Dhanashree Controversy / ୟୁଜଭେନ୍ଦ୍ର ଚହଲଙ୍କ ଭଉଣୀ ଧନଶ୍ରୀଙ୍କୁ ପୁଣି କଲେ ଟାର୍ଗେଟ୍, କହିଲେ-ଯିଏ ତୁମ ଚରିତ୍ରକୁ ଜାଣିଛନ୍ତି...
·10 months ago·3 min read

Key Points
ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବେ ପୁଣି ଚର୍ଚ୍ଚାରେ। ଚହଲଙ୍କ ଭଉଣୀ କେନା ଦ୍ୱିବେଦୀ ଧନଶ୍ରୀ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ଭାଇ ଦୂଜ ଅବସରରେ ଚହଲଙ୍କ ଭଉଣୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଭାଇ ପାଇଁ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି।
ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବେ ପୁଣି ଚର୍ଚ୍ଚାରେ। ଚହଲଙ୍କ ଭଉଣୀ କେନା ଦ୍ୱିବେଦୀ ଧନଶ୍ରୀ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ଭାଇ ଦୂଜ ଅବସରରେ ଚହଲଙ୍କ ଭଉଣୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଭାଇ ପାଇଁ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି। ଚହଲଙ୍କୁ ତାଙ୍କ ନୋଟରେ, ସେ ମହିଳାମାନଙ୍କୁ ସମ୍ମାନ ଦେବା ଏବଂ "ଦୁନିଆ ଖରାପ" ହେଲେ ମଧ୍ୟ ନୀରବ ରହିବା ନେଇ ପ୍ରଶଂସା କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଏହାସହ ପଢ଼ନ୍ତୁ: ଶୂନ୍ୟରେ ଆଉଟ ହୋଇ ଫେରିବା ସମୟରେ ବଡ଼ ସଙ୍କେତ ଦେଲେ ବିରାଟ!
ସେ ଆହୁରି ଲେଖିଛନ୍ତି, "ଆପଣ ସେହି ପୁରୁଷ ଯିଏ ପ୍ରକୃତରେ ମହିଳାମାନଙ୍କୁ ସମ୍ମାନ କରନ୍ତି, ପ୍ରତ୍ୟେକ ମହିଳାଙ୍କୁ "ମାଡାମ୍" ବୋଲି ସମ୍ବୋଧନ କରନ୍ତି। ଦୁନିଆ ଯେତେ କିଛି କହିଲେ ମଧ୍ୟ ନୀରବ ରୁହନ୍ତି। ଯେତେବେଳେ ମୁଁ ବିରକ୍ତ ହୋଇ ପଚାରେ "ତୁମେ କାହିଁକି କିଛି କହୁନାହଁ?", ତୁମେ ସବୁବେଳେ ମୋତେ ମନେ ପକାଇ ଦିଅ ଯେ, କେତେକ ସମୟରେ, ସବୁକିଛି କହିବା ଠିକ୍ ନୁହେଁ...ନୀରବ ରହିବା ହିଁ ଭଲ । ଯାହା ବହୁତ କିଛି କହିଦିଏ। ଉଭୟଙ୍କ ପରିବାର ଲୋକ ଉଭୟ ନିଜ ନିଜ ଜାଗାରେ ଠିକ ବୋଲି କହିଛନ୍ତି। କିନ୍ତୁ ଚହଲଙ୍କ ଭଉଣୀ ଧନଶ୍ରୀଙ୍କ ଚରିତ୍ରକୁ ନେଇ ବହୁତ କିଛି କହିଛନ୍ତି। ସେ କହିଛନ୍ତି ଆମ ଭାଇ ଜଣେ ଭଲ ମଣିଷ। ସେ ଦେଖିବାକୁ ସୁନ୍ଦର ନ ହୋଇପାରେ କିନ୍ତୁ ତା ମନ ସମ୍ପୂର୍ଣ୍ଣ ସଫା ଆଉ ଆମେ ତା' ସାଥରେ ଅଛୁ।
ଦେଖିବାକୁ ଗଲେ ଧନଶ୍ରୀ ବର୍ମାଙ୍କ "ରାଇଜ୍ ଆଣ୍ଡ ଫଲ୍" ଶୋ' ଶେଷ ହେବାର କିଛି ଦିନ ପରେ ଏହି ଖବର ଆସିଛି। ଝଲକ ଦିଖଲା ଯା ଶୋ'ରେ ଧନଶ୍ରୀ ତାଙ୍କ ପୂର୍ବ ସ୍ୱାମୀ ୟୁଜଭେନ୍ଦ୍ରଙ୍କ କୋରିଓଗ୍ରାଫର ଥିଲେ। ଆଉ ଲକଡାଉନ ସମୟରେ ଏହି ଡ୍ୟାନ୍ସିଂ ଶୋ' ବେଳେ ହିଁ ନିଜ ରିଲେସନଶିପକୁ କନଫର୍ମ କରିଥିଲେ। ଆଉ କିଛି ଦିନ ମଧ୍ୟରେ ବିବାହ କରିଥିଲେ। ଧନଶ୍ରୀ ନିଜ ଡିଭୋର୍ସ ବିଷୟରେ କେଉଁଠି କହି ନ ଥିଲେ। କିନ୍ତୁ ଏବେ ରାଇଜ ଆଣ୍ଡ ଫଲ ଶୋ'ରେ ନିଜ ନିର୍ବନ୍ଧ, ବିବାହ ଏବଂ ଶେଷରେ ଛାଡ଼ପତ୍ର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଅଭିନେତା ଅର୍ଜୁନ ବିଜଲାନିଙ୍କ ସହ କଥା ହୋଇ ଧନଶ୍ରୀ ନିଜ ଛାଡ଼ପତ୍ର କାହାଣୀ ବିଷୟରେ କହିଥିଲେ, "ଏହା ଲଭ ଆଣ୍ଡ ଆରେଞ୍ଜ ମ୍ୟାରେଜ୍ ଥିଲା। ସେ ଡେଟିଂ ନ କରି ବିବାହ କରିବାକୁ ଚାହୁଁଥିଲେ ହେଲେ ମୁଁ ସେପରି କିଛି ପ୍ଲାନିଂ କରି ନ ଥିଲି।" ସମାଜ ସବୁବେଳେ ଝିଅଙ୍କୁ ଦୋଷ ଦିଏ ବୋଲି କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ: ମୁହଁ ଖୋଲିଲେ ଧନଶ୍ରୀ; କହିଲେ, ଛାଡ଼ପତ୍ର ବେଳେ ମୁଁ କୋର୍ଟ ରୁମ୍ରେ କାନ୍ଦୁଥିଲି
ସେ ଆହୁରି କହିଥିଲେ ଯେ, "ଚହଲ ଆରମ୍ଭରୁ ତାଙ୍କ ବିଷୟରେ ସବୁକିଛି ଜାଣିଥିଲେ।" ଆମର ନିର୍ବନ୍ଧ ଅଗଷ୍ଟରେ ହୋଇଥିଲା , ତା'ପରେ ଡିସେମ୍ବରରେ ବିବାହ । ସେହି ସମୟ ମଧ୍ୟରେ, ମୁଁ ତାଙ୍କ ସହିତ ଯାତ୍ରା କରିଥିଲି ଏବଂ ଆମେ ଏକାଠି ରହୁଥିଲୁ। ମୁଁ ତାଙ୍କ ଆଚରଣରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରିବାକୁ ଲାଗିଲି। ଏହି ପରିବର୍ତ୍ତନଗୁଡ଼ିକୁ ଲକ୍ଷ୍ୟ କରିବା ସତ୍ତ୍ୱେ, ସେ ଜିନିଷଗୁଡ଼ିକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ହୋଇପାରି ନଥିଲା । ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲି। ଆମ ଦୁଇଜଣଙ୍କ ସ୍ବଭାବ ମିଶୁ ନ ଥିଲା। ମୁଁ ତାଙ୍କ ସହ ନିଜକୁ ଖାପଖୁଆଇ ପାରିଲିନି। ସମାଜ ମୋତେ ଖରାପ ଭାବିପାରେ କିନ୍ତୁ ମୋ ଜୀବନଶୈଳୀ ତାଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। ମୁଁ ମୋ କାମକୁ ଆହୁରି ସମୟ ଦେବାକୁ ଚାହିଁଲି। ଯେଉଁଟା ତାଙ୍କ ସହିତ ରହିଥିଲେ ହୁଏତ ସମ୍ଭବ ହୋଇ ପାରି ନ ଥାନ୍ତା। କିନ୍ତୁ ଧନଶ୍ରୀ ଏବଂ ଚହଲଙ୍କ ମଧ୍ୟରେ ନିଜ ମ୍ୟାରେଜ ଲାଇଫ କଥା କିଏ ସତ କହୁଛି କିଏ ମିଛ କହୁଛି ତାହା ଜଣାନାହିଁ। ବର୍ତ୍ତମାନ ଉଭୟ ନିଜ ନିଜ ଲାଇଫରେ ବ୍ୟସ୍ତ ଅଛନ୍ତି।

Related Topics
Explore more stories