|
logo
Live

Argus News - କ୍ୟାନସର୍ ଆଗରେ ହାର୍ ମାନିନଥିଲେ ଯୁବରାଜ, ଖେଳିଥିଲେ ବିଶ୍ଵକପ୍; ଜାଣନ୍ତୁ ସାହସ ଓ ସଂଘର୍ଷର କାହାଣୀ...

Sports

Inspiration Beyond Cricket / କ୍ୟାନସର୍ ଆଗରେ ହାର୍ ମାନିନଥିଲେ ଯୁବରାଜ, ଖେଳିଥିଲେ ବିଶ୍ଵକପ୍; ଜାଣନ୍ତୁ ସାହସ ଓ ସଂଘର୍ଷର କାହାଣୀ...

Sushanta Sahoo
Browse all articles by Sushanta Sahoo
·3 hours ago·2 min read
କ୍ୟାନସର୍ ଆଗରେ ହାର୍ ମାନିନଥିଲେ ଯୁବରାଜ, ଖେଳିଥିଲେ ବିଶ୍ଵକପ୍; ଜାଣନ୍ତୁ ସାହସ ଓ ସଂଘର୍ଷର କାହାଣୀ...
Fought Cancer, Won World Cup

Key Points

କ୍ୟାନସର ଭଳି ଗମ୍ଭୀର ପ୍ରାଣଘାତୀ ରୋଗ ସହ ଲଢ଼ୁଥିବା ଯୁବରାଜ ୨୦୧୧ ବିଶ୍ଵକପ୍ ଖେଳିଥିଲେ । ନିଜ ଭିତରେ ଲୁଚାଇ ରଖିଥିଲେ ସମସ୍ତ ଯନ୍ତ୍ରଣା ଓ ସମସ୍ୟା ।
ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଅଲରାଉଣ୍ଡର ଯୁବରାଜ ସିଂହ । ଯୁବିଙ୍କ କାହାଣୀ କେବଳ କ୍ରିକେଟ୍ ପଡ଼ିଆରେ ସୀମିତ ନୁହେଁ । ବରଂ ଯୁବରାଜଙ୍କ ସାହସ, ସଂଘର୍ଷ ଓ ବିଜୟ ଏକ ମିସାଲ୍ । ୨୦୦୭ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଓ ୨୦୧୧ ଦିନିକିଆ ବିଶ୍ଵକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଯୁବରାଜ ତାଙ୍କ ଜୀବନର କଠିନ ପରିସ୍ଥିତିରେ ହାର୍ ମାନିନଥିଲେ ।

ବିଶେଷ କରି କ୍ୟାନସହର ସହ ଲଢ଼େଇ ଯୁବରାଜଙ୍କୁ ଜଣେ ଯୋଦ୍ଧା ଭାବେ ପ୍ରସ୍ତୁତ କଲା । ଆଉ କ୍ୟାନସର ଭଳି ଗମ୍ଭୀର ପ୍ରାଣଘାତୀ ରୋଗ ସହ ଲଢ଼ୁଥିବା ଯୁବରାଜ ୨୦୧୧ ବିଶ୍ଵକପ୍ ଖେଳିଥିଲେ । ନିଜ ଭିତରେ ଲୁଚାଇ ରଖିଥିଲେ ସମସ୍ତ ଯନ୍ତ୍ରଣା ଓ ସମସ୍ୟା । ଲକ୍ଷ୍ୟ ଥିଲା ଦଳ ପାଇଁ ଖେଳିବା ଓ ବିଜୟୀ ହେବା ।

ଏଥିସହ ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ କୋହଲିଙ୍କ ନାଁ ଶୁଣି ରାଗିଗଲେ ବାବର ଆଜମ, କହିଲେ...

ଆଉ ଭାରତ ବିଶ୍ଵକପ୍ ଜିତିବା ପରେ ଯୁବରାଜ ସିଂହଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟଧିକ ବିଗିଡ଼ି ଯାଇଥିଲା । ଆଉ ଡାକ୍ତରୀ ଯାଞ୍ଚ ବେଳେ ଜଣାପଡ଼ିଥିଲା ତା୍କ ହୃଦୟ ଓ ଫୁସଫୁସ୍‌ରେ ଟ୍ୟୁମର୍ ହୋଇଛି । ଯାହାକି ବେଶ୍ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି ।

୭ ବର୍ଷର ପ୍ରତୀକ୍ଷା...

ମାଇକେଲ୍ ୱାନଙ୍କ ସହ 'ଦ ଓଭରଲାପ କ୍ରିକେଟ୍' ଶୋରେ ଯୁବରାଜ କହିଛନ୍ତି, "ଏହାକୁ ସ୍ଵୀକାର କରିବା ବହୁତ କଠିନ ଥିଲା । ସେତେବେଳେ କ୍ୟାରିୟର୍ ଶୀର୍ଷ ଥିଲା । ଯେତେବେଳେ ଆପଣ ପାହାଡ଼ ଉପର ଥିବେ ପୁଣି ଖାଇକୁ ଖସି ପଡ଼ିବେ ।"

ଯୁବରାଜ କହଛନ୍ତି, "ସେତେବେଳେ ମୁଁ ଦିଲ୍ଲୀରେ ଥିଲି । ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ଗସ୍ତରେ ଯିବାର ଥିଲା । ଗାଙ୍ଗୁଲି ଅବସର ନେଇ ସାରିଥିଲେ ଏବଂ ଟେଷ୍ଟ ଦଳରେ ମୋ ସ୍ଥାନ ସଙ୍ଗେ ସଙ୍ଗେ ଖାଲି ହୋଇଥିଲା । ମୁଁ ସେହି ସ୍ଥାନ ପାଇଁ ୭ ବର୍ଷ ଅପେକ୍ଷା କରିଥିଲି । କହିଥିଲି ମୁଁ ବଞ୍ଚିଲେ ଅବା ମଲେ ମୋତେ କିଛି ଫରକ ପଡ଼ିବନି, ମୋତେ ତାହା ଦରକାର । କିନ୍ତୁ ମୋ ସ୍ଵାସ୍ଥ୍ୟ ଆହୁରି ଖରାପ ହୋଇ ଯାଇଥିଲା ।"

ସେତେବେଳେ ଡା. ନିତେଶ ରୋହତଗି କହିଥିଲେ- ତୁମ ହୃଦୟ ଓ ଫୁସଫୁସ ମଝିରେ ଟ୍ୟୁମର ରହିଛି । ତୁମେ କ୍ରିକେଟ୍ ଖେଳିଲେ ହୃଦ୍‌ଘାତ ଆସିପାରେ । ଯଦି ତୁମେ କେମୋଥେରାପି କରିବା ନାହିଁ ତାହେଲେ କେବଳ ତୁମ ପାଖରେ ଆ ମାତ୍ର ୩ରୁ ୬ ମାସ ସମୟ ଅଛି । ସେତେବେଳେ ମୋତେ ଲାଗିଥିଲା କି ମୋତେ ଭାବିବାର ଅଛି ବୋଲି ଯୁବରାଜ ସିଂ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଜିତିବା ପରେ ବି ଝଟକା; ଲକ୍ଷ ଲକ୍ଷ ଫାଇନ ଗଣିବେ ଶୁବମନ ଗିଲ୍

ଏହା ପରେ ଯୁବରାଜ ଆମେରିକା ଯାଇଥିଲେ । ସେତେବେଳେ ତାଙ୍କୁ କୁହାଯାଇଥିଲା ହୁଏତ ସେ ପୁଣି ଥରେ କ୍ରିକେଟ୍ ଖେଳି ନପାରନ୍ତି । ଯାହାକି ମାନସିକ ଭାବେ ତାଙ୍କ ପାଇଁ ଆହ୍ଵାନପୂର୍ଣ୍ଣ ଥିଲା । ତଥାପି ସେ ହାର୍ ମାନିନଥିଲେ । ମନୋବଳ ଦୃଢ଼ କରି ନିଜକୁ ମଜଭୁତ୍ କରିଥିଲେ । ଚିକିତ୍ସା ବେଳେ ଖେଳ ସହ ଜଡ଼ିତ ରହୁଥିଲେ । ଅନୀଲ କୁମ୍ବଲେ, ସଚିନ ତେନ୍ଦୁଲକର ଭଳି କ୍ରିକେଟର ଭେଟିବା ସହ ଧୈର୍ଯ୍ୟ ପ୍ରଦା କରିଥିଲେ ।

ଆଉ ଶେଷରେ କେମୋଥେରାପି ଓ ମଜଭୁତ୍ ଇଚ୍ଛାଶକ୍ତି ବଳରେ ଯୁବରାଜ କ୍ୟାନସରକୁ ମାତ୍ ଦେଥିଲେ । କେବଳ ପ୍ରାଣଘାତୀ କ୍ୟାନସରକୁ ମାତ୍ ଦେଇଥିଲେ ତା' ନୁହେଁ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳକୁ ଫେରି ସାବ୍ୟସ୍ତ କରିଥିଲେ ପ୍ରକୃତ ଚାମ୍ପିଅନ୍ କେବେ ହାରେ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Inspiration Beyond Cricket: କ୍ୟାନସର୍ ଆଗରେ ହାର୍ ମାନିନଥିଲେ ଯୁବରାଜ, ଖେଳିଥିଲେ ବିଶ୍ଵକପ୍; ଜାଣନ୍ତୁ ସାହସ ଓ ସଂଘର୍ଷର କାହାଣୀ... | Argus News