Yuvraj Singh / ପୁଣି IPLକୁ ଫେରିବେ ଯୁବରାଜ ସିଂ ! ଲକ୍ଷ୍ନୌର ହୋଇପାରନ୍ତି ମୁଖ୍ୟ କୋଚ୍
·10 months ago·2 min read

Key Points
ଆଇପିଏଲକୁ ପୁଣି ଫେରିବେ ଯୁବରାଜ ସିଂ । କିନ୍ତୁ ଏଥର ଖେଳାଳି ଭାବେ ନୁହେଁ ବରଂ କୋଚ୍ ଭାବେ । ଲକ୍ଷ୍ନୌ ସୁପର ଜିଆଣ୍ଟସର ହୋଇପାରନ୍ତି ମୁଖ୍ୟ କୋଚ୍ ।
ପୂର୍ବ ସିଜିନ୍ ତୁଳନାରେ IPL ୨୦୨୬ରେ ଅନେକ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। କୋଲକାତା ନାଇଟ୍ ରାଇଡର୍ସ ଅଭିଷେକ ନାୟରଙ୍କୁ ଆଗାମୀ ସିଜିନ୍ ପାଇଁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି । ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପୂର୍ବରୁ କେନ୍ ଓ୍ବିଲିୟମସନ୍ ଓ ଭରତ ଅରୁଣଙ୍କ ସହ ଚୁକ୍ତି କରିସାରିଛି । କିନ୍ତୁ ଏବେ ପୁଣି ଲକ୍ଷ୍ନୌକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । କାହିଁକି ନା ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି ଯେ LSG ଦଳ ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିପାରେ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, LSG ଫ୍ରାଞ୍ଚାଇଜ୍ ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବା ପାଇଁ ଯୋଗାଯୋଗ କରିଛି । ରିପୋର୍ଟ କୁହାଯାଇଛି ଯେ ଜଷ୍ଟିନ୍ ଲାଙ୍ଗର ଲକ୍ଷ୍ନୌ ଦଳର ସ୍ଥାନୀୟ ଖେଳାଳିଙ୍କ ସହ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ଏପରି ପରିସ୍ଥିତିରେ ଫ୍ରାଞ୍ଚାଇଜ୍ ଜଣେ ଭାରତୀୟଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇପାରେ।
ଗତ ବର୍ଷ, ଯୁବରାଜ ସିଂହଙ୍କ ନାମ ଗୁଜୁରାଟ ଟାଇଟାନ୍ସ ସହିତ ଯୋଡା ଯାଇଥିଲା। ଆଶିଷ ନେହେରା ଗୁଜୁରାଟ ଛାଡିପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା । ଯାହା ଫଳରେ ଯୁବରାଜ ତାଙ୍କ ସ୍ଥାନରେ ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ବୋଲି ଗୁଜବ ଉଠିଥିଲା । କେବଳ ଗୁଜରାଟ ନୁହେଁ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଯୁବରାଜ ରିକି ପଣ୍ଟିଂଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ହୋଇପାରନ୍ତି । କିନ୍ତୁ ଗତ ସିଜିନ୍ରେ କୌଣସି ଦଳର କୋଚ୍ ହୋଇନଥିଲେ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, LSG ଫ୍ରାଞ୍ଚାଇଜ୍ ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବା ପାଇଁ ଯୋଗାଯୋଗ କରିଛି । ରିପୋର୍ଟ କୁହାଯାଇଛି ଯେ ଜଷ୍ଟିନ୍ ଲାଙ୍ଗର ଲକ୍ଷ୍ନୌ ଦଳର ସ୍ଥାନୀୟ ଖେଳାଳିଙ୍କ ସହ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ଏପରି ପରିସ୍ଥିତିରେ ଫ୍ରାଞ୍ଚାଇଜ୍ ଜଣେ ଭାରତୀୟଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇପାରେ।
ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ
ଯୁବରାଜ ବର୍ତ୍ତମାନ କୌଣସି ବୃତ୍ତିଗତ କ୍ରିକେଟ୍ ଦଳ ସହିତ ଜଡିତ ନାହାଁନ୍ତି । କିନ୍ତୁ ଯୁବ ପ୍ରତିଭା ଖୋଜିବାରେ ସକ୍ରିୟ ଅଛନ୍ତି। ଶୁବମନ ଗିଲ୍ ଏବଂ ଅଭିଷେକ ଶର୍ମାଙ୍କ କ୍ୟାରିୟରରେ ଯୁବରାଜ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଯେଉଁମାନେ ଆଜି ଭାରତୀୟ କ୍ରିକେଟ୍ ଦଳର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇପାରିଛନ୍ତି । ସେହିପରି ଆଇପିଏଲ ଓ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ୍ ସିଂହଙ୍କୁ ମଧ୍ୟ ଯୁବରାଜ ସିଂହ ତିଆରି କରୁଛନ୍ତି ।ଗତ ବର୍ଷ, ଯୁବରାଜ ସିଂହଙ୍କ ନାମ ଗୁଜୁରାଟ ଟାଇଟାନ୍ସ ସହିତ ଯୋଡା ଯାଇଥିଲା। ଆଶିଷ ନେହେରା ଗୁଜୁରାଟ ଛାଡିପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା । ଯାହା ଫଳରେ ଯୁବରାଜ ତାଙ୍କ ସ୍ଥାନରେ ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ବୋଲି ଗୁଜବ ଉଠିଥିଲା । କେବଳ ଗୁଜରାଟ ନୁହେଁ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଯୁବରାଜ ରିକି ପଣ୍ଟିଂଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ହୋଇପାରନ୍ତି । କିନ୍ତୁ ଗତ ସିଜିନ୍ରେ କୌଣସି ଦଳର କୋଚ୍ ହୋଇନଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଗତ ଦୁଇଟି ସିଜିନରେ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି। ଲକ୍ଷ୍ନୌ ଦଳ ଆଗାମୀ ସିଜିନ ପାଇଁ ଭରତ ଅରୁଣଙ୍କୁ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରିଛି। କେନ୍ ୱିଲିୟମ୍ସନ୍ ପରାମର୍ଶଦାତା ଭାବରେ ଦଳରେ ଯୋଗ ଦେଇଛନ୍ତି । ତେବେ ଚଳିତ ସିଜିନ୍ରେ ଯୁବରାଜ ସିଂ ଲକ୍ଷ୍ନୌ ସୁପର ଜିଆଣ୍ଟସର ମୁଖ୍ୟ କୋଚ୍ ହେଉଛନ୍ତି କି ନାହିଁ ତାକୁ ଅପେକ୍ଷା ।
Related Topics
Explore more stories