Zimbabwe defeat Sri Lanka / ଟି-୨୦ ବିଶ୍ବକପ୍ରେ ଇତିହାସ ରଚିଲା ଜିମ୍ବାଓ୍ବେ, ଅଷ୍ଟ୍ରେଲିଆ ପରେ ଏବେ ଶ୍ରୀଲଙ୍କାକୁ ଦେଲା ମାତ୍
·4 months ago·2 min read

Key Points
ଟି-୨୦ ବିଶ୍ୱକପ୍ ୨୦୨୬ରେ ବଡ଼ ବିପର୍ଯ୍ୟୟ
ଶ୍ରୀଲଙ୍କାକୁ ହରାଇଲା ଜିମ୍ବାୱେ
ଜିମ୍ବାୱେର ୬ ୱିକେଟ୍ର ଜବରଦସ୍ତ ବିଜୟ
ଶ୍ରୀଲଙ୍କାକୁ ହରାଇଲା ଜିମ୍ବାୱେ
ଜିମ୍ବାୱେର ୬ ୱିକେଟ୍ର ଜବରଦସ୍ତ ବିଜୟ
ଟି-୨୦ ବିଶ୍ବକପ୍ରେ ପୁଣି ବଡ଼ ବିପର୍ଯ୍ୟୟ । ଲିଗ୍ ପର୍ଯ୍ୟାୟରେ ଶ୍ରୀଲଙ୍କାକୁ ୬ ଓ୍ବିକେଟ୍ରେ ପରାସ୍ତ କରିଛି ଜିମ୍ବାଓ୍ବେ । ୨୦୨୬ ଟି-୨୦ ବିଶ୍ୱକପ୍ର ୩୮ତମ ଲିଗ୍ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା । ଜିମ୍ବାୱେ ଏହି ମ୍ୟାଚ୍କୁ ୬ ୱିକେଟରେ ଜିତି ଟି-୨୦ ବିଶ୍ୱକପରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛି । ଏହା ଜିମ୍ବାୱେର ଟୁର୍ଣ୍ଣାମେଣ୍ଟରେ ଲଗାତାର ତୃତୀୟ ବିଜୟ ଥିଲା ।
କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୭ ଓ୍ବିକେଟ୍ ବିନିମୟରେ ୧୭୮ ସ୍କୋର କରିଥିଲା । ତେବେ ୧୭୯ ରନ୍ର ଟାର୍ଗେଟ୍ ପିଛା ଜିମ୍ବାଓ୍ବେ ୧୯.୩ ଓଭରରେ ୪ ଓ୍ବିକେଟ୍ ବିନିମୟରେ ୧୮୨ ରନ୍ କରି ବିଜୟ ହାସଲ କରିଥିଲା ।
ଟି-୨୦ ବିଶ୍ବକପ୍ରେ ଜିମ୍ବାୱେ ଶ୍ରୀଲଙ୍କାକୁ ପରାସ୍ତ କରି ଏକ ପ୍ରମୁଖ ରେକର୍ଡ ସ୍ଥାପନ କରିଥିଲା । ଏହା ଆର. ପ୍ରେମଦାସା ଷ୍ଟାଡିୟମରେ ଟି-୨୦ ଆନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ ସର୍ବାଧିକ ସଫଳ ଟାର୍ଗେଟ । ତେବେ ଏହା ପୂର୍ବରୁ ଚଳିତ ଟି-୨୦ ବିଶ୍ବକପ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଜିମ୍ବାଓ୍ବେ । ଯାହାଫଳରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ୍ରୁ ବିଦା ହୋଇଥିଲା ।
ସୂଚନା ଅନୁସାରେ, ଜିମ୍ବାୱେ ଗ୍ରୁପ୍ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ୍ ହାରି ନାହିଁ । ଦଳ ଓମାନ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇଥିଲା । ଦଳର ତୃତୀୟ ମ୍ୟାଚ୍ (ଆୟର୍ଲାଣ୍ଡ ବିପକ୍ଷ) ବର୍ଷା ଯୋଗୁଁ ଟସ୍ ବିନା ବାତିଲ ହୋଇଥିଲା ।
ଜିମ୍ବାୱେ ତା'ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଛି । ଏବେ ଦଳ ଭାରତରେ ତା'ର ସୁପର ୮ ମ୍ୟାଚ୍ ଖେଳିବ । ଜିମ୍ବାୱେ ମଧ୍ୟ ସୁପର ୮ରେ ଭାରତ ସହିତ ମ୍ୟାଚ୍ ଖେଳିବ । ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେ ତା'ର ପ୍ରଥମ ମ୍ୟାଚ୍ ଫେବ୍ରୁଆରୀ ୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ, ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୨୬ରେ ଭାରତ ବିପକ୍ଷରେ ଏବଂ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories