Videos
|
Sports

Yashasvi Jaiswal / 'ମୁଁ କ୍ୟାପଟେନ୍ ହେବାକୁ ଚାହେଁ...', ଗିଲ୍ ଅଧିନାୟକ ହେବା ପରେ ମନର କଥା କହିଲେ ଏହି ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
'ମୁଁ କ୍ୟାପଟେନ୍ ହେବାକୁ ଚାହେଁ...', ଗିଲ୍ ଅଧିନାୟକ ହେବା ପରେ ମନର କଥା କହିଲେ ଏହି ଖେଳାଳି

Key Points

ଦିନିକିଆରେ ଗିଲ୍ ଅଧିନାୟକ ହେବା ପରେ ବଡ଼ ବୟାନ ଦେଲେ ଜୟସ୍ବାଲ । କହିଲେ, ମୁଁ ବି କ୍ୟାପଟେନ୍ ହେବାକୁ ଚାହେଁ ।

ଭାରତୀୟ କ୍ରିକେଟରେ ଏବେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅନେକ ଅଭିଜ୍ଞ ଖେଳାଳି ମଧ୍ୟ ବିଭିନ୍ନ ଫର୍ମାଟରୁ ଅବସର ଘୋଷଣା କରିସାରିଛନ୍ତି । ଏପରି ସ୍ଥିତିରେ ସବୁ ଫର୍ମାଟରେ କିଛି ନା କିଛି ପରିବର୍ତ୍ତନ କରାଯାଉଛି । ନିକଟରେ ଦିନିକିଆରେ ଭାରତୀୟ ଅଧିନାୟକତ୍ବରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ ଶୁବମନ ଗିଲଙ୍କୁ ପ୍ରଥମେ ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଭାବେ ଦାୟିତ୍ବ ଦିଆଯାଇଥିଲା । ଆଉ ଏବେ ହଠାତ୍ ରୋହିତଙ୍କୁ ହଟାଇ ଗିଲଙ୍କୁ ଦିନିକିଆରେ ମଧ୍ୟ କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି । ଆଉ ଏସବୁ ମଧ୍ୟରେ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଦଳର ଅଧିନାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

"ମୁଁ ମଧ୍ୟ ଜଣେ ଅଧିନାୟକ ହେବାକୁ ଚାହେଁ"

ଯୁବ ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲ ଏକ ପଡକାଷ୍ଟରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ଜୟସ୍ୱାଲ କହିଛନ୍ତି, 'ମୁଁ ପ୍ରତିଦିନ ମୋର ଫିଟନେସ୍ ଏବଂ ଦକ୍ଷତା ଉପରେ କାମ କରୁଛି । ନିଜକୁ ଉନ୍ନତ କରିବା ପାଇଁ ପ୍ରତିଦିନ ମୋ ଶରୀର ଉପରେ କାମ କରିବା ଗୁରୁତ୍ୱପୂର୍ଣ୍ଣ । ମୁଁ ଭାବୁଛି ମୋତେ ଆହୁରି ଫିଟ୍ ହେବାକୁ ପଡିବ । ମୁଁ ଜଣେ ଭଲ ଲିଡର୍ ହେବା ପାଇଁ ନିଜ ଉପରେ ଯଥେଷ୍ଟ କାମ କରିବାକୁ ଚାହେଁ , କାରଣ ମୁଁ ଭବିଷ୍ୟତରେ ଏକ ଦଳର ଅଧିନାୟକ ହେବାକୁ ଚାହେଁ ।"

ଯଶସ୍ୱୀ ଜୟସ୍ୱାଲଙ୍କ କ୍ରିକେଟ କ୍ୟାରିଅର

ଯଶସ୍ୱୀ ଜୟସ୍ୱାଲ ଟିମ୍ ଇଣ୍ଡିଆର ଜଣେ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ । ସେ ଭାରତ ପାଇଁ ଟେଷ୍ଟ, ଦିନିକିଆ ଓ ଟି-୨୦ ତିନୋଟି ଫର୍ମାଟରେ ଖେଳିଛନ୍ତି । ଜୟସ୍ୱାଲ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୨୫ଟି ଟେଷ୍ଟ ମ୍ୟାଚ୍ ଖେଳି, ୪୯.୮୮ ହାରରେ ୩,୩୯୦ ରନ୍ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୨୧୪ ରନ୍ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅଭିଷେକ ଶର୍ମାଙ୍କୁ ମିଳିଲା SUV ପୁରସ୍କାର, କିନ୍ତୁ ଭାରତ ଆଣିପାରିବେନି...ଜାଣନ୍ତୁ କାହିଁକି

ଏହି ୨୩ ବର୍ଷୀୟ ଭାରତୀୟ ଖେଳାଳି ଏପର୍ଯ୍ୟନ୍ତ କେବଳ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଯଦି ଟି-୨୦ କଥା କହିବା ତାହାଲେ, ଜୟସ୍ୱାଲ ୨୩ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୩୬.୧୫ ହାରରେ ୭୨୩ ରନ୍ କରିଛନ୍ତି । ତେବେ ଟି-୨୦ରେ ଗୋଟିଏ ଶତକ ଓ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories