Yuvraj Punishes Abhishek / ଗୁରୁଙ୍କ କଥା ମାନିଲେନି ଅଭିଷେକ, କାନ ଧରି ଉଠବସ କରାଇଲେ ଯୁବରାଜ ସିଂହ
·53 mins ago·3 min read

Key Points
ଗୁରୁଙ୍କ ଆଗରେ ଶିଷ୍ୟଙ୍କ ଉଠବସ !
କାହିଁକି ଅଭିଷେକଙ୍କୁ କାନ ଧରାଇଲେ ଯୁବରାଜ?
ଅଭିଷେକଙ୍କ ସହ ଯୁବରାଜଙ୍କ ଭିଡିଓ ଭାଇରାଲ
କାହିଁକି ଅଭିଷେକଙ୍କୁ କାନ ଧରାଇଲେ ଯୁବରାଜ?
ଅଭିଷେକଙ୍କ ସହ ଯୁବରାଜଙ୍କ ଭିଡିଓ ଭାଇରାଲ
ଗୁରୁଙ୍କ କଥା ନମାନିବାରୁ ଶିଷ୍ୟଙ୍କୁ ମିଳିଲା ଏମିତି ଶାସ୍ତି! ହାତରେ ବ୍ୟାଟ୍ ଧରି ବୋଲରଙ୍କୁ ଛକା ମାରୁଥିବା ଅଭିଶେଷ ଶର୍ମା କିନ୍ତୁ ଆଜି ନିଜ ଗୁରୁ ଯୁବରାଜ ସିଂହଙ୍କ ସାମ୍ନାରେ ହାତ ଯୋଡ଼ି କାନ ଧରି ଉଠବସ କରୁଥିବା ନଜର ଆସିଛନ୍ତି । ଘଟଣାଟି ଯେତିକି ମଜାଦାର, ସେତିକି ରୋଚକ ମଧ୍ୟ । ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଟି-୨୦ କ୍ରିକେଟରେ ଲଗାତାର ଧମାକାଦାର ପ୍ରଦର୍ଶନ କରୁଛନ୍ତି । ଅଭିଷେକଙ୍କ ଏହି ସଫଳତା ପଛରେ ପୂର୍ବତନ ଭାରତୀୟ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହଙ୍କ ମଧ୍ୟ ବଡ଼ ଅବଦାନ ରହିଛି।
ଯୁବରାଜ ସିଂହ ଅଭିଷେକଙ୍କୁ ବ୍ୟାଟିଂର ଅନେକ ଗୁରୁମନ୍ତ୍ର ଦେଇଛନ୍ତି । ଅଭିଷେକ ମଧ୍ୟ ଯୁବରାଜଙ୍କୁ ନିଜର ଗୁରୁ ଭାବେ ମାନନ୍ତି । ତେବେ ବେଳେବେଳେ ଗୁରୁଙ୍କ କଥା ନ ମାନିବା ଅଭିଷେକଙ୍କୁ ଏଥର ମହଙ୍ଗା ପଡ଼ିଛି । ଯୁବରାଜ ସିଂହ ଅଭିଷେକଙ୍କୁ କାନ ଧରାଇ ଉଠବସ କରାଇଛନ୍ତି ।
କାହିଁକି ଉଠବସ କଲେ ଅଭିଷେକ ?
ଯୁବରାଜ ସିଂହ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଭିଷେକ ଶର୍ମା କାନ ଧରି ଉଠବସ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ଯୁବରାଜ ଅଭିଷେକଙ୍କୁ କହୁଛନ୍ତି, “କୁହ, ମୁଁ ପ୍ରଥମ ବଲରୁ ବଡ଼ ସଟ୍ ମାରିବି ନାହିଁ । ମୁଁ ସମୟ ନେଇ ବ୍ୟାଟିଂ କରିବି ।”
ଯୁବରାଜ ଯାହା କହୁଛନ୍ତି, ଅଭିଷେକ ସେହି କଥାକୁ ଦୋହରାଇବା ସହ କାନ ଧରି ଉଠବସ କରୁଛନ୍ତି। ଗୁରୁ-ଶିଷ୍ୟଙ୍କ ଏହି ମଜାଦାର ମୁହୂର୍ତ୍ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ଭିଡିଓର ଆଗକୁ ଯୁବରାଜ ଅଭିଷେକଙ୍କ ସହ ନିଜର ଖାସ ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି । ସେ ଅଭିଷେକଙ୍କ ସହ ବିତାଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତର ଫଟୋ ମଧ୍ୟ ସେୟାର କରିଛନ୍ତି।
ଅଭିଷେକଙ୍କ ଉପରେ ଯୁବିଙ୍କ ରହିଛି ବଡ଼ ଅବଦାନ
ଯୁବରାଜ ସିଂହ ଅଭିଷେକ ଶର୍ମାଙ୍କ ବ୍ୟାଟିଂ ଉପରେ ଦୀର୍ଘ ସମୟ ଧରି କାମ କରିଛନ୍ତି । ତାଙ୍କ ବ୍ୟାଟିଂକୁ ଆହୁରି ମଜବୁତ କରିବା ପାଇଁ ଯୁବରାଜ ଅନେକ ଗୁରୁତ୍ୱପୂର୍ଣ୍ଣ
ଟିପ୍ସ ଦେଇଛନ୍ତି । ଏହାର ଫଳ ଏବେ ଟି-୨୦ କ୍ରିକେଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଅଭିଷେକ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ। କିନ୍ତୁ ତାଙ୍କ ବ୍ୟାଟିଂରେ ଆବଶ୍ୟକ ସଂଯମ ଆଣିବା ଉପରେ ମଧ୍ୟ ଯୁବରାଜ ଗୁରୁତ୍ୱ ଦେଇଛନ୍ତି ।
ଅଭିଷେକଙ୍କ ନାଁରେ ଅନେକ ବଡ଼ ରେକର୍ଡ
୨୬ ବର୍ଷୀୟ ଅଭିଷେକ ଭାରତ ପାଇଁ ବିଶ୍ୱକପ୍ ଜିତିସାରିଛନ୍ତି । ଟି-୨୦ କ୍ରିକେଟରେ ସେ ଅନେକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ସେ ଟି-୨୦ କ୍ରିକେଟର ରାଙ୍କିଂରେ ୯୩୧ ରେଟିଂ ପଏଣ୍ଟ ହାସଲ କରିଛନ୍ତି, ଯାହା ଏକ ବଡ଼ ରେକର୍ଡ । ଏହା ସହ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଂରେ ନମ୍ବର-୧ ସ୍ଥାନରେ ପହଞ୍ଚିଥିବା ସବୁଠାରୁ କମ୍ ବୟସର ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ମଧ୍ୟ ତାଙ୍କ ନାଁରେ ରହିଛି ।
୫୬ ମ୍ୟାଚ୍ରେ ୧୬୨୯ ରନ୍
ଅଭିଷେକ ଏପର୍ଯ୍ୟନ୍ତ ଭାରତ ପାଇଁ ୫୬ଟି ଟି-୨୦ ମ୍ୟାଚ୍ ଖେଳି ୩୦.୭୩ ହାରରେ ୧୬୨୯ ରନ୍ କରିଛନ୍ତି । ତାଙ୍କ ନାଁରେ ୨ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି । ସବୁଠାରୁ ବଡ଼ କଥା ହେଉଛି, ଟି-୨୦ରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୭.୨୪ ରହିଛି । ଭାରତ ପାଇଁ ସେ ଏପର୍ଯ୍ୟନ୍ତ ୧୦୪ଟି ଛକା ଏବଂ ୧୬୪ଟି ଚୌକା ମାରିଛନ୍ତି ।
ଏବେ ଅଭିଷେକ ଆଫଗାନିସ୍ତାନ ବିପକ୍ଷ ସିରିଜ୍ରେ ନଜର ଆସିବେ । ଏହା ପରେ ୨୦୨୬ ଏସିଆନ୍ ଗେମ୍ସରେ ମଧ୍ୟ ସେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ । ତେବେ ଗୁରୁ ଯୁବରାଜଙ୍କ ଏହି ‘ଉଠବସ’ ଟ୍ରେନିଂ ପରେ ଅଭିଷେକଙ୍କ ବ୍ୟାଟ୍ରୁ ଆହୁରି ବଡ଼ ଇନିଂସ ଦେଖିବାକୁ ମିଳିବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories