Google QR Code / Google ଆଣୁଛି ନୂଆ ନିୟମ; QR Code ସ୍କାନ୍ ନ କଲେ ସବୁ ଠପ୍
·1 hour ago·2 min read

Key Points
ବିଶ୍ଵର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ତାର ସିଷ୍ଟମକୁ ବଦଳାଇବାକୁ ଯାଉଛି । ଗୁଗଲ୍ ଏକ ନୂଆ QR Code ବେସ୍ଡ ହ୍ୟୁମାନ ଭେରିଫିକେସନ୍ ସିଷ୍ଟମ ଟେଷ୍ଟ କରୁଛି । ଯେଉଁଥିରେ ବ୍ୟବହାରକାରୀ ୱେବସାଇଟ୍ ପରିଦର୍ଶନ କରିବା ପୂର୍ବରୁ ନିଜ ଫୋନ୍ରେ ଲିଙ୍କ୍ କ୍ଲିକ୍ କରିବାକୁ ପଡ଼ିପାରେ ।
ନୂଆଦିଲ୍ଲୀ: ଗୋଟିଏ କ୍ଲିକ୍, ଚାଲି ଆସୁଥିଲା ସବୁକିଛି । ଏଣିକି ଏଥିରେ ବ୍ରେକ୍ ଲଗାଇବ ଗୁଗଲ୍ (Google) । ବିଶ୍ଵର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ତାର ସିଷ୍ଟମକୁ ବଦଳାଇବାକୁ ଯାଉଛି ।
ଏବେ ଇଣ୍ଟରନେଟ୍ ବ୍ୟବହାର ବେଳେ ଅନେକ ସମୟରେ "I'm Not a Robot" Captcha ଆସିଥାଏ । ଏହି ସିଷ୍ଟମ ୱେବସାଇଟ୍ସକୁ ବଟ୍ସରୁ ରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ କରିଥାଏ । କିନ୍ତୁ ଏବେ ଗୁଗଲ୍ ଏହି ପୁରୁଣା ସିଷ୍ଟମକୁ ବଦଳାଇବାକୁ ଯାଉଛି ।
ଏଥିସହ ପଢ଼ନ୍ତୁ: UIDAI ଆଣିଲା ନୂଆ ନିୟମ: ଆଧାର ଅପଡେଟ୍ ପାଇଁ ଆଉ ଯିବାକୁ ପଡିବନି ସେଣ୍ଟର
ଗୁଗଲ୍ ଏକ ନୂଆ QR Code ବେସ୍ଡ ହ୍ୟୁମାନ ଭେରିଫିକେସନ୍ ସିଷ୍ଟମ ଟେଷ୍ଟ କରୁଛି । ଯେଉଁଥିରେ ବ୍ୟବହାରକାରୀ ୱେବସାଇଟ୍ ପରିଦର୍ଶନ କରିବା ପୂର୍ବରୁ ନିଜ ଫୋନ୍ରେ ଲିଙ୍କ୍ କ୍ଲିକ୍ କରିବାକୁ ପଡ଼ିପାରେ । ଏହି ନୂଆ ବ୍ୟବସ୍ଥାରେ ବ୍ୟବହାରକାରୀଙ୍କୁ ୱେବସାଇଟ୍ରେ ଦେଖା ଯାଉଥିବା QR Codeକୁ ନିଜ ସ୍ମାର୍ଟଫୋନ୍ରେ ସ୍କାନ୍ କରିବାକୁ ପଡ଼ିବ ।
