Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତର ପରାଜୟ ସହିପାରିଲେନି, ରଡ୍ ରେ ଝୁଲିପଡିଲେ

Sports

ଭାରତର ପରାଜୟ ସହିପାରିଲେନି, ରଡ୍ ରେ ଝୁଲିପଡିଲେ

Smruti Parija
Browse all articles by Smruti Parija
·2 years ago·1 min read
ଭାରତର ପରାଜୟ ସହିପାରିଲେନି, ରଡ୍ ରେ ଝୁଲିପଡିଲେ

ଯାଜପୁର: ବିଶ୍ୱକପ ଫାଇନାଲରେ ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳସାହି ଗ୍ରାମରେ । ଗ୍ରାମର ନୀଳମଣି ଦାସଙ୍କ ସାନ ପୁଅ ଦେବରଞ୍ଜନ ଦାସଙ୍କ ମୃତ ଶରୀର ପଡୋଶୀ ଛାତରେ ଥିବା ଏକ ରଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । 

ଯୁବକର ମୃତଦେହ ଉଦ୍ଧାର କରାଯିବା ପରେ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଶବ ହସ୍ତାନ୍ତର କରିବାକୁ ପଠାଯାଇଛି । ତେବେ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ଥିବା ପରିବାର ଲୋକେ କହିଛନ୍ତି । ସେ କ୍ରିକେଟ ପ୍ରେମୀ ଥିବାବେଳେ କାଲି ଭାରତର ପରାଜୟ ସହି ନପାରି ଏପରି କରିଥିବା ପରିବାର ଲୋକେ କହିଛନ୍ତି ।  

ଗତକାଲି ହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି ଅଷ୍ଟ୍ରେଲିଆ । ଭାରତ ଦ୍ୱାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ୱିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
youngman-committed-suicide-after-india-lose-worldcup | Argus News