World Cup Update / ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଜିମ୍ବାଓ୍ବେ...ଟ୍ରାଭିସ୍ ହେଡ, ମ୍ୟାକ୍ସୱେଲ୍ ଫ୍ଲପ୍
·5 months ago·2 min read

Key Points
ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାଓ୍ବେ
୧୭୦ ରନର ଲକ୍ଷ୍ୟ ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ
ଶେଷରେ ଅଷ୍ଟ୍ରେଲିଆ ୧୪୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା

ସବୁବେଳେ ଜିତୁଥିବା ଟିମ ଆଜି ହାରିଯାଇଛି। ଏକ ବିଶାଳ ଟିମର ବଡ଼ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟିମକୁ ଜିମ୍ବାଓ୍ବେ ହରାଇଦେଇଛି। ୨୦୨୬ ଟି-୨୦ ବିଶ୍ୱକପର ୧୯ତମ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଜିମ୍ବାୱେ ଏକ ବଡ଼ ବିପର୍ଯ୍ୟୟ ଆଣିଛି। ୧୭୦ ରନ୍ର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ୧୪୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ପ୍ରାରମ୍ଭିକ ଯୋଡ଼ି ଜୋଶ୍ ଇଙ୍ଗଲିସ୍ (୮) ଏବଂ ଟ୍ରାଭିସ୍ ହେଡ୍ (୧୭) ବିଫଳ ହୋଇଥିଲେ ଏବଂ ତୃତୀୟ ସ୍ଥାନରେ ଆସିଥିବା କାମେରନ୍ ଗ୍ରୀନ୍ ନିଜର ଖାତା ଖୋଲିପାରି ନଥିଲେ। ଜିମ୍ବାୱେ ବୋଲର ବ୍ରାଡ୍ ଇଭାନ୍ସ ଚମତ୍କାର ବୋଲିଂ କରି ତିନୋଟି ୱିକେଟ ନେଇଥିଲେ।
ଶୁକ୍ରବାର ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଏବଂ ଜିମ୍ବାଓ୍ୱେ । ମୁକାବିଲାରେ ଟସ୍ ଜିତିଥିଲା ଅଷ୍ଟ୍ରେଲିଆ । ଦଳ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ୱାଇ ଜିମ୍ବାଓ୍ୱେ ଜବରଦସ୍ତ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ବ୍ରାଏନ ବେନେଟ୍ ଅପରାଜିତ ୬୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟି ମାରୁମାନି ୩୫ ରନ୍ କରିଥିଲେ । ସେହିପରି ଏସ ରାଜା ୨୫ ରନ୍ ର ଇନିଂସ ଖେଳିଥିଲେ । ଫଳରେ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ୍ ହରାଇ ୧୬୯ ରନ୍ କରିଥିଲା।
ଏହାସହ ପଢ଼ନ୍ତୁ: ନାମିବ୍ୟା ବିପକ୍ଷରେ ଟିମ୍ ଇଣ୍ଡିଆର ବଡ଼ ବିଜୟ, ଏବେ ପାକିସ୍ତାନର ପାଳି...
୧୭୦ ରନ୍ ର ଲକ୍ଷ୍ୟ ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ମ୍ୟାଟ୍ ରେନସ ଏବଂ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଟର ଜିମ୍ବାଓ୍ୱେ ବୋଲରଙ୍କ ମୁକାବିଲା କରିପାରିନଥିଲେ । ମ୍ୟାଟ୍ ୬୫ ରନ୍ କରିଥିବା ବେଳେ ମ୍ୟାକ୍ସଓ୍ୱେଲ ୩୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ୍ ହେଡ୍ ୧୭ ରନ୍ କରିଥିଲେ । ଜିମ୍ବାଓ୍ୱେ ପକ୍ଷରୁ ବି ମୁଜାରବନି ୪ଟି ଓ୍ୱିକେଟ୍ ନେଇଥିବା ବେଳେ ବି ଏଭାନ୍ସ ତିନୋଟି ଶିକାର କରିଥିଲେ ।
ତେବେ ନିୟମିତ ବ୍ୟାଟିଂ ବିପର୍ଯ୍ୟୟ ପାଇଁ ଦଳ ମାତ୍ର ୧୪୬ ରନ୍ କରିପାରିଥିଲା । ଫଳରେ ବିଜୟଠୁ ୨୩ ରନ୍ ପଛରେ ରହିଯାଇଥିଲା । ତେବେ ୨୦୨୬ ଟି୨୦ ବିଶ୍ୱକପରେ ଏହା ଏବେସୁଦ୍ଧା ସବୁଠୁ ବଡ ବିପର୍ଯ୍ୟୟ ବୋଲି କୁହାଯାଉଛି । କାରଣ ଅଷ୍ଟ୍ରେଲିଆ ହେଉଛି ଅନ୍ୟତମ ଫେଭରେଟ୍ ଟିମ୍ । ହେଲେ ଦଳ ଜିମ୍ବାଓ୍ୱେଠୁ ହାରିବା ପରେ ଏହା କଙ୍ଗାରୁ ଟିମର ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories