Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Android Calling Interface: ରାତାରାତି ବଦଳିଗଲା Android ଫୋନର କଲିଂ ଇଣ୍ଟରଫେସ, ବିନା ଅପଡେଟରେ ଏମିତି ହେଲା କେମିତି ?

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Android Calling Interface: ରାତାରାତି ବଦଳିଗଲା Android ଫୋନର କଲିଂ ଇଣ୍ଟରଫେସ, ବିନା ଅପଡେଟରେ ଏମିତି ହେଲା କେମିତି ?

Key Points

ଆପଣ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରନ୍ତି କି ? ବିନା ଅପଡେଟରେ ବଦଳିଗଲା କଲ୍‌ ଲଗ୍ । ରାତାରାତି ବଦଳିଗଲା କଲିଂ ଇଣ୍ଟରଫେସ୍ । 


ଆପଣ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌ ବ୍ୟବହାର କରନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଗୁଗୁଲ୍ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ କଲିଂ ଆପ୍‌ର ଏକ ନୂତନ ଅପଡେଟ୍ ଜାରି କରିଛି। ଏହି ଅପଡେଟ୍ ପରେ, ସାରା ବିଶ୍ୱରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ କଲିଂ ଆପ୍‌ର ଇଣ୍ଟରଫେସ୍ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଆଉ ସବୁଠୁ ବଡ଼ ଖତା ହେଉଛି ଏହି ପରିବର୍ତ୍ତନ କୌଣସି ଆପ୍ ଅପଡେଟ୍ କିମ୍ବା ଅନୁମତି ବିନା ହୋଇଥିଲା ।


ରାତିରେ ଶୋଇ ସକାଳୁ ଉଠିବା ପରେ ଆଣ୍ଡ୍ରଏଡ୍ ୟୁଜର୍ସ ପରେ ଦେଖିବାକୁ ପାଇଲେ କି ସେମାନଙ୍କ କଲିଂ ଆପର ଇଣ୍ଟରଫେସ୍ ପୂରା ବଦଳିଯାଇଛି । ଏବେ କଲ୍ ଲଗରେ ପୁରୁଣା ଢଙ୍ଗର ଗ୍ରୁପିଙ୍ଗ୍ ଲିଷ୍ଟ ଦେଖାଯାଉନାହିଁ ବରଂ ପ୍ରତି କଲ୍ ଅଲଗା ଅଲଗା ଦେଖାଯାଉଛି । କଲ୍ ହିଷ୍ଟ୍ରି ଏବଂ ଫେଭରାଇଟ୍ କଣ୍ଟାକ୍ଟକୁ ଗୋଟିଏ ସ୍ଥାନରେ, ଅର୍ଥାତ୍ ହୋମ୍ ଟ୍ୟାବରେ ରଖାଯାଇଛି । ଏହା ବ୍ୟତୀତ ଏକ ନୂଆ ଫିଲ୍ଟର ସିଷ୍ଟମ ମଧ୍ୟ ଦିଆଯାଇଛି, ଯାହାଦ୍ୱାରା ମିସ୍ଡ କଲ୍, ସ୍ପାମ୍ ଏବଂ କଣ୍ଟାକ୍ଟକୁ ସହଜରେ ଅଲଗା କରାଯାଇପାରିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଇନ-କଲ୍ ସ୍କ୍ରିନରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି । ବ୍ୟବହାରକାରୀମାନେ ଇନକମିଂ କଲ୍ ଆସିଲେ ସ୍ୱାଇପ୍ କରିବାର ବିକଳ୍ପ ପାଇବେ । ତେବେ ଏହି ପରିବର୍ତ୍ତନକୁ ଗୁଗଲ୍ ସର୍ଭର-ସାଇଡ୍ ଆକ୍ଟିଭେସନରୁ ଲାଗୁ କରିଛି । ଅର୍ଥାତ୍ କୌଣସି ଆପ୍ ଅପଡେଟ୍ ବିନା ଇଣ୍ଟରଫେସ୍ ବଦଳି ଯାଇଛି ।


ଗୁଗୁଲ୍ ବହୁତ ଦିନ ଧରି ଫୋନ୍ ଆପ୍‌ରେ ପରିବର୍ତ୍ତନ ଉପରେ କାମ କରୁଥିଲା। ଏହି ବୈଶିଷ୍ଟ୍ୟଗୁଡ଼ିକ କିଛି ମାସ ପୂର୍ବରୁ ବିଟା ବ୍ୟବହାରକାରୀଙ୍କ ପାଇଁ ରୋଲ୍ ଆଉଟ୍ କରାଯାଇଥିଲା। ପରୀକ୍ଷଣ ପରେ, ଏହାକୁ ବର୍ତ୍ତମାନ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ରୋଲ୍ ଆଉଟ୍ କରାଯାଇଛି । ତେବେ ଏହି ପରିବର୍ତ୍ତନ ପରେ Reddit ଏବଂ X ରେ ଅନେକ ଉପଭୋକ୍ତା ଲେଖିଛନ୍ତି ଯେ ସେମାନେ ଏହି ପରିବର୍ତ୍ତନକୁ ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଅନାବଶ୍ୟକ ପାଇଛନ୍ତି। ତଥାପି, କିଛି ଲୋକ ନୂତନ ଡିଜାଇନର ପ୍ରଶଂସା ମଧ୍ୟ କରିଛନ୍ତି ଏବଂ କହିଛନ୍ତି ଯେ ଏହା ପୂର୍ବ ଅପେକ୍ଷା ଅଧିକ ଆଧୁନିକ ଦେଖାଯାଉଛି।


Sponsored
Google Rolls Out Major Redesign for Android Calling App Without Update | Argus News