Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Future Technology / ଆଶ୍ଚର୍ଯ୍ୟ କରିଦେବ ବୈଜ୍ଞାନିକଙ୍କ ଏହି ଅଧ୍ୟୟନ; ଝାଳରୁ ଉତ୍ପନ୍ନ ହେବ ବିଦ୍ୟୁତ୍

Sushanta Sahoo
Browse all articles by Sushanta Sahoo
·14 hours ago·2 min read
ଆଶ୍ଚର୍ଯ୍ୟ କରିଦେବ ବୈଜ୍ଞାନିକଙ୍କ ଏହି ଅଧ୍ୟୟନ; ଝାଳରୁ ଉତ୍ପନ୍ନ ହେବ ବିଦ୍ୟୁତ୍
Human Sweat to Power Smart Devices

Key Points

ମାନବ ଶରୀର ନିଜେ ଏକ ଶକ୍ତିର ଉତ୍ସ ହୋଇପାରିବ । ଯେଉଁଥିରେ ଭବିଷ୍ୟତରେ ସ୍ମାର୍ଟ ଉପକରଣ ବ୍ୟାଟେରୀ ବିନା ଚାଲି ପାରିବ ।
ନୂଆଦିଲ୍ଲୀ: ଆପଣ କ'ଣ କେବେ ଭାବିଛନ୍ତି ଯେ, ମଣିଷ ଦେହର ଝାଳରୁ ବିଦ୍ୟୁତ୍ ଉତ୍ପନ୍ନ ହୋଇ ପାରିବ ? ପ୍ରଥମେ ଏହା ନିଶ୍ଚିତ ଅଜବ ଲାଗୁଥିବ କିନ୍ତୁ, ଏହା ହେଉଛି ଭବିଷ୍ୟତର ସତ । ଜାପାନର ବୈଜ୍ଞାନିକ ଏବେ ଏହା ଉପରେ କାମ କରୁଛନ୍ତି ।

ବୈଜ୍ଞାନିକଙ୍କ ଅନୁସାରେ, ମାନବ ଶରୀର ନିଜେ ଏକ ଶକ୍ତିର ଉତ୍ସ ହୋଇପାରିବ । ଯେଉଁଥିରେ ଭବିଷ୍ୟତରେ ସ୍ମାର୍ଟ ଉପକରଣ ବ୍ୟାଟେରୀ ବିନା ଚାଲି ପାରିବ । ଆସନ୍ତୁ ବୈଜ୍ଞାନିକଙ୍କ ଏହି ଅଧ୍ୟୟନ ଓ ଅନୁସନ୍ଧାନ ବାବଦରେ ବିସ୍ତୃତ ଭାବେ ଜାଣିବା ।

ଏଥିସହ ପଢ଼ନ୍ତୁ: ରାତିସାରା ଫୋନ୍ ଚାର୍ଜ କରୁଛନ୍ତି ? ହୋଇପାରେ ବ୍ୟାଟେରୀ କ୍ଷତି 

ଜାପାନ ବୈଜ୍ଞାନିକଙ୍କ କମାଲ୍

ଜାପାନର ଟୋକିଓ ୟୁନିଭରସିଟି ଅଫ୍ ସାଇନ୍ସର ରିସର୍ଚ୍ଚର୍ସ ଏଭଳି ଏକ ଟେକ୍ନୋଲୋଜି ବିକଶିତ କରୁଛନ୍ତି । ଯେଉଁଥିରେ ମଣିଷ ଦେହର ଝାଳରୁ ବିଦ୍ୟୁତ୍ ଉତ୍ପାଦନ କରାଯାଇ ପାରିବ । ଦ ଗାର୍ଡିଆନ୍‌କୁ ବୈଜ୍ଞାନିକ କହିଛନ୍ତି, "ଆଜିକାଲି ସ୍ମାର୍ଟ ୱାଚ୍, ହେଲଥ୍ ଟ୍ରାକର୍ ଓ ଶରୀରରେ ପିନ୍ଧା ଯାଉଥିବା ଅନ୍ୟ ଉପକରଣରେ ଚାଲିବା ପାଇଁ ବ୍ୟାଟେରୀ ଆବଶ୍ୟକ । କିନ୍ତୁ ବ୍ୟାଟେରୀ ଡିଭାଇସ୍‌କୁ ଓଜନିଆ କରିଦିଏ ଓ ବାରମ୍ବାର ଚାର୍ଜ କରିବାକୁ ପଡ଼େ ।

ଆଉ ଏହି ସମସ୍ୟାର ସମାଧାନ ପାଇଛନ୍ତି ବୈଜ୍ଞାନିକ । ଯାହା ହେଉଛି ଏକ ପତଳା ୱେୟାରବୁଲ ପ୍ୟାଚ୍ । ଏହାକ ଶରୀରରେ ଲଗାଯିବ । ମଣିଷ ଦେହରୁ ବାହାରୁଥିବା ଝାଳରୁ ଏହି ପ୍ୟାଚ୍ ସିଧା ବିଦ୍ୟୁତ୍ ଉତ୍ପାଦନ କରି ପାରିବ ବୋଲି ଦାବି କରିଛନ୍ତି ବୈଜ୍ଞାନିକ ।

ପ୍ୟାଚ୍‌ରେ କ'ଣ ରହିଛି ?

ଉକ୍ତ ପ୍ୟାଚ୍‌ରେ ଏଞ୍ଜାଇମ୍ ଆଧାରିତ ବାୟୋ ଫୁଏଲ୍ ସେଲ୍ ଲାଗିଛି । ଯାହାକି ମୂତ୍ରରେ ଥିବା କେମିକାଲ୍ କମ୍ପାଉଣ୍ଡ ବିଶେଷକରି ଲାକ୍ଟେଟରୁ ଧରି ତାହାକୁ ବିଦ୍ୟୁତ୍‌ରେ ରୂପାନ୍ତରିତ କରିବ । ଏହାପରେ ଝାଳ ବାୟୋଫୁଏଲ୍ ସେଲ୍ ସଂସ୍ପର୍ଶରେ ଆସିବ । ପ୍ୟାଚ୍‌ରେ ଥିବା ଏଞ୍ଜାଇମ୍ ଏକ ଜୈବ-ରାସାୟନିକ ପ୍ରକ୍ରିୟା କରିବ । ଏହି ପ୍ରକ୍ରିୟାରେ ଇଲେକ୍ଟ୍ରୋନ୍ ବାହାରି ତାହା ବିଦ୍ୟୁତ୍ ସୃଷ୍ଟି କରିବ ।

ବଡ଼ କଥା ହେଉଛି, ଏହି ପ୍ରକ୍ରିୟା ପରିଚାଳନା ପାଇଁ ବାହ୍ୟ ବିଦ୍ୟୁତ୍ କିମ୍ବା ଚାର୍ଜିଂର ଆବଶ୍ୟକତା ପଡ଼ିବ ନାହିଁ । ଅର୍ଥାତ୍ କେହି ବ୍ୟକ୍ତି ଚାଲିକି ଯିବା ବେଳେ, ବ୍ୟାୟାମ କରିବା ବେଳେ କିମ୍ବା ଦୈନନ୍ଦିନ କାର୍ଯ୍ୟ କଲା ବେଳେ ତାଙ୍କ ଶରୀରର ବାହାରୁଥିବା ଝାଳ ହିଁ ପ୍ୟାଚ୍‌ ପାଇଁ ଇନ୍ଧନ ପାଲଟିବ ।

ଏଥିସହ ପଢ଼ନ୍ତୁ: ଡେଙ୍ଗୁ ଟିକା QDENGAକୁ ଅନୁମତି ଦେଲା ଭାରତ; ଜାଣନ୍ତୁ କେଉଁମାନେ ନେଇପାରିବେ 

ଯଦି ଏହି ଜ୍ଞାନକୌଶଳ ସଫଳ ହୁଏ, ତାହେଲେ ଆଗାମୀ ଦିନରେ ପିନ୍ଧା ଯାଇ ପାରୁଥିବା ଡିଭାଇସ୍ ତିଆରି ହୋଇପାରିବ । ଯାହାକୁ ବାରମ୍ବାର ଚାର୍ଜ କରିବାକୁ ପଡ଼ିବ ନାହିଁ । ଅର୍ଥାତ୍ ଭବିଷ୍ୟତରେ ଆପଣଙ୍କ ଝାଳରେ ହିଁ ଚାଲି ପାରିବ ଆପଣଙ୍କ ସ୍ମାର୍ଟ ଡିଭାଇସ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored