Forgot Gmail Password / ପାସୱାର୍ଡ ଭୁଲିଗଲେ ଆଉ ଚିନ୍ତା ନାହିଁ; Google ଆଣିଲା ନୂଆ ଫିଚର୍
·53 mins ago·2 min read

Key Points
ଆକାଉଣ୍ଟର ପାସୱାର୍ଡ ଭୁଲିଗଲେ ଆଉ ଚିନ୍ତା ନାହିଁ । ଏଣିକି ଗୁଗଲର ସେଲ୍ଫି ଭିଡିଓ ଫିଚର୍ ମାଧ୍ୟମରେ ରିକଭରି ହୋଇପାରିବ ଜିମେଲ୍ ଆକାଉଣ୍ଟ ।
ନୂଆଦିଲ୍ଲୀ: ଅନେକ ସମୟରେ ଆମେ ପାସୱାର୍ଡ ଭୁଲି ଯାଉ । ଫଳରେ ଗୁଗଲର ଜିମେଲ୍ ଖୋଲେ ନାହିଁ । ବେଳେବେଳେ ପୂର୍ବ ପଞ୍ଜୀକୃତ ମୋବାଇଲ୍ ନମ୍ବର ଅଥବା ଫୋନ୍ ରିକଭରୀ ପାଖରେ ନଥାଏ । ଯାହା ବଡ଼ ସମସ୍ଯା ସୃଷ୍ଟି କରିଥାଏ । ଲୋକଙ୍କ ଏହି ସମସ୍ୟାର ଅନ୍ତ ଘଟାଇବାକୁ ଯାଇ ଗୁଗଲ୍ ଆଣିଛି ନୂଆ ଫିଚର୍, ଯାହାର ନାଁ ସେଲ୍ଫି ଭିଡିଓ ।
ଏଣିକି ସେଲ୍ଫି ଭିଡିଓ ସହାୟତାରେ ବ୍ୟବହାରକାରୀଙ୍କୁ ସର୍ଟ ଭିଡିଓ ରେକର୍ଡ କରିବାକୁ ପଡ଼ିବ । ଆଉ ସେହି ଭିଡିଓ ସହାୟତାରେ ଜିମେଲ୍ ବ୍ୟବହାରକାରୀ ପ୍ରାମଣିକତା (Authenticity) ସାବ୍ୟସ୍ତ କରିବା ସହ ପାସୱାର୍ଡ ରିକଭର କରିପାରିବେ । ଖୋଦ୍ ଗୁଗଲ୍ ବ୍ଲଗପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛି ।
ଏଥିସହ ପଢ଼ନ୍ତୁ: UPIରେ ଆସୁଛି ବଡ଼ ପରିବର୍ତ୍ତନ: ଇଣ୍ଟରନେଟ୍ ବିନା ହେବ ଟଙ୍କା ଦେଣନେଣ
ଗୁଗଲ୍ ଅନୁସାରେ, ସେଲ୍ଫି ଭିଡିଓ ସେହିମାନଙ୍କ ପାଇଁ ଡିଜାଇନ୍ କରାଯାଇଛି । ଯେଉଁ ବ୍ୟବହାରକାରୀ ପୁଣି ଥରେ ତାଙ୍କ ଆକାଉଣ୍ଟ ଆକ୍ସେସ୍ କରିବାକୁ ଚାହୁଁଛନ୍ତି । ପାସୱାର୍ଡ ରିକଭରି ସମୟରେ ନିୟମିତ ସାଇନ୍ ଇନ୍ ବିକଳ୍ପ ନଥିଲେ ବ୍ୟବହାରକାରୀ ସେଲ୍ଫି ଭିଡିଓ ବିକଳ୍ପ ବାଛି ପାରିବେ ।
ଭବିଷ୍ୟତରେ ଯଦି କୌଣସି ବ୍ୟବହାରକାରୀ ନିଜର ଜିମେଲ୍ ପାସୱାର୍ଡ ଭୁଲି ଯାଆନ୍ତି ଏବଂ ଆକାଉଣ୍ଟ ରିକଭର୍ କରିବାକୁ ଚାହାଁନ୍ତି । ସେଭଳି ସ୍ଥିତିରେ ଗୁଗଲ୍ ସେଲ୍ଫି ଭିଡିଓ ଫିଚର୍ ସେହିମାନଙ୍କ ଲାଗି ଉପଯୋଗୀ ସାବ୍ୟସ୍ତ ହେବ ।
କେମିତି କାମ କରିବ ସେଲ୍ଫି ଫିଚର ?
ଗୁଗଲ୍ ସେଲ୍ଫି ଭିଡିଓ ଫିଚର୍ ବ୍ୟବହାର ଲାଗି ପ୍ରଥମେ ବ୍ୟବହାରକାରୀଙ୍କୁ ସେଟଅପ୍ ବେଳେ ଏକ ସର୍ଟ ଭିଡିଓ ରେକର୍ଡ କରିବାକୁ ପଡ଼ିବ । ଗୁଗଲ୍ ଏହି ଭିଡିଓକୁ ସେଲ୍ଫି କ୍ୟାମେରା ସହାୟତାରେ ରେକର୍ଡ କରିବ ଏବଂ ପ୍ରୋସେସ୍ କରିବା ପରେ ଏହି ଭିଡିଓ ରେଫେରେନ୍ସ ପାଇଁ ସେଭ୍ ହୋଇଯିବ ।
ଥରେ ରେଫେରେନ୍ସ ଭିଡିଓ ସେଭ୍ ହୋଇଗଲା ପରେ ଆପଣ ଯେବେ ବି Forget Password କ୍ଲିକ୍ କରିବେ ଅଥବା ସାଇନ୍ ଇନ୍ କରିବାରେ ଅସୁବିଧା ହେବ । ସେତେବେଳେ ଗୁଗଲ୍ ଭିଡିଓ ରେକର୍ଡ କରିବାର ବିକଳ୍ପ ଦେବ । ଏଭଳି ମାଧ୍ୟମରେ ଗୁଗଲ୍ ଆକାଉଣ୍ଟର ନେଇ ପ୍ରାମାଣିକତା ଦେଇ ହେବ ।
ଏଥିସହ ପଢ଼ନ୍ତୁ: ଆଶ୍ଚର୍ଯ୍ୟ କରିଦେବ ବୈଜ୍ଞାନିକଙ୍କ ଏହି ଅଧ୍ୟୟନ; ଝାଳରୁ ଉତ୍ପନ୍ନ ହେବ ବିଦ୍ୟୁତ୍
ସେଲ୍ଫି ଭିଡିଓ ସମୟରେ ବ୍ୟବହାରକାରୀଙ୍କୁ ଲାଇଭ୍ ଭିଡିଓ ରେକର୍ଡ କରିବାକୁ ପଡ଼ିବ । ଏଥିରେ ପୂର୍ବରୁ ଉଠା ଯାଇଥିବା ଫଟୋ କିମ୍ବା ରେକର୍ଡେଡ୍ ଭିଡିଓ ବ୍ୟବହାର କରାଯାଇ ପାରିବ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories