Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କମିନ୍ସଙ୍କୁ ମନ ଜିତିଲେ ବୈଭବ; କହିଲେ, ସୂର୍ଯ୍ୟବଂଶୀ ମୋର ପ୍ରିୟ ଖେଳାଳି

Sports

Cummins Praises Vaibhav / କମିନ୍ସଙ୍କୁ ମନ ଜିତିଲେ ବୈଭବ; କହିଲେ, ସୂର୍ଯ୍ୟବଂଶୀ ମୋର ପ୍ରିୟ ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·3 days ago·2 min read
କମିନ୍ସଙ୍କୁ ମନ ଜିତିଲେ ବୈଭବ; କହିଲେ, ସୂର୍ଯ୍ୟବଂଶୀ ମୋର ପ୍ରିୟ ଖେଳାଳି
Vaibhav Sooryavanshi

Key Points

କମିନ୍ସଙ୍କୁ ମନ ଜିତିଲେ ବୈଭବ
ଦେଲେ ବଡ଼ ପ୍ରଶଂସା
କହିଲେ—ସୂର୍ଯ୍ୟବଂଶୀ ମୋର ଫେଭରିଟ୍
ଶନିବାର ଆଇପିଏଲର ୩୬ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌ରେ ରାଜସ୍ଥାନ ହାଇଦ୍ରାବାଦକୁ ହରାଇ ୫ ଓ୍ବିକେଟ୍‌ରେ ବିଜୟଲାଭ କରିଥିଲା । ତେବେ ଏହି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବୈଭବ ସୂର୍ଯ୍ୟବଂଶୀ । ସେ ମାତ୍ର ୩୬ ବଲ୍‌ରେ ଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆର ଷ୍ଟାର ବୋଲର ଏବଂ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍ କମିନ୍ସ ବୈଭବଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

କମିନ୍ସ ୧୫ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ତାଙ୍କର ନୂତନ ପ୍ରିୟ ଖେଳାଳି ବୋଲି ମଧ୍ୟ କହିଥିଲେ । ପ୍ୟାଟ୍ କମିନ୍ସ କହିଛନ୍ତି, "ସେ (ବୈଭବ) ଏବେ ମୋର ପ୍ରିୟ ଖେଳାଳି । ସେ ବଲକୁ ବହୁତ ଜୋରରେ ହିଟ୍ କରନ୍ତି । ବୋଲରମାନଙ୍କୁ ବହୁତ ସଠିକ୍ ଭାବରେ ବୋଲିଂ କରିବାକୁ ପଡ଼ିଥାଏ, ନଚେତ୍ ସେ ବଲକୁ ବହୁତ ଦୂରକୁ ମାରିଥାନ୍ତି । ସେ ବହୁତ ପ୍ରଭାବଶାଳୀ ଏବଂ ତାଙ୍କ କ୍ୟାରିୟରର ଏକ ଭଲ ଆରମ୍ଭ ହୋଇଛି ।"


ଅଷ୍ଟ୍ରେଲିୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଆଇପିଏଲ ୨୦୨୬ ରେ ବୈଭବ ସୂର୍ଯ୍ୟବଂଶୀଙ୍କ ସାମ୍ନାରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳୁଥିଲେ । ବୈଭବ ହାଇଦ୍ରାବାଦ ବିପକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ । ଅଧିନାୟକ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୫ ବର୍ଷୀୟ ବୈଭବ ପ୍ରଥମ ଓଭରରେ ଲଗାତାର ଚାରୋଟି ଛକା ମାରି ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ତା’ପରେ ଦ୍ୱିତୀୟ ଓଭରରେ କମିନ୍ସଙ୍କ ପ୍ରଥମ ବଲ୍‌ରେ ସେ ଏକ ଛକା ମାରିଥିଲେ ।
ସେ ତାଙ୍କ ଇନିଂସରେ ୧୨ଟି ଛକା ଏବଂ ପାଞ୍ଚଟି ଚୌକା ମାରିଥିଲେ। ତାଙ୍କର ଚମତ୍କାର ଇନିଂସ ୧୪ତମ ଓଭରରେ ଶେଷ ହୋଇଥିଲା । ବୈଭବ ୩୭ ବଲ୍‌ରେ ୧୦୩ ରନ୍ କରିଥିଲେ ।

ଯଦିଓ ବୈଭବଙ୍କ ଇନିଂସ ଯୋଗୁଁ ରାଜସ୍ଥାନ ୨୨୮ ରନ୍ କରିଥିଲା, କିନ୍ତୁ ଅଭିଷେକ ଶର୍ମା ଏବଂ ଇଶାନ କିଶାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁଁ ହାଇଦ୍ରାବାଦ ରନ୍‌କୁ ଚେଜ୍‌ କରିଥିଲା । ହାଇଦ୍ରାବାଦ ଏହି ପାଞ୍ଚ ୱିକେଟରେ ବିଜୟୀ ହୋଇଥିଲା । ମ୍ୟାଚ୍ ପରେ କମିନ୍ସ ଏହାକୁ "ବହୁତ ଭଲ ବିଜୟ" ବୋଲି କହିଥିଲେ ଏବଂ କହିଥିଲେ ଯେ ଏହା ସେମାନଙ୍କର ପ୍ରତ୍ୟାବର୍ତ୍ତନର ଏକ ମହାନ ଆରମ୍ଭ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pat Cummins Praises Vaibhav Sooryavanshi After Explosive IPL Century | Argus News