|
logo
Live

Argus News - ଗ୍ରକ୍ କୁ ଆପ୍ ଷ୍ଟୋର୍ ରୁ ହଟାଇବାକୁ ଧମକ ଦେଲା ଆପଲ୍; କାହିଁକି ମୁହାଁମୁହିଁ ହେଲେ ଦୁଇ ମହାରଥି?

Technology

Apple vs Grok / ଗ୍ରକ୍ କୁ ଆପ୍ ଷ୍ଟୋର୍ ରୁ ହଟାଇବାକୁ ଧମକ ଦେଲା ଆପଲ୍; କାହିଁକି ମୁହାଁମୁହିଁ ହେଲେ ଦୁଇ ମହାରଥି?

Subhramjit Ray
Browse all articles by Subhramjit Ray
·3 days ago·2 min read
ଗ୍ରକ୍ କୁ ଆପ୍ ଷ୍ଟୋର୍ ରୁ ହଟାଇବାକୁ ଧମକ ଦେଲା ଆପଲ୍; କାହିଁକି ମୁହାଁମୁହିଁ ହେଲେ ଦୁଇ ମହାରଥି?
Apple vs Grok

Key Points

ଆପଲ୍ ଏହାର ଆପ୍ ଷ୍ଟୋର ରୁ ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ଏକ୍ସ ଏଆଇ ଚାଟ୍ ଟୋବ୍ (xAI Chat Boat Grok) କୁ ହଟାଇ ଦେବାକୁ ଧମକ ଦେଇଥିଲା।


xAI Grok vs Apple App Store: ଆଇଫୋନ୍ ନିର୍ମାତା ଆପଲ୍, ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସ ଏଆଇ (xAI) ଦ୍ୱାରା ପରିଚାଳିତ ଏଆଇ ଚାଟ୍ ବୋଟ୍
ଗ୍ରକ୍ କୁ ଆପ୍ ଷ୍ଟୋର୍ ରୁ ହଟାଇଦେବ। ଆପ୍ ଷ୍ଟୋର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ନେଇ ଗ୍ରକ୍ ବିରୋଧରେ ଅଭିଯୋଗ ଆସିବା ପରେ ଏପରି ଦମକ ଦେଇଛି ଆପଲ୍ । ଡିପଫେକ୍ କଣ୍ଟେଟ୍ ପାଇଁ ଏକ୍ସ ଏଆଇ ଆପ୍ ଗ୍ରକ୍ ବିଗତ କିଛି ସମୟ ଧରି ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ଗ୍ରକ୍ ରେ ଅନେକ ୟୁଜର ଙ୍କ ଡିପଫେକ୍ ଫଟୋ ଏବଂ ଭିଡିଓ କଥିତ ରୂପରେ ସେୟାର ହୋଇଥିଲା। ଯାହା ପରେ ଅନେକ ଦେଶରେ ଏହାକୁ ନିଷିଦ୍ଧ କରିବା ନେଇ ଆଲୋଚନା ହୋଇଥିଲା। ଆପଲ୍ ଏ ସମ୍ପର୍କରେ ଆମେରିକୀୟ ସଂସଦକୁ ପତ୍ର ଲେଖି ଜଣାଇଥିଲା।

ଆପଲ୍ ବନାନ ଗ୍ରକ୍ ମାମଲା କ'ଣ?

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯେତେବେଳେ ଗ୍ରକ୍ ରେ ବିଭିନ୍ନ ବିବାଦୀୟ ଫଟୋ ପୋଷ୍ଟ କିମ୍ବା ସେୟାର କରାଯିବା ପସଙ୍ଗକୁ ନେଇ ବିବାଦ ତେଜିବାରେ ଲାଗିଥିଲା ସତେବେଳେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆପଲ୍ ଉପରେ ଚାପ ପଡ଼ିଥିଲା। ଯଦିଓ ଆପଲ୍ ସେତେବେଳେ ଏହି ଘଟଣାରେ ସାର୍ବଜନୀନ ଭାବରେ କୌଣସି ମନ୍ତବ୍ୟ ଦେଇ ନଥିଲା,ହେଲେ ସୋସିଆଲ ମିଡ଼ିଆ ସାଇଟ୍ ସାଇଟ୍ ଏକ୍ସ ଏବଂ ଏହାର ଏଆଇ ଚାଟ୍ ବୋଟ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲା। ଆପଲ୍ ଅନୁଭବ କରୁଥିଲା ​​ଯେ ଉଭୟ ଗ୍ରକ୍ ଏବଂ X ଉଭୟ ଏହାର ଆପ୍ ଷ୍ଟୋର ନିୟମ ଉଲ୍ଲଂଘନ କରୁଛନ୍ତି। ଏହା ପରେ ଆପଲ୍ ଉଭୟ ସଂସ୍ଥାର ପରିଚାଳନା ଅଧିକାରୀଙ୍କୁ ସେମାନଙ୍କ କଣ୍ଟେଟ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏକ ଯୋଜନା ଦାଖଲ କରିବାକୁ କହିଥିଲା।
 
ଏହା ସହ ପଢନ୍ତୁ: Google ପକ୍ଷରୁ ବଡ଼ ଘୋଷଣା; ୟୁଜରଙ୍କୁ ମିଳିବ ନୂଆ AI Feature

ଆପଲ୍ କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ଚର୍ଚ୍ଚା

ରିପୋର୍ଟ ଅନୁସାରେ ଆପଲ ପକ୍ଷରୁ କଣ୍ଟେଟ ପରିଚାଳନା ସମ୍ପର୍କିତ ଯୋଜନା ଏକ୍ସ ପାଖରୁ ମଗାଯିବା ପରେ, ଏକ୍ସ ଏହାର ଏଆଇ ଚାଟ୍ ବୋଟ୍ ଗ୍ରକ୍ ଆପ୍‌ର ଏକ ଅପଡେଟ୍ ସଂସ୍କରଣ ଦାଖଲ କରିଥିଲା। ହେଲେ ଆପଲ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଏନେଇ ଆପଲ୍ ପକ୍ଷରୁ କୁହାଯାଇଛି ଯେ ଏହି ଆପ୍‌ରେ ଆବଶ୍ୟକୀୟ ପରିବର୍ତ୍ତନ ହୋଇନାହିଁ। ଏହା ପରେ ଏଲୋନ୍ ମସ୍କଙ୍କ କମ୍ପାନୀ ଏକ୍ସ ଏବଂ ଗ୍ରକ୍ ର ସଂଶୋଧିତ ସଂସ୍କରଣ ଆପଲ୍ ସହ ସେୟାର କରିଛି। ବିଶ୍ୱର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡ଼ିଆ ସଇଟ୍ ଏକ୍ସ ଏବଂ ଗ୍ରକ୍ ଉଭୟ ଆମେରିକୀୟ କୋଟିପତି ଏଲୋନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ମାଲିକାନାରେ ରହିଛି।

ଇମେଜ୍ ଟୁଲ୍ ରେ ପରିବର୍ତ୍ତନ କରିଥିଲା ଗ୍ରକ୍

ଚାରିଆଡୁ ଚାପ ପଡ଼ିବା ପରେ ଗ୍ରକ୍ ଏହାର ଇମେଜ୍ ଜେନେରେସନ୍ ଟୁଲ୍ ରେ ପରିବର୍ତ୍ତନ ଆଣିଥିଲା। କମ୍ପାନୀ ଏହାର ଇମେଜ ଜେନେରେସନ୍ ଫିଟର ବ୍ୟବହାର କରିବାକୁ ସୀମତ କରି ଦେଇଥିଲା। ଏପରିକି ଅନେକ ଲୋକଙ୍କ ଫଟୋ ଏଡିଟିଂ କରିବାକୁ ନିଷିଦ୍ଧ କରିଥିଲା। ଏହା ସତ୍ତ୍ୱେ ଗ୍ରକ୍‌ର ଇମେଜ ଜେନେରେସନ୍ ପ୍ରକ୍ରିୟାକୁ ନେଇ ଚିନ୍ ବଢିଥିଲା। ଏକ ରିପୋର୍ଟ ଆଧାରରେ କୁହାଯାଇଥିଲା ଯେ ଗ୍ରକ୍ ଜେନେରେସନ୍ ଟୁଲ୍ କେତେକ କ୍ଷେତ୍ରରେ ଲୋକଙ୍କ ସମ୍ମତି ବିନା ସେମାନଙ୍କର ବିବାଦୀୟ ଫଟୋ ସୃଷ୍ଟି କରୁଥିଲା। ଯଦିଓ ଏହି ସଂଖ୍ୟା କିଛି ସମୟ ପୂର୍ବ ତୁଳନାରେ ହ୍ରାସ ପାଇଥାଇ ପାରେ, ହେଲେ ଅନେକ ୟୁଜର ଗ୍ରକ୍‌ର ପ୍ରତିବନ୍ଧକକୁ ଏଡାଇ ଦେଇ ଯିବାରେ ସଫଳ ହୋଇିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Apple vs Grok: ଗ୍ରକ୍ କୁ ଆପ୍ ଷ୍ଟୋର୍ ରୁ ହଟାଇବାକୁ ଧମକ ଦେଲା ଆପଲ୍; କାହିଁକି ମୁହାଁମୁହିଁ ହେଲେ ଦୁଇ ମହାରଥି? | Argus News