Videos
|
Technology

SIM Card Check / ଆପଣଙ୍କ ନାମରେ ରହିଛି କେତେ ମୋବାଇଲ୍‌ ନମ୍ବର ? ଘରେ ବସି ଏଭଳି କରନ୍ତୁ ଚେକ୍‌

Santosh Kumar Sahoo
Browse all articles by Santosh Kumar Sahoo
·47 mins ago·2 min read
ଆପଣଙ୍କ ନାମରେ ରହିଛି କେତେ ମୋବାଇଲ୍‌ ନମ୍ବର ? ଘରେ ବସି ଏଭଳି କରନ୍ତୁ ଚେକ୍‌
SIM Card Check

Key Points

ଅଜାଣତରେ ଆପଣଙ୍କ ନାମରେ SIM ଚାଲୁଛି କି ?
ଫର୍ଜି ମୋବାଇଲ୍‌ ନମ୍ବରରୁ ସାବଧାନ !
ନିଜ ନାମରେ ଥିବା SIM ଏଭଳି ଯାଞ୍ଚ କରନ୍ତୁ
ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି ? ଯଦି ଆପଣ ୯ଟିରୁ ଅଧିକ ସିମ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଦେଶରେ ସାଇବର ଠକେଇ ଏବଂ ନକଲି ପରିଚୟପତ୍ର ଜରିଆରେ ସିମ୍ ଉଠାଇବା କାରବାରକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

ଟେଲି ଯୋଗାଯୋଗ ବିଭାଗର ନୂଆ ନିୟମ ଅନୁଯାୟୀ, ଏବେ ଜଣେ ଗ୍ରାହକଙ୍କ ନାମରେ ସର୍ବାଧିକ ସିମ୍ କାର୍ଡ ରଖିବାର ସୀମାକୁ ସୀମିତ କରାଯାଉଛି । ନିୟମିତ ସୀମାଠାରୁ ଅଧିକ ସିମ୍ କାର୍ଡ ଥିଲେ, ସେହି ବଳକା ସିମ୍ ଗୁଡ଼ିକୁ ସେଲ୍ଫ-ଭେରିଫିକେସନ୍ ବା ନିଜେ ଯାଞ୍ଚ କରିବାକୁ ପଡ଼ିବ, ନଚେତ୍ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ । ଏହା ସହ ସିମ୍ ବିକ୍ରି କରୁଥିବା ଡିଲରମାନଙ୍କ ପାଇଁ ମଧ୍ୟ ପୋଲିସ ଭେରିଫିକେସନ୍ ବାଧ୍ୟତାମୂଳକ କରାଯାଇଛି । ଯାହାଦ୍ୱାରା ଅପରାଧୀମାନେ ଅନ୍ୟ ନାମରେ ଭେଜାଲ ସିମ୍ ପାଇପାରିବେ ନାହିଁ ।

ଭାରତ ସରକାରଙ୍କ ଟେଲିଯୋଗାଯୋଗ ବିଭାଗର ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ନାମରେ କିମ୍ବା ଗୋଟିଏ ଆଧାର କାର୍ଡରେ ସର୍ବାଧିକ ୯ଟି ସିମ୍ କାର୍ଡ ରଖିପାରିବେ । ସାରା ଭାରତରେ ଅଧିକାଂଶ ରାଜ୍ୟରେ ସର୍ବାଧିକ ୯ଟି ସିମ୍ କାର୍ଡ ଏବଂ ଜାମ୍ମୁ-କାଶ୍ମୀର, ଆସାମ ଏବଂ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ସର୍ବାଧିକ ୬ଟି ସିମ୍ କାର୍ଡ ରଖିବାର ନିୟମ ରହିଛି । ଟେଲିକମ୍ ବିଭାଗ ଏହି ନିୟମକୁ ଅଗଷ୍ଟ ୨୪, ୨୦୨୬ରୁ ଅଧିକ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛି ।

ତେବେ ଆପଣଙ୍କ ନାମରେ କେତେଟି ମୋବାଇଲ୍‌ କନେକ୍ସନ୍‌ ଜାରି ହୋଇଛି, ଏହା ଜାଣିବା ଏବେ ବହୁତ ସହଜ । ଆପଣଙ୍କ ନାମରେ ଅଜାଣତରେ କୌଣସି ମୋବାଇଲ୍‌ ନମ୍ବର ଚାଲୁ ରହିଛି କି ନାହିଁ, ତାହା ମଧ୍ୟ ଘରେ ବସି ଯାଞ୍ଚ କରିପାରିବେ । ଏଥିପାଇଁ ସରକାରଙ୍କ Sanchar Saathi ୱେବସାଇଟ୍‌ର ସହାୟତା ନିଅନ୍ତୁ ।
Sanchar Saathi ୱେବସାଇଟ୍‌କୁ ଯିବା ପରେ “Know Mobile Connections in Your Name” ବିକଳ୍ପ ଚୟନ କରନ୍ତୁ। ଏହାପରେ ନିଜ ମୋବାଇଲ୍‌ ନମ୍ବର ଦିଅନ୍ତୁ। ସ୍କ୍ରିନ୍‌ରେ ଦେଖାଯାଉଥିବା Captcha ଭରି ଆଗକୁ ବଢ଼ନ୍ତୁ ।

ଏହାପରେ ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଏକ OTP ଆସିବ । ସେହି OTP ଦେଇ ନିଜର ପରିଚୟ ଭେରିଫାଇ କରନ୍ତୁ । ଭେରିଫିକେସନ୍‌ ସମ୍ପୂର୍ଣ୍ଣ ହେବା ପରେ ସ୍କ୍ରିନ୍‌ରେ ଆପଣଙ୍କ ନାମରେ ଜାରି ହୋଇଥିବା ମୋବାଇଲ୍‌ ନମ୍ବର ଏବଂ ଆକ୍ଟିଭ୍‌ କନେକ୍ସନ୍‌ଗୁଡ଼ିକର ତଥ୍ୟ ଦେଖିପାରିବେ ।

ଅଜଣା ନମ୍ବର ଥିଲେ କ’ଣ କରିବେ ?

ଲିଷ୍ଟରେ ଥିବା ସମସ୍ତ ମୋବାଇଲ୍‌ ନମ୍ବର ଯଦି ଆପଣଙ୍କର ଏବଂ ଆପଣ ନିଜେ ବ୍ୟବହାର କରୁଛନ୍ତି, ତେବେ ଚିନ୍ତାର କୌଣସି କାରଣ ନାହିଁ । କିନ୍ତୁ ଯଦି ଆପଣଙ୍କ ନାମରେ ଏମିତି କୌଣସି ନମ୍ବର ଦେଖାଯାଏ, ଯାହାକୁ ଆପଣ ବ୍ୟବହାର କରୁନାହାନ୍ତି, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଏଭଳି ନମ୍ବର ବିଷୟରେ Sanchar Saathi ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ନେଇପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: