Office Without Humans / ୨୦୩୦ ସୁଦ୍ଧା କେତେ ବଦଳିଯିବ ଅଫିସ୍ ? 'ପ୍ରମ୍ପ୍ଟ' ହେବ ନୂଆ ଭାଷା...
·3 hours ago·2 min read

Key Points
'Agent, Robots And Us'ରେ ଭବିଷ୍ୟତର କାର୍ଯ୍ୟଧାରାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି । ରିପୋର୍ଟ ଅନୁସାରେ, ଆଗାମୀ ଦିନରେ କାମକୁ ମଣିଷ ବନାମ ମେସିନ୍ ଭାବେ ନୁହେଁ ବରଂ ମଣଷି ଓ ମେସିନର ଭାଗିଦାରୀ ଭାବେ ଦେଖାଯିବ ।
ନୂଆଦିଲ୍ଲୀ: କେବେ ଆପଣ କଳ୍ପନା କରିଛନ୍ତି ଆପଣଙ୍କ ଅଫିସ୍ରେ ଆପଣଙ୍କ ପାର୍ଶ୍ଵ କିମ୍ବା ଆଗ ଡେସ୍କରେ କୌଣସି ମଣିଷ ନୁହେଁ ବରଂ "ହ୍ୟୁମାନଏଡ୍ ରୋବୋଟ" ଥିବ ? ଆପଣଙ୍କ ଇମେଲ୍ ଓ ରିପୋର୍ଟକୁ କୌଣସି ଏଆଇ ଏଜେଣ୍ଟ ଆପଣଙ୍କ ପସନ୍ଦ ଅନୁସାରେ ପ୍ରସ୍ତୁତ କରିବ ? ଏହା କୌଣସି କାଳ୍ପନିକ-ବୈଜ୍ଞାନିକ କାହାଣୀ ନୁହେଁ, ବରଂ ୨୦୩୦ ସୁଦ୍ଧା ଆପଣଙ୍କ ଅଫିସ୍ରେ ଏହା ସମ୍ଭବ ହୋଇପାରେ ।
ମ୍ୟାକିନ୍ସେ ରିପୋର୍ଟରେ ଏଭଳି ତଥ୍ୟ ଦିଆଯାଇଛି । ପ୍ରତିଷ୍ଠିତ କନସଲଟିଂ ଫାର୍ମ ମ୍ୟାକ୍ସିନ୍ସେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ (MGI)ର ସଦ୍ୟ ରିପୋର୍ଟ 'Agent, Robots And Us'ରେ ଭବିଷ୍ୟତର କାର୍ଯ୍ୟଧାରାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି । ରିପୋର୍ଟ ଅନୁସାରେ, ଆଗାମୀ ଦିନରେ କାମକୁ ମଣିଷ ବନାମ ମେସିନ୍ ଭାବେ ନୁହେଁ ବରଂ ମଣଷି ଓ ମେସିନର ଭାଗିଦାରୀ ଭାବେ ଦେଖାଯିବ ।
ଏଥିସହ ପଢ଼ନ୍ତୁ: ପରିବେଶ ପାଇଁ ବିପଦ AI; ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ୩୪ କୋଟି ଲୋକ ପ୍ରଭାବିତ
ନୂଆ କାର୍ଯ୍ୟ ସଂସ୍କୃତି
ରିପୋର୍ଟର ଦାବି ଅନୁସାରେ- ଯଦି କମ୍ପାନୀ ଗୁଡ଼ିକ ପୁରୁଣା କାର୍ଯ୍ୟ ଶୈଳୀକୁ ବଦଳାଇ ଏଆଇ ଏଜେଣ୍ଟ୍ସ ଓ ରୋବୋଟ୍ସଙ୍କୁ ଯୋଡ଼ିଦିଏ, ତାହେଲେ ୨୦୩୦ ସୁଦ୍ଧା କେବଳ ଆମେରିକାକୁ ୨.୯ ଟ୍ରିଲିୟନ୍ ଡଲାର୍ ଅର୍ଥାତ୍ ୨୬୮.୭୮ କୋଟି ଟଙ୍କା ଅତିରିକ୍ତ ଆର୍ଥିକ ଲାଭ ମିଳିପାରେ । ଏବେ ଅଫିସ୍ରେ ପାରମ୍ପାରିକ କାର୍ଯ୍ୟ ସହ ମେସିନକୁ ନିର୍ଦ୍ଦେଶ ଅର୍ଥାତ୍ 'ପ୍ରମ୍ପ୍ଟ' ଦେବା ଭବିଷ୍ୟତରେ ନୂଆ ବୈଶ୍ଵିକ ଭାଷା ପାଲଟିବ ।
ଭବିଷ୍ୟତରେ କେମିତି ହେବ କାର୍ଯ୍ୟ ?
