Machine / ଆଉ ବାଥ୍ ଟପ୍ ନୁହେଁ ମେସିନରେ ଗାଧୋଇବ ମଣିଷ...
·7 months ago·3 min read

Key Points
ବଜାରକୁ ଆସିଲା ମଣିଷ ଗାଧୁଆ ମେସିନ
୧୫ ମିନିଟ୍ରେ ଦେହ ସଫା
ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍...
୧୫ ମିନିଟ୍ରେ ଦେହ ସଫା
ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍...
ଆଜିକାଲି ସବୁ କିଛି ମେସିନ୍ କରୁଛି। ମେସିନ ଦ୍ୱାରା ଘର ସଫା ହେଉଛି, ମେସିନ ଲୁଗା ସଫା କରୁଛି, ମେସିନ ହାତ ଗୋଡ ବିନ୍ଧା ହେଲେ ମୋଡି ଦେଉଛି ଏମିତି ଅନେକ କିଛି। କିନ୍ତୁ କଣ ଆପଣ ଜାଣନ୍ତି କି ମେସିନ୍ ଏଥର ଆପଣଙ୍କୁ ଗାଧୋଇଦେବ। ଆଜ୍ଞା ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ଏଭଳି ଏକ ମେସିନ୍ ବଜାରକୁ ଆସିଛି, ଯିଏ ଆପଣଙ୍କୁ ଗାଧୋଇଦବ। ଯାହାକୁ ‘ମିରାଇ ହୁମ୍ୟାନ ୱାସିଂ ମେସିନ’ କୁହାଯାଉଛି। ଜାପାନୀ କମ୍ପାନୀ ସାଇନ୍ସ ଇଂକ ଡଟ୍ ଏକ ଏପରି ମେସିନ ଲଞ୍ଚ କରିଛି, ଯାହା ବର୍ତ୍ତମାନ ସବୁଠି ଭାଇରାଲ ହେବାରେ ଲାଗିଛି। ଏହି ମେସିନ ଦେଖିବାକୁ କେମିତି? ଏହାର ବ୍ୟବହାର କେମିତି, ମୂଲ୍ୟ କେତେ ଏସବୁ ପ୍ରଶ୍ନ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ।
'ମିରାଇ ହୁମ୍ୟାନ ୱାସିଂ ମେସିନ'ର ବ୍ୟବହାର:
ମେସିନକୁ ପ୍ରଥମ ଥର ଓସାକାରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ ଏକ୍ସପୋରେ ଦେଖା ଯାଇଥିଲା। ଏବେ ଏହା ଜାପାନ ବଜାରରେ ବିକ୍ରି ହେଉଛି। ଏହି ୱାସିଂ ମେସିନ କୌଣସି ହାଇ-ଟେକ୍ ସ୍ପା ପଡ୍ ପରି କାମ କରୁଛି, ଯେଉଁଥିରେ ମଣିଷ ମାତ୍ର କିଛି ମିନିଟରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଧୋଇ ହୋଇଯିବ।ସାଇନ୍ସ ଇଂକ ଡଟ୍ ର ଚେୟାରମ୍ୟାନ୍ କହିଛନ୍ତି ଯେ, ଏହିପରି ମେସିନ୍ ସେ ତାଙ୍କ ପିଲାଦିନେ ଦେଖିଥିଲେ। ''ଏହାକୁ ଆଧୁନିକ ଜ୍ଞାନକୌଶଳରେ ଏବେ ପୁଣି ଥରେ ତିଆରି କରିଛନ୍ତି। ୨୦୨୫ ୱାର୍ଲଡ ଏକ୍ସପୋରେ ଏହି ମେସିନ ଏତେ ଲୋକପ୍ରିୟ ହାସଲ କଲାଯେ କମ୍ପାନୀ ଏହାକୁ ବଜାରରେ ବିକ୍ରି କରିବା ପାଇଁ ନିଷ୍ପତ୍ତି କଲା। ଏହି ପଡଟି ପାଖାପାଖି ୮.୨ ଫୁଟ ଲମ୍ବା ଓ ୮.୫ ଫୁଟ ଉଚ୍ଚା। ଏଥିରେ ଜଣେ ଆରାମରେ ଶୋଇ ପାରିବ। ମେସିନରେ ଏତେ ଛୋଟଛୋଟ ମାଇକ୍ରୋ ବବଲ୍ସ ରହିଛି ଯାହା ରୋମ ଛିଦ୍ରରେ ପଶି ତୈଳ, ମଇଳା ଓ ମୃତ କୋଷିକାକୁ କାଢିଦେବ। ଏହି ଟେକ୍ନୋଲଜି ପୂର୍ବରୁ ଜାପାନର ସ୍ପା ଓ ବ୍ୟୁଟି ସେଲୁନରେ ଉପଯୋଗ ହୋଇ ଆସୁଛି।''
ଏଥିସହ ପଢ଼ନ୍ତୁ: ୯୦ ଦିନର ଡେଡ୍ଲାଇନ୍, ମାନିବାକୁ ବାଧ୍ୟ ଏହି ନିୟମ
ଏହି ମେସିନରେ ବ୍ୟକ୍ତିକୁ ଏକ ପଡ ଭିତରକୁ ଯିବାକୁ ପଡୁଛି। ଏଥିରେ ଥିବା ଆରାମ ଦାୟକ ଆସନରେ ଆଉଜି କି ବସି ଦ୍ୱାର ବନ୍ଦ କଲେ ଗାଧୋଇବା ଆରମ୍ଭ ହୋଇଯାଉଛି। ଏହା ମାଇକ୍ରୋ ବବଲକୁ ଉପଯୋଗ କରି ଧିରେ ଧିରେ ଶରୀରକୁ ସଫା କରୁଛି। ଏହି ମେସିନ ପୁଣି ବବଲକୁ ଧୋଇ ଦେଉଛି ଓ ଏଥିରେ ଥିବା ବ୍ୟବସ୍ଥା ତୁରନ୍ତ ଶରୀରକୁ ସୁଖେଇ ଦେଉଛି। ଗାଧୋଇବା ବେଳେ ମେସିନରେ ହାଲୁକା ହାଲୁକା ସଙ୍ଗୀତ ମଧ୍ୟ ଆସିଥାଏ। ଏହା ଦ୍ୱାରା ବେଶ୍ ଆରାମପ୍ରଦ ସ୍ନାନ ହୋଇଥାଏ।କମ୍ପାନୀ ମୁଖପାତ୍ର କହନ୍ତି ଯେ, ଏହି ମେସିନ ଉପଯୋଗ କରୁଥିବା ବ୍ୟକ୍ତିର ହାର୍ଟବିଟ୍ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂକେତ ଉପରେ ନଜର ରଖେ। ଏହା ଦ୍ୱାରା ସୁରକ୍ଷା ଓ ଆରାମ ଉଭୟ ସୁନିଶ୍ଚିତ ହୁଏ’। ଏହି ମେସିନରେ ଗାଧେଇବା ଓ ପରେ ଶୁଖିବାକୁ ପାଖାପାଖି୧୫ ମିନିଟ୍ ଲାଗିଥାଏ।
ତେବେ ଖାସ କଥା ଯାହା ତାହା ହେଉଛି ମେସିନରେ ଗାଧେଇବା ବେଳେ ବ୍ୟକ୍ତିଙ୍କୁ କିଛି କରିବାକୁ ପଡି ନଥାଏ। ଏବେ ଆସନ୍ତୁ ଜାଣିବା ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହାର ମୂଲ୍ୟ। ଏହି ମେସିନର ମୂଲ୍ୟ ପାଖାପାଖି ୬୦ ମିଲିୟନ ୟେନ ଅର୍ଥାତ ୩ ଲକ୍ଷ ୮୫ ହଜାର ଡଲାର। ଏଣୁ ଏହା ଘରୋଇ ଉପଯୋଗ ପାଇଁ ନୁହେଁ ବରଂ ଲଗଜରୀ ସ୍ପା, ଥିମ ପାର୍କ, ଉନସେନ୍ (ଜାପାନୀ ହଟସ୍ପ୍ରିଂ ସେଣ୍ଟର), ହାଇଏଣ୍ଡ ହୋଟେଲ ଓ ହେଲଥ ରିସର୍ଟ ପାଇଁ ନିର୍ମିତ ହୋଇଛି। କମ୍ପାନୀ ଏବେ ଏହି ମେସିନରୁ ମାତ୍ର ୪୦ରୁ ୫୦ ୟୁନିଟି ତିଆରି କରିବାକୁ ନିଷ୍ପତ୍ତି ନେଇଛି। ଏହି ୟୁନିଟ୍ ଗୁଡିକ ହାତରେ ତିଆରି ହେବ। ଏକ ହୋଟେଲ ଚେନ୍ ଏହାର ପ୍ରଥମ ୟୁନିଟ୍ କୁ କିଣି ନେଇଛି। ତେବେ ମଣିଷ ଯେତେ ଆଧୁନିକ ଆଡକୁ ଗତି କରୁଛି ସେତେ ନୂଆ ନୂଆ ଜିନିଷ ଶିଖୁଛି ସତ କିନ୍ତୁ ଅଳସୁଆ ହେଇଯାଉଛି ବୋଲି କିଛି ବିଶେଷଜ୍ଞଙ୍କ ମତ।
ଅଧିକ ପଢ଼ନ୍ତୁ ଟେକ୍ନୋଲୋଜି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories