Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Yuvraj Singh Batting Tips / ନୂଆ ରୂପରେ ଯୁବରାଜ ସିଂ, ଟି-୨୦ ବିଶ୍ବକପ୍‌ ପୂର୍ବରୁ ସଞ୍ଜୁଙ୍କୁ ଦେଲେ ବ୍ୟାଟିଂ ଟିପ୍ସ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ନୂଆ ରୂପରେ ଯୁବରାଜ ସିଂ, ଟି-୨୦ ବିଶ୍ବକପ୍‌ ପୂର୍ବରୁ ସଞ୍ଜୁଙ୍କୁ ଦେଲେ ବ୍ୟାଟିଂ ଟିପ୍ସ
Sanju Samson

Key Points

ଟି-୨୦ ବିଶ୍ୱକପ୍ ପୂର୍ବରୁ ସଞ୍ଜୁ ସାମସନଙ୍କ ଗୁରୁମନ୍ତ୍ର
ଯୁବରାଜ ସିଂହଙ୍କଠାରୁ ନେଲେ ଟିପ୍ସ
ଯୁବରାଜଙ୍କ ଗୁରୁମନ୍ତ୍ରରେ ଚମକିବେ କି ସଞ୍ଜୁ?
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ୨୦୨୬ ଟି-୨୦ ବିଶ୍ବକପ୍‌ । ଏଥିପାଇଁ ପୂର୍ବରୁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଟି-୨୦ ବିଶ୍ବକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଟି-୨୦ ସିରିଜ୍‌ ଖେଳିବ ଟିମ୍ ଇଣ୍ଡିଆ । ଫେବୃଆରୀ ୨୧ ରୁ ଆରମ୍ଭ ହେଉଥିବା ଟି-୨୦ ସିରିଜ ଏବଂ ଟି-୨୦ ବିଶ୍ୱକପ୍ ପାଇଁ ସମାନ ଦଳ ଚୟନ କରାଯାଇଛି । ଯେଉଁଥିରେ ୱିକେଟକିପର-ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ ମଧ୍ୟ ସାମିଲ ଅଛନ୍ତି ।

ଶୁବମନ ଗିଲଙ୍କ ଅନୁପସ୍ଥିତି ଟୁର୍ଣ୍ଣାମେଣ୍ଟରେ ସେ ଇନିଂସ ଓପନ କରିବାର ସମ୍ଭାବନାକୁ ବୃଦ୍ଧି କରିଛି । ଆଉ ଏହି ସ୍ଥାନରେ ଦମଦାର ପ୍ରଦର୍ଶନ କରିବା ପାଇଁ ସେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ଆଉ ଏବେ ସଞ୍ଜୁଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କୁ ବ୍ୟାଟିଂ ଟିପ୍ସ ଦେଉଛନ୍ତି ।

ଯୁବରାଜ ସିଂହ ଜଣେ କ୍ରିକେଟର ଭାବରେ ଅନେକ ସ୍ମରଣୀୟ ଏବଂ ପ୍ରଭାବଶାଳୀ ଇନିଂସ ଖେଳିଛନ୍ତି । ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ସେ ଗୋଟିଏ ଓଭରରେ ଛଅଟି ଛକା ମାରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ସେ ଏବେ ଯୁବ କ୍ରିକେଟରଙ୍କ ପାଇଁ ଜଣେ ମେଣ୍ଟର ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଶୁବମନ ଗିଲ୍ ଏବଂ ଅଭିଷେକ ଶର୍ମା ମଧ୍ୟ ତାଙ୍କର ଛାତ୍ର । ଯେଉଁମାନେ ଏବେ ଟିମ୍ ଇଣ୍ଡିଆ ପାଇଁ ବିସ୍ଫୋରକ ବ୍ୟାଟିଂ କରି ଚହଳ ସୃଷ୍ଟି କରିଛନ୍ତି । ଆଉ ଏବେ ସଞ୍ଜୁ ଟି-୨୦ ବିଶ୍ବକପ୍‌ ପୂର୍ବରୁ ଯୁବରାଜଙ୍କ ପାଖରେ ପହଞ୍ଚିଛନ୍ତି ।

ଯୁବରାଜ ସିଂହ ସାମସନଙ୍କୁ ବ୍ୟାଟିଂ ଟିପ୍ସ ଦେଇଥିଲେ

ସଞ୍ଜୁ ସାମସନ ଗତ କିଛି ମ୍ୟାଚ୍‌ରେ ଓପନର ଭାବରେ ଖେଳିଛନ୍ତି । କିନ୍ତୁ ଶୁବମନ ଗିଲଙ୍କ ଆଗମନ ତାଙ୍କ ବ୍ୟାଟିଂ କ୍ରମକୁ ପୁଣି ପରିବର୍ତ୍ତନ କରିଛି । କିନ୍ତୁ ଗିଲ୍ ୨୦୨୬ ଟି-୨୦ ବିଶ୍ୱକପ୍ ଦଳରେ ନ ଥିବାରୁ ସଞ୍ଜୁ ହିଁ ପ୍ରଥମ ମ୍ୟାଚ୍‌ରୁ ଇନିଂସ ଓପନ୍‌ କରିବାର ସମ୍ଭାବନା ଅଧିକ ରହିଛି । ଆଉ ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ସଞ୍ଜୁ । ସେଥିପାଇଁ ସେଥିପାଇଁ ସେ ଯୁବରାଜ ସିଂହଙ୍କଠାରୁ ବ୍ୟାଟିଂ ଟିପ୍ସ ନେଉଛନ୍ତି ।

ସଞ୍ଜୁ ସାମସନ ୪୪ ଟି୨୦ ଅନ୍ତର୍ଜାତୀୟ ଇନିଂସରେ ୧୦୩୨ ରନ୍ କରିଛନ୍ତି। ସେ ଓପନର ଭାବରେ ସର୍ବାଧିକ ଥର ଖେଳିଛନ୍ତି । ଜଣେ ଓପନର ଭାବରେ ସେ ୧୮ ଇନିଂସରେ ୫୫୯ ରନ୍ କରିଛନ୍ତି, ଯେଉଁଥିରେ ଏହି ସ୍ଥାନରେ ତିନୋଟି ଶତକ ଅନ୍ତର୍ଭୁକ୍ତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New Avatar of Yuvraj Singh Ahead of T20 World Cup, Gives Crucial Batting Tips to Sanju Samson | Argus News