍କ ଏକ ସରଳ ପରାମର୍ଶ, ସିରାଜଙ୍କ ପାଇଁ ମାନସିକ ସ୍ତରରେ ଏକ ସ୍ଥିରତା ଆଣିଥିଲା । ଏହାପରେ ସେ ନିଜ ପାଇଁ ଶକ୍ତି ଜୁଟାଇପାରିଥିଲେ । ଧୋନୀ ତାଙ୍କୁ କହିଥିଲେ, 'କାହା କଥାରେ ଏମିତି ପ୍ରଭାବିତ ହୁଅ ନାହିଁ କି ଭାଙ୍ଗି ପଡ଼ ନାହିଁ । ଯେତେବେଳେ ତୁମେ ଭଲ ଖେଳିବ, ସାରା ଦୁନିଆ ତୁମ ସହିତ ରହିବ, ଏବଂ ଯେତେବେଳେ ତୁମେ ଖରାପ ଖେଳିବ, ସେତେବେଳେ ଏଇ ଦୁନିଆ ତୁମକୁ ଗାଳି ଦେବ ।'

ଧୋନୀଙ୍କ ଏଭଳି ପରାମର୍ଶ ସିରାଜଙ୍କ ମନରେ ନୂଆ ଆଶା ସଂଚାର କରିଥିଲା । ବାରମ୍ବାର ଏହି କଥା ତାଙ୍କ କାନରେ ଗୁଞ୍ଜରଣ ହେଲା । ମନ ଭିତରେ ଏକ ଶକ୍ତି ଜାଗ୍ରତ ହେଲା । ଯାହା ଦ୍ୱାରା ସେ ସେଭଳି ପରିସ୍ଥିତିରୁ ବାହାରି ପୁଣି ଫର୍ମକୁ ଫେରିଥିଲେ । ବାହ୍ୟ ପ୍ରଶଂସା କିମ୍ବା ସମାଲୋଚନା ପ୍ରତି ଧ୍ୟାନ ଦେବା ବନ୍ଦ କରି କେବଳ ତାଙ୍କ ଖେଳ, ତାଙ୍କ ସାଥୀ ଖେଳାଳି ଏବଂ ପରିବାରର ମତାମତ ଉପରେ ଧ୍ୟାନ ଦେଲେ । ଆଉ ତା'ପରଠୁ ବଦଳିଗଲା ସିରାଜଙ୍କ ମିଜାଜ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...


ସିରାଜଙ୍କ ପାଖରେ ଟଙ୍କା ଅଭାବ ଥିବାରୁ ସେ କେବେ ଭାରତ ପାଇଁ ଖେଳିବା କଥା ସ୍ୱପ୍ନରେ ବି ଭାବି ନଥିଲେ । ଟେନିସ୍-ବଲ୍ କ୍ରିକେଟରୁ ସେ ଯାହା ରୋଜଗାର କରୁଥିଲେ ତାହା ସେ ତାଙ୍କ ପିତାମାତାଙ୍କୁ ଦେଉଥିଲେ । ଯେତେବେଳେ ସେ ଚାରମିନାର କ୍ରିକେଟ କ୍ଲବର ମାଲିକଙ୍କୁ ଭେଟିଥିଲେ ସେତେବେଳେ ତାଙ୍କର ପ୍ରତିଭାର ପ୍ରଥମେ ଚିହ୍ନଟ ହୋଇଥିଲା । ଯିଏ ତାଙ୍କର ଆର୍ଥିକ ଅସୁବିଧା ଦେଖି ତାଙ୍କୁ ମାଗଣା ତାଲିମ ଏବଂ ସ୍ପାଇକ୍ ଜୋତା ଯୋଗାଇ ଦେଇଥିଲେ । ତା'ପରେ, ରଣଜୀ ଟ୍ରଫି ସିଜିନ୍ ପୂର୍ବରୁ ନେଟ୍ସରେ ବୋଲିଂ କରୁଥିବା ସମୟରେ, ସେ ତତ୍କାଳୀନ ଭାରତୀୟ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅରୁଣ ହାଇଦ୍ରାବାଦର ପ୍ରଶିକ୍ଷକ ହେବା ପରେ ସିରାଜଙ୍କୁ ଟ୍ରେନିଂ ଦେଇଥିଲେ ଏବଂ ତାଙ୍କୁ ଦଳରେ ସାମିଲ କରିଥିଲେ । ସେହି ବର୍ଷ, ସିରାଜ ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ ।

Related Topics

Explore more stories

Sponsored