Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

ଭାରତରେ ଦେଖାଯିବନି ପ୍ରଥମ ଚନ୍ଦ୍ରଗ୍ରହଣ, ବଦଳାଇ ଦେବ ୪ଟି ରାଶିର ଭାଗ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଭାରତରେ ଦେଖାଯିବନି ପ୍ରଥମ ଚନ୍ଦ୍ରଗ୍ରହଣ, ବଦଳାଇ ଦେବ ୪ଟି ରାଶିର ଭାଗ୍ୟ

ଅର୍ଗସ ବ୍ୟୁରୋ : ୨୦୨୪ରେ ୩ଟି ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ଲାଗିବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣର ଅବଧି ରହିଛି ସକାଳ ୧୦ ମିନିଟ ୨୪ ସେକେଣ୍ଡରୁ ଦ୍ବିପହର ୩ ମିନିଟ ଏକ ସେକେଣ୍ଡ । ସମ୍ପୁର୍ଣ୍ଣ ଅବଧି ୨ ଘଣ୍ଟା ୩୬ ମିନିଟ ରହିବ ।  ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନି । ତେବେ ଏହି ଚନ୍ଦ୍ରଗ୍ରହଣ କିଛି ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେବ । ଜ୍ୟୋତିଷ୍ୟଶାସ୍ତ୍ର ମୁତାବକ ଏହି ଚନ୍ଦ୍ରଗ୍ରହଣ କିଛି ରାଶି ପାଇଁ ଶୁଭ ଅଟେ । ସେହି ରାଶିଗୁଡିକ ହେଉଛି ମିଥୁନ, ସିଂହ, ମକର ଏବଂ କୁମ୍ଭ । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଶୁଭଫଳ ଦେବ ଚନ୍ଦ୍ରଗ୍ରହଣ ।
ମିଥୁନ ରାଶି 
ଜ୍ୟୋତିଷ୍ୟଶାସ୍ତ୍ର ମୁତାବକ ପ୍ରଥମ ଚନ୍ଦ୍ରଗ୍ରଣ ମିଥୁନ ରାଶିକୁ ଖୁବ ଉତ୍ତମ ଫଳ ପ୍ରଦାନ କରିବ । ଏହି ରାଶିର ଲୋକମାନେ ନିଜ କାମକୁ ନେଇଥିବା ଚିନ୍ତାରୁ ଦୂର ହେବେ । ଏବଂ ସେମାନଙ୍କୁ ସମୟ ବିତାଇବାକୁ ଅବସର ମିଳିବ । ତେବେ ଚନ୍ଦ୍ରଗ୍ରହଣ ଦିନ ଗାଈର ସେବାକଲେ କିମ୍ବା ଗାଈକୁ ଚାରା ଦେଲେ ବିଶେଷ ଲାଭ ମିଳିବ ।
ସିଂହ ରାଶି
ସିଂହରାଶି ପାଇଁ ଖୁବ ଶୁଭ ରହିବ ଚନ୍ଦ୍ରଗ୍ରହଣ । ଏହି ରାଶି ଲୋକଙ୍କର ଖର୍ଚ୍ଚ କମ ଏବଂ ସଞ୍ଚୟ ଅଧିକ ରହିବ । ଚନ୍ଦ୍ରଗ୍ରହଣ ଦିନ ହସ୍ପିଟାଲରେ ରୋଗୀଙ୍କୁ ଫଳଦାନ କଲେ ବିଶେଷ ଲାଭ ମିଳିପାରିବ । 
ମକର ରାଶି
ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏ ରାଶି ବେଶ ଲାଭବାନ ଅଟେ । ଏହି ରାଶିର ଲୋକଙ୍କର ଅଟକିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ଏବଂ ସମସ୍ତ ସମସ୍ୟା ଦୂର ହେବ । ମହାଦେବ ଶିବଙ୍କୁ ବେଲପତ୍ର ସହ ଜଳ ସ୍ନାନ କରାଇଲେ ସମସ୍ୟା ଦୂର ହେବ ।
କୁମ୍ଭ ରାଶି 
କୁମ୍ଭ ରାଶିର ଲୋକଙ୍କ ପାଇଁ ବିଶେଷ ଲାଭଦେବ ଚନ୍ଦ୍ରଗ୍ରହଣ । ଏହି ରାଶିର ଲୋକମାନଙ୍କର ବିଦେଶ ଯାତ୍ରାର ଯୋଗ ରହିଛି । ଏବଂ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଚନ୍ଦ୍ରଗ୍ରହଣ ଦିନ ଗରିବଙ୍କ ପାଇଁ କ୍ଷୀର କିମ୍ବା କ୍ଷୀରରୁ ତିଆରି କୌଣସି ଖାଦ୍ୟ ଦେଲେ ଭାଗ୍ୟରେ ପରିବର୍ତ୍ତନ ଆସିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The first lunar eclipse will not be visible in India and will change the fortunes of 4 zodiac signs | Argus News