Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପରିବେଶ ପାଇଁ ବିପଦ AI; ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ୩୪ କୋଟି ଲୋକ ପ୍ରଭାବିତ

International

AI Causing Heat / ପରିବେଶ ପାଇଁ ବିପଦ AI; ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ୩୪ କୋଟି ଲୋକ ପ୍ରଭାବିତ

Sushanta Sahoo
Browse all articles by Sushanta Sahoo
·1 month ago·3 min read
ପରିବେଶ ପାଇଁ ବିପଦ AI; ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ୩୪ କୋଟି ଲୋକ ପ୍ରଭାବିତ
AI Boom, But At What Cost?

Key Points

ଡାଟା ସେଣ୍ଟର ଥିବା ବିଲ୍ଡିଂ ଦ୍ଵାରା ସେହି କୋଠା ତଳ ଭୂମି ଯେ ତାତୁଛି ତା' ନୁହେଁ ପାଖଆଖ ଅଞ୍ଚଳରେ ତାପମାତ୍ରା ବଢ଼ୁଛି । ଏକ ଅଧ୍ୟୟନରୁ ଜଣାପଡ଼ିଛି, AI ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ବିଶ୍ଵବ୍ୟାପୀ ୩୪୦ ମିଲିୟନ୍ ଅର୍ଥାତ୍ ୩୪ କୋଟି ଲୋକ ପ୍ରଭାବିତ ।
ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆସିବା ଦ୍ଵାରା ମଣିଷର କାର୍ଯ୍ୟ ସହଜ ହୋଇଛି । ଘଣ୍ଟା ଘଣ୍ଟାର କାମ କେଇ ମିନିଟ୍‌ରେ ଗୋଟିଏ ଚୁଟ୍‌କିରେ ସମ୍ଭବ ହୋଇ ପାରୁଛି । କେବେ ଭାବିଛନ୍ତି ଆମ କାମକୁ ଏତେ ସହଜ କରି ଦେଇଥିବା AI ଡାଟା ସେଣ୍ଟର ପରିଚାଳନା ପାଇଁ କେତେ ବିଦ୍ୟୁତ୍ ଓ କେତେ ପାଣି ଦରକାର ?

ଉତ୍ତର ହେଉଛି ଅତ୍ୟଧିକ ବିଦ୍ୟୁତ୍ ଓ ହଜାର ହଜାର ଲିଟର ପାଣି । ଏହା ପଛରେ ବି ରହସ୍ୟ ଅଛି । AI ଡାଟା ସେଣ୍ଟର ଥିବା ବିଲ୍ଡିଂ ଦ୍ଵାରା ସେହି କୋଠା ତଳ ଭୂମି ଯେ ତାତୁଛି ତା' ନୁହେଁ ପାଖଆଖ ଅଞ୍ଚଳରେ ତାପମାତ୍ରା ବଢ଼ୁଛି । ଏକ ଅଧ୍ୟୟନରୁ ଜଣାପଡ଼ିଛି, AI ଡାଟା ସେଣ୍ଟର ଉତ୍ତାପ ଯୋଗୁଁ ବିଶ୍ଵବ୍ୟାପୀ ୩୪୦ ମିଲିୟନ୍ ଅର୍ଥାତ୍ ୩୪ କୋଟି ଲୋକ ପ୍ରଭାବିତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: କୁକୁରର ଶେଷ ପର୍ଯ୍ୟାୟ କ୍ୟାନସର୍‌କୁ ଭଲ କରିଦେଲା AIରୁ ତିଆରି ଭ୍ୟାକ୍ସିନ୍

ବିଶ୍ଵ ତାପନ ପଛରେ AI ?

କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟର ଅଧ୍ୟୟନକାରୀ ବିଗତ ୨୦ ବର୍ଷର ତାପମାତ୍ରାକୁ ନେଇ ଗବେଷଣା କରିଛନ୍ତି । ଗ୍ରାମାଞ୍ଚଳ ସହ AI ଡାଟା ସେଣ୍ଟର ଥିବା ସ୍ଥାନର ତାପମାତ୍ରା ତୁଳନା କରିଛନ୍ତି । AI ଡାଟା ସେଣ୍ଟର ଗୁଡ଼ିକ ୯୩ ହଜାର ସ୍କୋୟାର୍ ବର୍ଗ ମିଟର ଅଞ୍ଚଳରେ ଥିବା ବେଳେ ଏଥିରେ ହଜାର ହଜାର ସର୍ଭର ରହିଛି ।

ଗୋଟିଏ AI ଡାଟା ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ତାହା ଭୂ-ପୃଷ୍ଠରେ ତାପମାତ୍ରା ବଢ଼ାଏ । ସେହି ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଅଧିକାଂଶ ମାମଲାରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି ।

୧୦ କିମି ପର୍ଯ୍ୟନ୍ତ ଉତ୍ତାପ ପ୍ରଭାବ

ଏହି ଉତ୍ତାପ ବୃଦ୍ଧିକୁ ବୈଜ୍ଞାନିକ ଭାଷାରେ 'ହିଟ୍ ଆଇଲ୍ୟାଣ୍ଡ' କୁହାଯାଉଛି । ଏହା କେବଳ ଚାରିକାନ୍ଥ ମଧ୍ୟରେ ଥିବା ଡାଟା ସେଣ୍ଟରର ଉତ୍ତାପ ବଢ଼ାଏ ତା' ନୁହେଁ । ଡାଟା ସେଣ୍ଟର ଆଖପାଖ ଅଞ୍ଚଳରେ ତାପମାତ୍ରାବଢ଼େ । ଗୋଟିଏ ଡାଟା ସେଣ୍ଟର ଯୋଗୁଁ ୧୦ କିଲୋମିଟର ପରିଧିରେ ତାପମାତ୍ରା ବୃଦ୍ଧି ଘଟିପାରେ ।

ପରିବେଶରୁ ନେଇ ଅର୍ଥନୀତି ଯାଏ ପ୍ରଭାବ

ଏହି ଅଧ୍ୟୟନର ମୁଖ୍ୟ ଆଣ୍ଡେଆ ମାରିନୋନି ଡାଟା ସେଣ୍ଟର ଉତ୍ତାପ ବାବଦରେ ବର୍ଣ୍ଣନା କରିଛନ୍ତି । କହିଛନ୍ତି, "ଡାଟା ସେଣ୍ଟରର ନାଟକୀୟ ପ୍ରଭାବ ସମାଜ ଉପରେ ପଡୁଛି । ପରିବେଶ, ଜନ କଲ୍ୟାଣ ଓ ଅର୍ଥନୀତି ସବୁ କ୍ଷେତ୍ରରେ ପ୍ରଭାବ ରହୁଛି ।"

ଡାଟା ସେଣ୍ଟର ପାଇଁ ଉତ୍ତାପ ବିଶ୍ଵରେ ବୃଦ୍ଧି ପାଉଛି । ମେକ୍ସିକୋର ଡାଟା ସେଣ୍ଟର ହବ୍ ବାଜିଓ ହେଉକି ସ୍ପେନ୍‌ର ଆରାଗନ ସବୁଠି ବଢ଼ିଛି ତାପମାତ୍ରା । ଏସବୁ ସ୍ଥାନରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ: ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam

ଗ୍ରାମାଞ୍ଚଳୁ ସହରରେ ଅଧିକ ପ୍ରଭାବ

ଏହାର ପ୍ରଭାବ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ରହିବ । କାରଣ ସହରରେ ଅଧିକ କୋଠାଘର ସହ ରାସ୍ତା ରହିଛି । ଯାହାକି ଗାଁ ତୁଳନାରେ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି । ଏହାଛଡ଼ା ଯାନବାହନ, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଏବଂ ଶିଳ୍ପ ଯୋଗୁଁ ବଢ଼ୁଛି ତାପମାତ୍ରା ।

ଭାରତ ପାଇଁ କେତେ ବିପଦ ?

ଏବେ ଆମ ଦେଶରେ ମୁମ୍ବାଇ, ଚେନ୍ନାଇ ଏବଂ ହାଇଦ୍ରାବାଦରେ ଡାଟା ସେଣ୍ଟର ସମ୍ପ୍ରସାରଣ ହେଉଛି । AI ଭିତ୍ତିଭୂମି ବଢ଼ିବା ସହ ତାପମାତ୍ରା ବୃଦ୍ଧି ହେବ । ଡାଟା ସେଣ୍ଟର ସମ୍ପ୍ରସାରଣ ହେଉଥିବା ଅଞ୍ଚଳଗୁଡ଼ିକ ପୂର୍ବରୁ ହିଁ ଅସହ୍ୟ ଗ୍ରୀଷ୍ମପ୍ରବାହର ସାମ୍ନା କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI Data Centers Heating Cities, 340 Million People Affected | Argus news | Argus News