QR Codeକୁ ଫୋନ୍ରେ ସ୍କାନ୍ କରିବା ପରେ ହିଁ ଜଣାପଡ଼ିବ ବ୍ୟବହାରକାରୀ ଜଣେ ମଣିଷ ନା ବଟ୍ । ସ୍କାନ୍ ସଫଳ ହେଲେ ୱେବସାଇଟ୍ ଖୋଲିବ । ଆଜିର ସମୟରେ AI ଓ ଅଟୋମଟେଡ ବଟ୍ସ ପୂର୍ବାପେକ୍ଷା ଅଧିକ ସ୍ମାର୍ଟ ହୋଇ ଯାଇଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ଏହି ନୂଆ ତରିକା ଆପଣାଇବାକୁ ଯାଉଛି । ଯାହାଦ୍ଵାରା ପ୍ରକୃତ ବ୍ୟବହାରକାରୀ ଓ ବଟ୍ସକୁ ଧରି ହେବ । ବର୍ତ୍ତମାନ ଏହି ପରୀକ୍ଷଣ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଗୁଗଲ୍ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।
ଆଗାମୀ ଦିନରେ ଗୁଗଲ୍ କିଛି ୱେବସାଇଟ୍ ଓ ସେବାରେ ଏହାର ପରୀକ୍ଷଣ କରିପାରେ । ଯଦି ପରୀକ୍ଷଣ ସଫଳ ହୁଏ, ତାହେଲେ ଆଗାମୀ ବର୍ଷରେ ଇଣ୍ଟରନେଟ୍ ବ୍ୟବହାର କରିବାର ତରିକା ବେଶ୍ ବଦଳି ଯିବ ।
Captcha ସ୍ଥାନରେ QR Code
ଆଜିର ଦିନରେ ୱେବସାଇଟ୍ ଖୋଲିବା ବେଳେ ଅନେକ ସମୟରେ Captcha ଆସିଥାଏ । ଅଧିକାଂଶ ୱେବସାଇଟ୍ରେ ଫଟୋକୁ ଚିହ୍ନିବା, ଟ୍ରାଫିକ୍ ଲାଇଟ୍ ବାଛିବା ଅଥବା ଟେକ୍ସଟ୍ ଟାଇପ୍ କରିବାକୁ ପଡ଼େ । କିନ୍ତୁ ଏହି ନୂଆ ସିଷ୍ଟମରେ ୱେବସାଇଟ୍ QR Code ସ୍କାନ୍ ଫୋନ୍ରେ କରିବା ଦ୍ଵାରା ୱେବସାଇଟ୍କୁ ସିଗନାଲ୍ ମିଳିଯିବ ।
ଏଥିସହ ପଢ଼ନ୍ତୁ: ସାର୍ବଜନୀନ ଓ୍ବାଇ-ଫାଇର ହେବ ଗୋଟିଏ ପାସ୍ଓ୍ବାର୍ଡ,ବାରମ୍ବାର OTP ଦରକାର ପଡ଼ିବନି
ବ୍ୟବହାରକାରୀଙ୍କୁ ଟ୍ରାକ୍ ହେବ ସହଜ
ଏବେ AI ଜ୍ଞାନକୌଶଳ ଏତେ ଆଗକୁ ବଢ଼ିଛି ଯେ ଅନେକ ସମୟରେ ବଟ୍ସ Captcha ଟେଷ୍ଟ ପାସ୍ କରି ଯାଉଛନ୍ତି । ଗୁଗଲ୍ ଅନୁସାରେ, ଫୋନ୍ ଦ୍ଵାରା ଭେରିଫିକେସନ୍ ଅଧିକ ସୁରକ୍ଷିତ ରହିବ । ଯାହାଦ୍ଵାରା ଡିଭାଇସ୍ ଓ ବ୍ୟବହାରକାରୀଙ୍କୁ ଟ୍ରାକ୍ କରାଯାଇ ପାରିବ ।
ଗୋପନୀୟତାକୁ ନେଇ ପ୍ରଶ୍ନ
ଗୁଗଲ୍ର ଏହି ନୂଆ ସିଷ୍ଟମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଗୋପନୀୟତା ଉପରେ ହେଉଛି । ଲୋକଙ୍କ ଅନୁସାରେ, ଯଦି ପ୍ରତ୍ୟେକଟି ୱେବସାଇଟ୍କୁ ଫୋନ୍ ସହ ଲିଙ୍କ୍ କରାଯିବ । ତାହେଲେ ବ୍ୟବହାରକାରୀଙ୍କ ଅନଲାଇନ୍ କାର୍ଯ୍ୟକଳାପକୁ ସହଜରେ ଟ୍ରାକ୍ କରାଯାଇ ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories