Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଡ଼ ସେଲ୍‌: ଆଇଫୋନ୍‌ ହେଲା ସବୁଠୁ ଶସ୍ତା, ଏକାଥରେ କମିଲା ୨୫ ହଜାର...

Technology

Falling Price Iphone / ବଡ଼ ସେଲ୍‌: ଆଇଫୋନ୍‌ ହେଲା ସବୁଠୁ ଶସ୍ତା, ଏକାଥରେ କମିଲା ୨୫ ହଜାର...

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ବଡ଼ ସେଲ୍‌: ଆଇଫୋନ୍‌ ହେଲା ସବୁଠୁ ଶସ୍ତା, ଏକାଥରେ କମିଲା ୨୫ ହଜାର...
Falling Price Iphone

Key Points

ଆସିଲା ବଡ଼ ସେଲ୍‌
ଫୋନ୍‌ କିଣିବାକୁ ଚାହୁଁଥିଲେ ଏବେ ହିଁ କିଣନ୍ତୁ
ଆଇଫୋନ୍‌ ହେଲା ସବୁଠୁ ଶସ୍ତା
ଆଇଫୋନ୍‌ କିଣିତବାକୁ ଚାହୁଁଛନ୍ତି କି, ତେବେ ଆଉ ଡେରି କାହିଁକି କରୁଛନ୍ତି। ସବୁଠାରୁ ଭଲ ଶସ୍ତା ହେଲା ଫୋନ୍‌। ହଠାତ୍‌ ୨୫ ହଜାର ଖସିଗଲା ଆଇଫୋନ୍‌। ଏଭଳି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଫ୍ଲିପକାର୍ଡ ସମର ସେଲରେ ବଡ଼ ଧମାକା। ଆଇଫୋନ୍‌ ୧୭ ପ୍ରୋରେ ପାଖାପାଖି ୨୫ ହଜାର ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଛି।

.ସେଲସ୍‌ କେବେ ଠାରୁ ଆରମ୍ଭ ହେବ ?

ଫିଲ୍ପକାର୍ଡରେ ମେ' ୯ଠାରୁ ଆରମ୍ଭ ହେବାକୁ ଯାଉଥିବା ସମୟ ମଧ୍ୟରେ ସେଲରେ ଆପଲର ଆଇଫୋନ୍‌ରେ ଅଧିକ ଶସ୍ତା ହେବାକୁ ଯାଉଛି। ଯଦି ଆପଣ ନୂଆ ଫୋନ୍‌ କିଣିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସେଲରେ ଲାଟେଷ୍ଟ ଆଇଫୋନ୍‌ ୧୭ ପ୍ରୋ ମାକ୍ସ ଉପରେ ପାଖାପାଖି ୨୫ ହଜାର ପର୍ଯ୍ୟନ୍ତ ଶସ୍ତା ମିଳିପାରିବ। ଏଥିରେ ଆପଣଙ୍କୁ ଭଲ ଡିସପ୍ଲେ, ଲମ୍ୱା ସମୟ ପର୍ଯ୍ୟନ୍ତ ରହୁଥିବା ବ୍ୟାଟେରୀ ଏବଂ ଭଲ ଗେମିଂର ମଜା ନେଇପାରିବେ। ଏହି ଲାଟେଷ୍ଟ ମଡେଲ ଉପରେ ପାଖାପାଖି ୨୫ ହଜାର ପର୍ଯ୍ୟନ୍ତ ଡିସକରଉଣ୍ଟ ମିଳିପାରିବ। ଏଥିରେ ପ୍ରୋଲେବଲ୍‌ କ୍ୟାମେରା ଏବଂ ୧୨୦ ଏଚ୍‌ ଜେଡ୍‌ ପ୍ରମୋସନ୍‌ ଡିସପ୍ଲେ ମିଳିବ।

.ଆଇଫୋନ୍‌ ୧୭:

ଏହି ଲାଟେଷ୍ଟ ଫୋନ୍‌ ଉପରେ ପାଖାପାଖି ୧୦ ଜହାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ମିଳିପାରିବ। ଏଥିରେ ନୂଆ A19 ଚିପଓେଟ୍‌ ଏବଂ ଭଲ ପଫମେନ୍ସ ଦେଖିବାକୁ ମିଳିବ।

.ଆଇଫୋନ୍‌ ୧୫:

ଲାଇଟଓ୍ୱେଟ୍‌ ଡିଜାଇନ୍‌ ଏବଂ ଡାଇନାମିକ୍‌ ଆଇଲ୍ୟାଣ୍ଡ ସହ ଆସିବାକୁ ଥିବା ଏହି ଫୋନ୍‌ ସବୁଠାରୁ ଅଧିକ ଶସ୍ତା ଅପସନ୍‌ ହେବାକୁ ଯାଉଛି। ଏଥିରେ ପାଖାପାଖି ୮ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ମିଳିବ।

.ଆଇଫୋନ୍‌ ୧୭ E:

ଆଇଫୋନ୍‌ ୧୭ E ରେ ପାଖାପାଖି ସବୁ ମର୍ଡନ ଆଇଫୋନ୍‌ ଫିଚର୍ସ ମିଳିଥାଏ । ଏଥିରେ ମଧ୍ୟ ଆପଣଙ୍କୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ।

ଏଥିସହ ପଢ଼ନ୍ତୁ: ଗେମ୍ ଚେଞ୍ଜର ସାଜିବ 'ଦୃଷ୍ଟି'; ବଢ଼ିଲା ଚୀନ-ପାକିସ୍ତାନର ଟେନସନ୍

.ଆଇଫୋନ୍‌ ୧୬ ପ୍ଲସ୍‌:

ବଡ଼ ଡିସପ୍ଲେସ ଥିବା ଏହି ଫୋନ୍‌ ମିଡିଆରେ ବ୍ୟବହାର କରୁଥିବା ୟୁଜର୍ସମାନଙ୍କ ପାଇଁ ଭଲ ଅଟେ। ଏଥିରେ ପାଖାପାଖି ୬ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଡ ମିଳିପାରିବ।

.ଆଇଫୋନ୍‌ ଏୟାର:

କେବଳ ସେତିକି ନୁହେଁ, ସବୁଠାରୁ ପତଳା ଏବଂ ହାଲୁକା ଆଇଫୋନ୍‌ ମଧ୍ୟ ଏହି ସେଲରେ ଡିସକାଉଣ୍ଡ ମିଳିବ। ଏଥିରେ ପାଖାପାଖି ୩ହଜାର ୯ ଶହ ଟଙ୍କା ପର୍ଯ୍ୟନ୍ତ ଶସ୍ତା ମିଳିବ।

ଅଧିକ ପଢ଼ନ୍ତୁ ଟେକ୍ନୋଲୋଜି ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Falling Price Iphone | iPhone Becomes Cheapest Ever, Price Slashed by ₹25,000 | Argus News | Argus News