Dengue Vaccine / ଡେଙ୍ଗୁ ଟିକା QDENGAକୁ ଅନୁମତି ଦେଲା ଭାରତ; ଜାଣନ୍ତୁ କେଉଁମାନେ ନେଇପାରିବେ ?
·15 hours ago·2 min read

Key Points
QDENGA ହେଉଛି ଭାରତ ଅନୁମତି ପ୍ରଦାନ କରିଥିବା ପ୍ରଥମ ଭ୍ୟାକ୍ସିନ୍ । ଏହାକୁ ନବା ପୂର୍ବରୁ ବ୍ୟକ୍ତିଙ୍କୁ ପ୍ରଥମେ ପରୀକ୍ଷା କରିବା ଆବଶ୍ୟକ ନାହିଁ ।
ନୂଆଦିଲ୍ଲୀ: ପ୍ରତିବର୍ଷ ମୌସୁମୀ ବର୍ଷା ମାତ୍ରେ ଦେଶରେ ବଢ଼ିବାରେ ଲାଗୁଛି ଡେଙ୍ଗୁ ମାମଲା । ବର୍ଷା ଦିନେ ଡେଙ୍ଗୁରେ ଦେଶର ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ଡେଙ୍ଗୁ ଆକ୍ରାନ୍ତଙ୍କୁ ମେଡିକାଲ୍ରେ ଭର୍ତ୍ତି କରିବା ସାଧାରଣ ହୋଇଗଲାଣି ।
କିନ୍ତୁ ଅନେକ ମାମଲାରେ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ୁଛି । ପ୍ରତିବର୍ଷ ମାମଲା ବଢ଼ି ଚାଲିଥିବା ବେଳେ ଏବେ ଭାରତ ପାଇଁ ଆସିଛି ଆଶ୍ଵସ୍ତିକର ଖବର । ଭାରତ ପ୍ରଥମଥର ଡେଙ୍ଗୁରୁ ରକ୍ଷା ପାଇବା ଲାଗି ଏକ ଟିକାକୁ ମଞ୍ଜୁରୀ ଦେଇଛି ।
ଏଥିସହ ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ସନ୍ଦେହ ଜନକ ମୃତ୍ୟୁ
ଭାରତ ଅନୁମତି ଦେଇଥିବା ଡେଙ୍ଗୁ ଟିକାର ନାଁ ହେଉଛି QDENGA (କ୍ୟୁଡେଙ୍ଗା) । ଏହି ଟିକାକୁ ଜାପାନର ଫାର୍ମା କମ୍ପାନୀ Takeda ପ୍ରସ୍ତୁତ କରିଛି । ଭାରତର ଡ୍ରଗ କଣ୍ଟ୍ରୋଲର ଜେନେରାଲ୍ (DCGI) ଏହି ଟିକାକୁ ଅନୁମୋଦନ ଦେଇଛନ୍ତି ।
QDENGA ଭ୍ୟାକ୍ସିନ୍ କ'ଣ ?
QDENGA ହେଉଛି ଭାରତ ଅନୁମତି ପ୍ରଦାନ କରିଥିବା ପ୍ରଥମ ଭ୍ୟାକ୍ସିନ୍ । ଏହାକୁ ନେବା ପୂର୍ବରୁ ବ୍ୟକ୍ତିଙ୍କୁ ପ୍ରଥମେ ପରୀକ୍ଷା କରିବା ଆବଶ୍ୟକ ନାହିଁ । ଅର୍ଥାତ୍ ଆପଣଙ୍କୁ ଡେଙ୍ଗୁ ହୋଇଥିଲେ ବି ଆପଣ ଏହି ଟିକା ନେଇପାରିବେ । ମୋଟାମୋଟି କହିବାକୁ ଗଲେ ଡେଙ୍ଗୁ ଆକ୍ରାନ୍ତ, ଡେଙ୍ଗୁରୁ ସୁସ୍ଥ ଓ ଡେଙ୍ଗୁ ଆକ୍ରାନ୍ତ ହୋଇ ନଥିବା ବ୍ୟକ୍ତି ମଧ୍ୟ ଏହା ନେଇପାରିବେ ।
ଡେଙ୍ଗୁ ଟିକା ନେବା ପାଇଁ ବୟସ ସୀମା
ଏହି ଡେଙ୍ଗୁ ଟିକାକୁ ୪ ବର୍ଷ ବୟସରୁ ନେଇ ୬୦ ବର୍ଷ ବୟସ୍କ ପର୍ଯ୍ୟନ୍ତ କେହି ବି ନେଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେବାକୁ ପଡ଼ିବ । ପ୍ରଥମ ଡୋଜ୍ ଓ ଦ୍ଵିତୀୟ ଡୋଜ୍ ମଧ୍ୟରେ ୩ ମାସ ବ୍ୟବଧାନ ରଖିବାକୁ ପଡ଼ିବ ।
ଭାରତ ପାଇଁ କାହିଁକି ଜରୁରୀ ?
ଭାରତରେ ଡେଙ୍ଗୁର ସର୍ବାଧିକ ମାମଲା ଚିହ୍ନଟ ହୋଇଥାଏ । ବିଶ୍ଵରେ ଚିହ୍ନଟ ମୋଟ ଡେଙ୍ଗୁ ମାମଲା ମଧ୍ୟରୁ ଏକ ତୃତୀୟାଂଶ ମାମଲା ଭାରତରେ ଦେଖାଯାଏ । ରିପୋର୍ଟ ଅନୁସାରେ, ବିଗତ ୨୦ ବର୍ଷରେ ଭାରତରେ ଡେଙ୍ଗୁ ମାମଲା ୧୧ ଗୁଣା ବୃଦ୍ଧି ପାଇଛି । ୨୦୨୫ ମସିହାରେ ଦେଶରେ ୧.୧୩ ଲକ୍ଷ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି ।
ଟାକେଡାକୁ ୪୧ ଦେଶରେ ଅନୁମତି
ଜାପାନର ଏହି ଟାକେଡା ଟିକାକୁ ଏବେ ସୁଦ୍ଧା ବିଶ୍ଵର ୪୧ଟି ଦେଶ ଅନୁମତି ଦେଇଛନ୍ତି । ୟୁରୋପିଆନ୍ ୟୁନିଅନ, ୟୁକେ ସହ ଏକାଧିକ ଦକ୍ଷିଣପୂର୍ବ ଏସିଆ ଦେଶ ଭ୍ୟାକ୍ସିନ୍କୁ ଅନୁମତି ପ୍ରଦାନ କରିଛନ୍ତି । ଏହି ଟିକାକୁ ବିଶ୍ଵ ସ୍ଵାସ୍ଥ ସଂଗଠନ ମଧ୍ୟ ପ୍ରାକ-ଅନୁମତି ଦେଇଛି ।
ଏଥିସହ ପଢ଼ନ୍ତୁ: ନଇଁବା ବେଳେ ପେଟ କାଟୁଛି କି? ଆଦୌ ଅବହେଳା କରନ୍ତୁନି..ଆଗକୁ କରିବାକୁ ପଡ଼ିପାରେ ସର୍ଜରୀ
ଡେଙ୍ଗୁ କେତେ ମାରାତ୍ମକ ?
WHOର ୨୦୧୯ ବିଶ୍ଵ ସ୍ଵାସ୍ଥ୍ୟ ତଥ୍ୟ ଅନୁସାରେ, ଦୁନିଆର ଶ୍ରେଷ୍ଠ ୧୦ ଗମ୍ଭୀର ରୋଗ ମଧ୍ୟରେ ଡେଙ୍ଗୁ ଅନ୍ୟତମ । ଯାହାର ପ୍ରମୁଖ ଲକ୍ଷଣ ଅତ୍ୟଧିକ ଜ୍ଵର, ମୁଣ୍ଡବିନ୍ଧା, ବାନ୍ତି ଓ ଗୋଡ଼ହାତ ଯନ୍ତ୍ରଣା । କେତକ ରୋଗୀ କ୍ଷେତ୍ରରେ ଏହା ଭୀଷଣ ହୋଇ ରକ୍ତ ପ୍ଲାଜମା ଝରାଇ ନିମ୍ନ ରକ୍ତଚାପ ସୃଷ୍ଟି କରିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories