Yuzvendra Chahal Dating / ଚହଲଙ୍କୁ ଡେଟ୍ କରୁଛନ୍ତି କି ଏହି ଅଭିନେତ୍ରୀ ? ବାହାଘରକୁ ନେଇ ପ୍ରଥମ ଥର ଖୋଲିଲେ ମୁହଁ...
·2 hours ago·2 min read

Key Points
ଚହଲଙ୍କ ଲଭ୍ ଲାଇଫ୍ ଉପରେ ବଡ଼ ଖୁଲାସା
ଚହଲ-ଶେଫାଲି VIRAL VIDEO ପଛର ସତ୍ୟ
ସତ କହିଦେଲେ ଶେଫାଲି
ଚହଲ-ଶେଫାଲି VIRAL VIDEO ପଛର ସତ୍ୟ
ସତ କହିଦେଲେ ଶେଫାଲି
ଟିମ୍ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କ ଖେଳଠୁ ଅଧିକ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଧନଶ୍ରୀ ବର୍ମାଙ୍କ ସହିତ ଛାଡପତ୍ର ପରେ ତାଙ୍କ ନାଁକୁ ଅନେକ ସୁନ୍ଦରୀଙ୍କ ସହ ଯୋଡ଼ା ହୋଇଥିଲା । କିଛି ମାସ ପୂର୍ବରୁ ସେ କ୍ରିକେଟ ହୋଷ୍ଟ ତଥା ଅଭିନେତ୍ରୀ ଶେଫାଲି ବାଗାଙ୍କ ସହିତ ନଜର ଆସିଥିଲେ । ପରବର୍ତ୍ତୀ ସମୟରେ ସେମାନେ ଏକ ବିଜ୍ଞାପନରେ ଏକାଠି ଦେଖା ଦେଇଥିଲେ । ଶେଫାଲି ଏବଂ ଚହଲଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଅନୁମାନ କରିଥିଲେ କି ଉଭୟ ଏବେ ଡେଟ୍ କରୁଛନ୍ତି । କିନ୍ତୁ ଏବେ ଏହି ଡେଟିଂ ପ୍ରଶ୍ନ ଉପରେ ଶେଫାଲି ନୀରବତା ଭାଙ୍ଗିଛନ୍ତି ।
ଶେଫାଲି ବାଗା କ୍ରିକେଟ ଏବଂ ମନୋରଞ୍ଜନ କ୍ଷେତ୍ରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ହୋଇସାରିଛନ୍ତି । ନିକଟରେ ସେ ଏକ ପଡକାଷ୍ଟରେ ଅତିଥି ଭାବେ ଆସିଥିଲେ, ଯେଉଁଠାରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଆଲୋଚନା କରିଥିଲେ । ତାଙ୍କୁ ପଚରାଯାଇଥିଲା ଯେ ସେ କ୍ରିକେଟକୁ ଭଲ ପାଆନ୍ତି ନା କ୍ରିକେଟରମାନଙ୍କୁ ? ତାଙ୍କୁ ଏହା ମଧ୍ୟ ପଚରାଯାଇଥିଲା ଯେ ସେ ଚହଲଙ୍କୁ ଡେଟ୍ କରୁଛନ୍ତି କି ? ଉତ୍ତରରେ ଶେଫାଲି କହିଥିଲେ, "ମୁଁ ଏହି ପ୍ରଶ୍ନରେ ବିରକ୍ତ ହୋଇସାରିଲିଣି ।"
ସେ କହିଛନ୍ତି, "ମୁଁ ଡେଟିଂ ବିଷୟରେ ଶୁଣି ବିରକ୍ତ । ମୁଁ ଭାବୁଛି ଲୋକଙ୍କ ମାନସିକତା ଏତେ ସଂକୀର୍ଣ୍ଣ ଯେ ସେମାନେ ସାମନ୍ୟ ଡିନର୍କୁ ଏକ ଡେଟ୍ ବୋଲି ବିବେଚନା କରନ୍ତି । ଏହା ବହୁତ ଅଦ୍ଭୁତ।" ଶେଫାଲିଙ୍କୁ ତାଙ୍କ ଏବଂ ଚହଲଙ୍କ ଏକ ଭିଡିଓ ବିଷୟରେ ପଚରାଯାଇଥିଲା ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ଦ୍ୱାରା ସେମାନେ ଡେଟ୍ କରୁଥିବାର ଅନୁମାନ ଲଗାଯାଇଥିଲା ।
ଶେଫାଲି କହିଥିଲେ, "ମୁଁ ପ୍ରକୃତରେ ଏସବୁ ବିଷୟରେ ଚିନ୍ତା କରେ ନାହିଁ । ମୁଁ ଚିନ୍ତା କରିବା ବନ୍ଦ କରିଦେଇଛି। ତୁମେ ଯାହା ଚାହୁଁଛ କୁହ । ତୁମେ ଯାହା ଚାହୁଁଛ କର । ମୁଁ ମୋର ସତ୍ୟ ଜାଣେ । ମୋ ଚାରିପାଖରେ ଥିବା ଲୋକମାନେ ସତ୍ୟ ଜାଣନ୍ତି।" ସେ ଏହା ମଧ୍ୟ କହିଥିଲେ ଯେ ସେ ଜଣେ କ୍ରିକେଟରଙ୍କୁ ବିବାହ କରିବାକୁ ଚାହିଁବେ ନାହିଁ, କାରଣ ଏହା ତାଙ୍କର ପେଶା । ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ମିଶ୍ରଣ କରିବାକୁ ଚାହାଁନ୍ତି ନାହିଁ। ଶେଫାଲି କହିଥିଲେ ଯେ ସେ ଭବିଷ୍ୟତରେ ବିରାଟ କୋହଲିଙ୍କ ପରି ଜଣେ ସାଥୀ ଚାହାଁନ୍ତି । ସେ ବିରାଟ ଏବଂ ଅନୁଷ୍କାଙ୍କୁ ଏକ ଉତ୍ତମ ଯୋଡ଼ି ବୋଲି ପାଆନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories