Yuvraj Singh Phone Call / ଯୁବରାଜ ବଦଳାଇଦେଲେ ବୈଭବଙ୍କ ଭାଗ୍ୟ, ଫୋନ୍ରେ ଦେଲେ ଟିପ୍ସ...ବ୍ୟାଟ୍ରେ ଜବାବ ଦେଲେ ସୂର୍ଯ୍ୟବଂଶୀ
·42 mins ago·2 min read

Key Points
ଦ୍ୱିଶତକ ପଛରେ ଯୁବରାଜଙ୍କ ଗୁରୁମନ୍ତ୍ର
ବୈଭବ କଲେ ବଡ଼ ଖୁଲାସା
ଯୁବରାଜଙ୍କ ଟିପ୍ସରେ ମାରିଲେ ଐତିହାସିକ ଦ୍ୱିଶତକ

ଦିଲ୍ଲୀ: ଏସିଆ କପ୍ ରାଇଜିଂ ଷ୍ଟାରରେ ଦ୍ରୁତତମ ଦ୍ବିଶତକ ହାସଲ କରି ଇତିହାସ ରଚିଛନ୍ତି ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୫ ବର୍ଷ ବୟସରେ ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଏବେ ଚର୍ଚ୍ଚାରେ । ତେବେ ଏହି ସଫଳତା ପଛରେ ରହିଛି ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ଖେଳାଳି ଯୁବରାଜ ସିଂହଙ୍କ ଗୁରୁମନ୍ତ୍ର ।
ଦ୍ୱିଶତକ ହାସଲ କରିବା ପରେ ବୈଭବ ଖୁଲାସା କରିଛନ୍ତି ଯେ, ମ୍ୟାଚ୍ ପୂର୍ବରୁ ସେ ନିଜ ଆଦର୍ଶ ଯୁବରାଜ ସିଂହଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ଫୋନ୍ରେ କଥା ହୋଇଥିଲେ । ଗତ ଦୁଇଟି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିନପାରି ସେ ନିରାଶ ଥିଲେ। ଏପରିକି ନିଜ ବ୍ୟାଟିଂକୁ ନେଇ ମଧ୍ୟ ଚିନ୍ତାରେ ଥିଲେ । ଏହି ସମୟରେ ଯୁବରାଜଙ୍କ ପରାମର୍ଶ ତାଙ୍କୁ ନୂଆ ଆତ୍ମବିଶ୍ୱାସ ଦେଇଥିଲା ।
ବିସିସିଆଇ ପକ୍ଷରୁ ଜାରି ଭିଡିଓରେ ବୈଭବ କହିଛନ୍ତି, ମ୍ୟାଚ୍ ପୂର୍ବରୁ ସେ ତାଙ୍କ ବାପା, ପିଲାଦିନର କୋଚ୍ ମନୀଷ ଓଝା, ଅଣ୍ଡର-୧୯ ଦଳର ବନ୍ଧୁ ଏବଂ ଯୁବରାଜ ସିଂହଙ୍କ ସହ କଥା ହୋଇଥିଲେ । ଯୁବରାଜଙ୍କ ସହ ପ୍ରାୟ ୩୦ ମିନିଟ୍ କଥା ହୋଇ ନିଜ ବ୍ୟାଟିଂର ସମସ୍ୟା ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ ।
ବୈଭବଙ୍କ କହିବା ଅନୁଯାୟୀ, ଯୁବରାଜ ତାଙ୍କୁ ବ୍ୟାଟିଂ ଟେକ୍ନିକ୍ ଓ ମାନସିକତାକୁ ନେଇ ଅନେକ ପରାମର୍ଶ ଦେଇଥିଲେ । ବିଶେଷକରି ସେ କହିଥିଲେ, ଯଦି ୨୦ଟି ବଲ୍ ଖେଳିବାର ସୁଯୋଗ ମିଳେ, ତେବେ ସ୍କୋର ନିଶ୍ଚିତ ଭାବେ ଅଲଗା ହେବ । ଏହି କଥା ବୈଭବଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ।
ସେ ଆହୁରି କହିଛନ୍ତି, ପୂର୍ବ ଦୁଇଟି ମ୍ୟାଚ୍ରେ ରନ୍ କରିପାରିନଥିବାରୁ ତାଙ୍କ ମନ ବିଚଳିତ ହେଉଥିଲା । କିନ୍ତୁ ଯୁବରାଜ ତାଙ୍କ ଆଦର୍ଶ ହୋଇଥିବାରୁ ତାଙ୍କ ପରାମର୍ଶକୁ ସେ ଗୁରୁତ୍ୱ ଦେଇଥିଲେ । ନିଜ ବ୍ୟାଟିଂର ଭିଡିଓ ଦେଖି ଭୁଲ୍ଗୁଡ଼ିକୁ ଚିହ୍ନଟ କରିଥିଲେ ଏବଂ ମ୍ୟାଚ୍ରେ ସେହି ଭୁଲ୍ର ପୁନରାବୃତ୍ତି ନକରିବାକୁ ଚେଷ୍ଟା କରିଥିଲେ ।
ବୈଭବ ନିଜ ଖେଳିବା ଶୈଳୀକୁ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି । ଆଇପିଏଲ୍ ପରେ ସେ କହିଥିଲେ ଯେ, ସେ ତିନୋଟି ଫର୍ମାଟ୍ରେ ଖେଳିବା ସହ ପରିସ୍ଥିତି ଅନୁଯାୟୀ ନିଜ ଖେଳ ବଦଳାଇପାରିବେ । ଗତ ଦୁଇଟି ମ୍ୟାଚ୍ରେ ଲମ୍ବା ଫର୍ମାଟ୍ ଭଳି ଧୈର୍ଯ୍ୟ ଧରି ଖେଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ମ୍ୟାଚ୍ରେ ବଲ୍ ବ୍ୟାଟ୍କୁ ଭଲ ଭାବେ ଆସୁଥିବା ଦେଖି ନିଜ ସ୍ୱାଭାବିକ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ ।

2️⃣0️⃣4️⃣ Runs 5️⃣3️⃣ Balls 2️⃣8️⃣ Sixes 7️⃣ Fours 3️⃣8️⃣5️⃣ Strike Rate We are running out of superlatives for Vaibhav Sooryavanshi 👏🫡 Updates ▶️ https://t.co/6Vwvc5BnWQ #TeamIndia | #RisingStarsAsiaCup | #INDAvUAE https://t.co/H3kJoSezGV
— BCCI (@BCCI) November 24, 2026
ବୈଭବଙ୍କ କହିବା ଅନୁଯାୟୀ, ଯୁବରାଜ ତାଙ୍କୁ ବ୍ୟାଟିଂ ଟେକ୍ନିକ୍ ଓ ମାନସିକତାକୁ ନେଇ ଅନେକ ପରାମର୍ଶ ଦେଇଥିଲେ । ବିଶେଷକରି ସେ କହିଥିଲେ, ଯଦି ୨୦ଟି ବଲ୍ ଖେଳିବାର ସୁଯୋଗ ମିଳେ, ତେବେ ସ୍କୋର ନିଶ୍ଚିତ ଭାବେ ଅଲଗା ହେବ । ଏହି କଥା ବୈଭବଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ।
ସେ ଆହୁରି କହିଛନ୍ତି, ପୂର୍ବ ଦୁଇଟି ମ୍ୟାଚ୍ରେ ରନ୍ କରିପାରିନଥିବାରୁ ତାଙ୍କ ମନ ବିଚଳିତ ହେଉଥିଲା । କିନ୍ତୁ ଯୁବରାଜ ତାଙ୍କ ଆଦର୍ଶ ହୋଇଥିବାରୁ ତାଙ୍କ ପରାମର୍ଶକୁ ସେ ଗୁରୁତ୍ୱ ଦେଇଥିଲେ । ନିଜ ବ୍ୟାଟିଂର ଭିଡିଓ ଦେଖି ଭୁଲ୍ଗୁଡ଼ିକୁ ଚିହ୍ନଟ କରିଥିଲେ ଏବଂ ମ୍ୟାଚ୍ରେ ସେହି ଭୁଲ୍ର ପୁନରାବୃତ୍ତି ନକରିବାକୁ ଚେଷ୍ଟା କରିଥିଲେ ।
ବୈଭବ ନିଜ ଖେଳିବା ଶୈଳୀକୁ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି । ଆଇପିଏଲ୍ ପରେ ସେ କହିଥିଲେ ଯେ, ସେ ତିନୋଟି ଫର୍ମାଟ୍ରେ ଖେଳିବା ସହ ପରିସ୍ଥିତି ଅନୁଯାୟୀ ନିଜ ଖେଳ ବଦଳାଇପାରିବେ । ଗତ ଦୁଇଟି ମ୍ୟାଚ୍ରେ ଲମ୍ବା ଫର୍ମାଟ୍ ଭଳି ଧୈର୍ଯ୍ୟ ଧରି ଖେଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ମ୍ୟାଚ୍ରେ ବଲ୍ ବ୍ୟାଟ୍କୁ ଭଲ ଭାବେ ଆସୁଥିବା ଦେଖି ନିଜ ସ୍ୱାଭାବିକ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: