New SIM Rules / SIM ନିୟମରେ ବଡ଼ ପରିବର୍ତ୍ତନ, ନୂଆ SIM ନେବାକୁ ହେଲେ ଏବେ ବାୟୋମେଟ୍ରିକ୍ ଜରୁରୀ !
·1 hour ago·2 min read

Key Points
SIM ନେବା ହେଲା ଆହୁରି କଡ଼ା
KYC ସହ ବାୟୋମେଟ୍ରିକ୍ ଯାଞ୍ଚ
ନୂଆ SIM ପାଇଁ ଏବେ ଆଉ ଚାଲିବନି କେବଳ KYC !
KYC ସହ ବାୟୋମେଟ୍ରିକ୍ ଯାଞ୍ଚ
ନୂଆ SIM ପାଇଁ ଏବେ ଆଉ ଚାଲିବନି କେବଳ KYC !
ନୂଆ SIM କାର୍ଡ ନେବାକୁ ଯାଉଛନ୍ତି କି ? ତେବେ ଏବେଠାରୁ ପ୍ରକ୍ରିୟା କିଛିଟା ବଦଳିଯିବ । ଦୂରସଞ୍ଚାର ବିଭାଗ, ଅର୍ଥାତ୍ DoT, ମୋବାଇଲ୍ ୟୁଜରଙ୍କ ପରିଚୟ ଯାଞ୍ଚକୁ ଆହୁରି କଡ଼ା କରିବା ପାଇଁ ନୂଆ ନିୟମ ଆଣିଛି । ଏଣିକି ନୂଆ ସିମ୍ ଆଣିବା ବେଳେ କେବଳ KYC ପାଇଁ ଡକ୍ୟୁମେଣ୍ଟ ଦେବା ଯଥେଷ୍ଟ ହେବ ନାହିଁ, ବରଂ ବାୟୋମେଟ୍ରିକ୍ ଭେରିଫିକେସନ୍ ମଧ୍ୟ କରାଯିବ । ଏହି ଭେରିଫିକେସନ୍ରେ ଫିଙ୍ଗରପ୍ରିଣ୍ଟ, ମୁହଁ କିମ୍ବା ଆଖିର Iris ଭଳି ବାୟୋମେଟ୍ରିକ୍ ତଥ୍ୟ ବ୍ୟବହାର ହୋଇପାରେ ।
କେବଳ ନୂଆ SIM ନୁହେଁ, ଅନ୍ୟ କାମରେ ମଧ୍ୟ ଯାଞ୍ଚ
ଏହି ନିୟମ କେବଳ ନୂଆ SIM କନେକ୍ସନ୍ ନେବାରେ ସୀମିତ ରହିବ ନାହିଁ । ୟୁଜର୍ସଙ୍କ ତଥ୍ୟ ଅପଡେଟ୍ କରିବା, SIM ବନ୍ଦ କରିବା କିମ୍ବା ପୁଣିଥରେ ପରିଚୟ ଯାଞ୍ଚ କରିବା ସମୟରେ ମଧ୍ୟ ବାୟୋମେଟ୍ରିକ୍ ଭେରିଫିକେସନ୍ର ବ୍ୟବସ୍ଥା ରହିବ । ସରକାର କହିଛନ୍ତି ଯେ ଏହା ନକଲି ନାମରେ ପ୍ରାପ୍ତ ଏବଂ ମିଥ୍ୟା ପରିଚୟ ଦ୍ୱାରା ବ୍ୟବହୃତ ସିମ୍ କାର୍ଡଗୁଡ଼ିକୁ ରୋକିବାରେ ସାହାଯ୍ୟ କରିବ ।
ସରକାରଙ୍କ ଲକ୍ଷ୍ୟ ହେଉଛି ଫର୍ଜି ନାଁରେ ନିଆଯାଇଥିବା SIM ଏବଂ ଭୁଲ୍ ପରିଚୟର ବ୍ୟବହାରକୁ ରୋକିବା । କାରଣ ଆଜିର ସମୟରେ ମୋବାଇଲ୍ ନମ୍ବର କେବଳ କଲ୍ କିମ୍ବା ଇଣ୍ଟରନେଟ୍ ପାଇଁ ନୁହେଁ । ବ୍ୟାଙ୍କିଂ, UPI, OTP ଏବଂ ଅନେକ ଡିଜିଟାଲ୍ ସେବା ସହ ମୋବାଇଲ୍ ନମ୍ବର ଯୋଡ଼ି ହୋଇଛି । ତେଣୁ ଏହି ନମ୍ବର କାହା ନାଁରେ ରହିଛି, ତାହାର ସଠିକ୍ ପରିଚୟ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ।
ଆପଣଙ୍କ ନାଁରେ କେତୋଟି SIM ରହିପାରିବ ?
ନୂଆ ନିୟମରେ ମୋବାଇଲ୍ କନେକ୍ସନ୍ ସଂଖ୍ୟାକୁ ନେଇ ମଧ୍ୟ ସୀମା ରହିଛି । ସାଧାରଣତଃ ଜଣେ ବ୍ୟକ୍ତି ନିଜ ନାଁରେ ସର୍ବାଧିକ ୯ଟି ମୋବାଇଲ୍ କନେକ୍ସନ୍ ରଖିପାରିବେ । ତେବେ ଜମ୍ମୁ-କଶ୍ମୀର, ଆସାମ ଏବଂ ନର୍ଥ ଇଷ୍ଟ ସର୍ଭିସ୍ ଏରିଆରେ ଏହି ସୀମା ୬ ରହିଛି । ଯଦି କୌଣସି ବ୍ୟକ୍ତିଙ୍କ ନାଁରେ ଧାର୍ଯ୍ୟ ସୀମାଠାରୁ ଅଧିକ SIM କନେକ୍ସନ୍ ରହିଛି, ତେବେ ଅତିରିକ୍ତ ନମ୍ବରଗୁଡ଼ିକୁ ବନ୍ଦ କରିବାକୁ ପଡ଼ିପାରେ ।
ନିୟମର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
ସରଳ ଭାବେ କହିଲେ, ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ମୋବାଇଲ୍ କନେକ୍ସନ୍ର ପରିଚୟକୁ ଆହୁରି ସୁରକ୍ଷିତ କରିବା । ଫର୍ଜି ଡକ୍ୟୁମେଣ୍ଟ, ଭୁଲ୍ ପରିଚୟ କିମ୍ବା ଅନ୍ୟ କାହାର ନାଁରେ ନିଆଯାଇଥିବା SIM ମାଧ୍ୟମରେ ହେଉଥିବା ଠକେଇ ଓ ଅନ୍ୟାନ୍ୟ ଅପବ୍ୟବହାରକୁ କମାଇବା ଏହାର ପ୍ରମୁଖ ଲକ୍ଷ୍ୟ । ତେଣୁ ଆଗାମୀ ଦିନରେ ନୂଆ SIM ନେବା ସମୟରେ KYC ସହିତ ବାୟୋମେଟ୍ରିକ୍ ପରିଚୟ ଯାଞ୍ଚ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories