|
logo
Live

Argus News - ଚନ୍ଦ୍ରରେ ରହସ୍ୟମୟ ଯାନ ଠାବ କଲା ନାସା !

Technology

ଚନ୍ଦ୍ରରେ ରହସ୍ୟମୟ ଯାନ ଠାବ କଲା ନାସା !

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଚନ୍ଦ୍ରରେ ରହସ୍ୟମୟ ଯାନ ଠାବ କଲା ନାସା !

ଅର୍ଗସ ବ୍ୟୁରୋ : ଚନ୍ଦ୍ର ଚାରିପଟେ ନଜର ଆସିଲା ଅଜବ ଯାନ । ଯାହାକୁ ଦେଖି ନାସାର ବୈଜ୍ଞାନିକ ମାନେ ମଧ୍ୟ ଚିହ୍ନି ପାରିନଥିଲେ । କାରଣ ପୂର୍ବରୁ ବୈଜ୍ଞାନିକମାନେ ଏପରି ଅଜବ ଯାନ ଦେଖିନଥିଲେ ।
ନାସାର ଏଲ.ଆର.ଓ (LRO) ଅର୍ବିଟ ସବୁ ସମୟରେ ଲଗାତାର ଭାବେ ଚନ୍ଦ୍ରର ଫଟୋ ଉତ୍ତୋଳନ କରୁଥାଏ । ଲଗାତାର ଭାବେ ଏହି ଅର୍ବିଟର ଚନ୍ଦ୍ର ଚାରିପଟେ ଘୁରୁଥାଏ । ଏହି ସମୟରେ ଏକ ରହସ୍ୟମୟ ଯାନର ଠାବ କରିଥିଲା ଏହି ଅର୍ବିଟର । ଯାହାର ଏକ ଫଟୋରୁ ଏହା ସର୍ଫବୋର୍ଡ ଭଳି ଦେଖାଯାଉଥିଲା । ସର୍ଫବୋର୍ଡକୁ ସାଧାରଣତଃ ସମୁଦ୍ର ଲହରୀରେ ଛିଡା ହୋଇ ବୁଲିବା ପାଇଁ ବ୍ୟବହାର କରାଯାଇଥାଏ ।

ଅଧିକ ପଢନ୍ତୁ : ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ISRO

ତେବେ ପ୍ରଥମେ ଏହକୁ ଏକ ଏଲିୟନ ସିପ ବୋଲି ଅନୁମାନ କରିଥଇଲେ ବୈଜ୍ଞାନିକ ମାନେ । ପରେ ଏଲ.ଆର.ଓ ଦ୍ବାରା ଆହୁରି ଅନେକ ଫଟୋକୁ ନେଇ ଯାଞ୍ଚ କରାଯାଇଥିଲା । ଯେଉଁଥିରୁ ଜଣା ପଡିଥିଲା , ଦକ୍ଷିଣ କୋରିଆର "ଲୁନାର ଅର୍ବିଟର ଦାନୁରୀ" ନାମକ ଏକ ଅର୍ବିଟର ଚନ୍ଦ୍ର ଚାରିପଟେ ବୁଲୁଥିଲା । ଯେହେତୁ ଏଲ.ଆର.ଓ ଏବଂ ଏଲ.ଓ.ଡି ଦୁଇଟି ଅଲଗା ଅଲଗା ଅର୍ବିଟରେ ଏକା ସମୟରେ ବୁଲୁଥିଲେ, ସେଥିପାଇଁ ଏପରି ଦେଖାଯାଉଥିଲା ଅର୍ବିଟର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚନ୍ଦ୍ରରେ ରହସ୍ୟମୟ ଯାନ ଠାବ କଲା ନାସା ! | Argus News