ମ୍ୟାକିନ୍ସେ ରିପୋର୍ଟରେ ଏକ ସୋଲାର ଫାର୍ମ ଓ ଷ୍ଟୋରର ଉଦାହରଣ ଦିଆଯାଇଛି । ଯେଉଁଥିରେ ଦର୍ଶାଯାଇଛି ଭବିଷ୍ୟତରେ କର୍ମ କ୍ଷେତ୍ରର କାର୍ଯ୍ୟଶୈଳୀ କିଭଳି ଭାବେ ବଦଳି ଯିବ ।
ଆଗାମୀ ଦିନରେ ସୋଲାର ଫାର୍ମ ଭଳି ଅଞ୍ଚଳକୁ ମଣିଷ ନିଜେ ମରାମତି ପାଇଁ ଯିବ ନାହିଁ । ବରଂ ଡ୍ରୋନ୍ ଓ ରୋବୋଟ୍ ପ୍ରଥମେ ନୀରିକ୍ଷଣ କରିବେ । ଏଆଇ ଏଜେଣ୍ଟ ଖରାପ ହୋଇଥିବା ପାର୍ଟକୁ ଖୋଜିବ ଏବଂ ମଣିଷ ସୁପରଭାଇଜର ଭାବେ ମରାମତିର ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଅର୍ଥାତ୍ ବିପଜ୍ଜନକ କାର୍ଯ୍ୟ ରୋବୋଟର ଏବଂ ମୁଣ୍ଡ ଖଟାଇ ନିଷ୍ପତ୍ତି ନେବ ମଣିଷ ।
ଏଥିସହ ପଢ଼ନ୍ତୁ: ଏଲନ୍ ମସ୍କଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ରେ ମଣିଷଙ୍କଠାରୁ ଅଧିକ ବୁଦ୍ଧିମାନ ହେବ AI !
ବଡ଼ ବଡ଼ ଷ୍ଟୋରରେ ସାମଗ୍ରୀ ଉଠାଇବା ଏବଂ ଷ୍ଟକ୍ ଚେକ୍ କରିବା କାର୍ଯ୍ୟ ମଣିଷ କରିବ ନାହିଁ । ସେସବୁ ହ୍ୟୁମାନଏଡ୍ ରୋବୋଟ୍ କରିବ । ଓଜନିଆ ସାମଗ୍ରୀ ମଧ୍ୟ ରୋବୋଟ୍ ଆଣିବ । ଏଠି ମଣିଷ ବା ଷ୍ଟୋର ମ୍ୟାନେଜରଙ୍କ କାମ ହେବ ମେସିନ୍ର ତଥ୍ୟ ଉପଯୋଗ କରି ଲୋକଙ୍କୁ ପରାମର୍ଶ ଦେବା ଓ ସମ୍ପର୍କ ରଖିବା ।
କମିଯିବ କି ଦରମା ?
ତେବେ ଦରମାକୁ ନେଇ ରିପୋର୍ଟରେ ଆଶ୍ଵସ୍ତିକର ତଥ୍ୟ ରହିଛି । ମଣିଷର କୁଶଳୀ ଜ୍ଞାନର ୭୦ ପ୍ରତିଶତ ଚାହିଦା ରହିଛି । ଯେଉଁମାନେ ଅଫିସ୍ରେ ଏଆଇ ଏଜେଣ୍ଟସ୍ ଓ ରୋବୋଟ୍ସ ସହ ତାଳମେଳ ରଖି ପାରିବେ ସେମାନଙ୍କ ଦରମା ଅଧିକ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories