|
logo
Live
Argus News App
GET APP

Argus News - ରାଗିଗଲେ ଯୁବରାଜ; ଅବସର ପାଇଁ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କୁ କଲେ ଦାୟୀ

Sports

Cricket Controversy / ରାଗିଗଲେ ଯୁବରାଜ; ଅବସର ପାଇଁ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କୁ କଲେ ଦାୟୀ

Sushanta Sahoo
Browse all articles by Sushanta Sahoo
·6 hours ago·2 min read
ରାଗିଗଲେ ଯୁବରାଜ; ଅବସର ପାଇଁ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କୁ କଲେ ଦାୟୀ
Yuvraj’s Big Allegation

Key Points

ଭାରତୀୟ ଦଳରୁ ଯୁବରାଜ କେମିତି ପଡ଼ିଥିଲେ ବାଦ୍ ? ଏକ ପଡକାଷ୍ଟରେ ଏସବୁ ଉପରେ ପରଦା ଉଠାଇଛନ୍ତି ଯୁବରାଜ । ସେ କହିଛନ୍ତି, "ମୋର ଚୟନ ହୋଇ ନଥିବା ନେଇ ମୁଁ ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ଜାଣିବାକୁ ପାଇଥିଲି ।"
ମୁମ୍ବାଇ: ଯୁବରାଜ ସିଂହଙ୍କ ବଡ଼ ଖୁଲାସା । କହିଦେଲେ ଅକୁହା ସତ । ଭାରତୀୟ ଦଳରୁ ଯୁବରାଜ କେମିତି ପଡ଼ିଥିଲେ ବାଦ୍ ? ଏକ ପଡକାଷ୍ଟରେ ଏସବୁ ଉପରେ ପରଦା ଉଠାଇଛନ୍ତି ଯୁବରାଜ । କ୍ରିକେଟରୁ ଅବସର ପାଇଁ ଯୁବରାଜ ତତ୍କାଳୀନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଦାୟୀ କରିଛନ୍ତି ।

ସେ କହିଛନ୍ତି, "ମୋର ଚୟନ ହୋଇ ନଥିବା ନେଇ ମୁଁ ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ଜାଣିବାକୁ ପାଇଥିଲି । ଦଳରୁ ମୋତେ ବାହାର କରିବା ବେଳେ ମୁଁ ଅଧିନାୟକ ବିରାଟ ଓ କୋଚ୍ ଶାସ୍ତ୍ରୀଙ୍କ ସହ କଥା ହୋଇଥିଲି । ମୋତେ ସେତେବେଳେ ଲାଗିଥିଲା ମୁଁ ମଝିରେ ଫସି ଯାଇଛି । ମୋତେ କିଛି ବୁଝା ପଡ଼ୁ ନଥିଲା ।"

ଏଥିସହ ପଢ଼ନ୍ତୁ: ବଢ଼ିଲା ପଞ୍ଜାବ କିଙ୍ଗ୍ସର ଅଡ଼ୁଆ: କ୍ୟାପଟେନ ଶ୍ରେୟସ ଆୟରଙ୍କ ସମେତ ସମଗ୍ର ପ୍ଲେଇଂ XI ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ

ମୁଁ ଦେଶ ପାଇଁ ଏତେ କ୍ରିକେଟ ଖେଳିଛି । ମୋ ପାଇଁ ଟିକିଏ ଇଜ୍ଜତ ଓ ସ୍ପଷ୍ଟ କଥା କହିବାର ଥିଲା ବୋଲି କହିଛନ୍ତି ଯୁବରାଜ ସିଂହ । କିନ୍ତୁ ଦଳରୁ ମୋତେ ବାହାର କରିବା ନେଇ ମୋତେ କେହି କିଛି ଜଣାଇ ନଥିଲେ ।

ଫୋନ୍‌ରେ କହିଲେ ଧୋନି

ପଡକାଷ୍ଟରେ ଯୁବରାଜ କହିଛନ୍ତି, "ମାହି ମୋତେ ଫୋନ୍ କରି ଜଣାଇଥିଲେ ଯେ ଏବେ ଚୟନକର୍ତ୍ତା ମୋ ବିଷୟରେ ବିଚାର କରୁନାହାନ୍ତି । ସେତେବେଳେ ଧୋନି ଦଲର ଅଧିନାୟକ ନଥିଲେ, କିନ୍ତୁ ପୁରା ସ୍ଥିତି ଉପରେ ନଜର ରଖିଥିଲେ ।"

ଧୋନିଙ୍କ ସହ କଥା ହେଲା ପରେ ମୁଁ ଜାଣି ପାରିଥିଲି । ଧୋନି ମୋତେ ସ୍ପଷ୍ଟ ଭାବେ କହିଥିଲେ ଯେ, ଏବେ ଚୟନକର୍ତ୍ତା ମୋ ଆଡ଼କୁ ଦୃଷ୍ଟି ଦେଉ ନାହାନ୍ତି । ମୁଁ ତାଙ୍କ ଯୋଜନାର ଅଂଶ ନୁହେଁ । ମୋତେ ଦୁଃଖ ଲାଗିଲା ଯେ ଏନେଇ କୋଚ୍‌ କିମ୍ବା ଅଧିନାୟକଙ୍କ ପାଖରେ ସ୍ପଷ୍ଟତା ନଥିଲା, ଯାହା ଧୋନି ମୋତେ ଦେଲେ ବୋଲି ଯୁବରାଜ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରଥମଥର ଚେପକରେ ହିଁ CSKକୁ ଧୂଳି ଚଟାଇଲା ପଞ୍ଜାବ କିଙ୍ଗ୍ସ

ଫିଟନେସ୍ ବାହାନାରେ ଅବସର ପାଇଁ ଚାପ

ଯୁବରାଜ ସିଂହଙ୍କ ଅନୁସାରେ, "ମୋର ଫିଟନେସ୍ ଠିକ୍ ନଥିବା ବାହାନା ଦେଖାଇ କର୍ତ୍ତୃପକ୍ଷ ଅବସର ପାଇଁ ବାଧ୍ୟ କରିଥିଲେ । ସେତେବେଳେ ମୋତେ କୁହା ଯାଇଥିଲେ ଏହି ଏହି ଟେଷ୍ଟରେ ଫେଲ୍ ହେଲେ କ୍ରିକେଟ୍ ଛାଡ଼ିଦେବା ଦରକାର । ସେତେବେଳେ ମୁଁ ଜବାବ ଦେଇ କହିଥିଲି ମୁଁ ଖେଳିବି ନା ଅବସର ନେବି ତାହା ମୋ ନିଷ୍ପତ୍ତି । ଦଳରେ ଖେଳିବି କି ନାହିଁ ତାହା ମ୍ୟାନେଜମେଣ୍ଟ ସ୍ଥିର କରିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cricket Controversy: ରାଗିଗଲେ ଯୁବରାଜ; ଅବସର ପାଇଁ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କୁ କଲେ ଦାୟୀ | Argus News