Future Tech / UPIରେ ବଢିଲା ଟ୍ରାଞ୍ଜାକ୍ସନ ଲିମିଟ୍

Key Points
UPI ୟୁଜରର୍ସଙ୍କ ଖୁସି ଖବର
ବଢ଼ିଲା ଟ୍ରାଞ୍ଜାକ୍ସନ ଲିମିଟ୍
ଏକାଥର କେଟ୍ରାଞ୍ଜାକ୍ସନ ହୋଇପାରିବ ୫ ଲକ୍ଷ ଟଙ୍କା
ଯଦି ଆପଣ ମଧ୍ୟ Phonepe, Paytm କିମ୍ବା Googlepay ଭଳି ଆପ୍ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। UPIର ଟ୍ରାଞ୍ଜାକ୍ସନ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପରିବର୍ତ୍ତନ କରିଛି NPCI।
NPCI ଟ୍ରାଞ୍ଜାକ୍ସନର ଲିମିଟ୍ ବଢେଇ ଦେଇଛି। ଏହି ନିୟମ ୧୫ ସେପ୍ଟେମ୍ବର ବା ସୋମବାର ଠାରୁ ଲାଗୁ ହୋଇଛି। ଆପଣ ବର୍ତ୍ତମାନ ଇନ୍ସୁରାନ୍ସ, ପୁଞ୍ଜି ବଜାର, ଲୋନ୍ EMI ଏବଂ ଟ୍ରାଭେଲ୍ ଭଳି କ୍ଷେତ୍ରରେ ଗୋଟିଏ ଦିନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ।
ତେବେ NPCI କହିଛି ଯେ ଏହି ନିୟମଗୁଡ଼ିକ କେବଳ ପର୍ସନ୍ ଟୁ ମର୍ଚ୍ଚାଣ୍ଟ୍ ବା P2M ପେମେଣ୍ଟ ପାଇଁ ଲାଗୁ ହେବ। ଏହାର ଅର୍ଥ ହେଉଛି ବ୍ୟବସାୟୀ କିମ୍ବା ସଂସ୍ଥାଗୁଡ଼ିକୁ କରାଯାଉଥିବା ପେମେଣ୍ଟ ପାଇଁ ଏହି ନୂଆ ନିୟମ ଲାଗୁ ହେବ ଆଉ ପର୍ସନ ଟୁ ପର୍ସନ ବା P2P ଲିମିଟ୍ ପୂର୍ବ ପରି ରହିବ ଯାହା ପ୍ରତିଦିନ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।
ଏହି ନୂଆ ନିୟମ ଅନୁସାରେ ଇନ୍ସୁରାନ୍ସ ପ୍ରିମିୟମ ଏବଂ ପୁଞ୍ଜି ବଜାର ନିବେଶର ସୀମା ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇପାରିବ।
ଅଧିକ ପଢନ୍ତୁ: ଆଇଫୋନ୍ ପାଇଁ ରାତି ୧୨ରୁ ଲମ୍ଵା ଲାଇନ୍
ସେହିପରି ଟ୍ରାଭେଲ୍ କ୍ଷେତ୍ରରେ ଏକାଥରକେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟ କରାଯାଇପାରିବ। ପୂର୍ବରୁ ଏହି ଲିମିଟ୍ ୧ ଲକ୍ଷ ଟଙ୍କା ଥିଲା। ଏହା ବ୍ୟତୀତ ସରକାରୀ ଇ-ମାର୍କେଟପ୍ଲେସରେ ଟ୍ୟାକ୍ସ୍ ଏବଂ EMD ପେମେଣ୍ଟ ଏବେ ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।
📱 Get Argus News App
✨ଲୋନ୍ ଏବଂ EMI କଲେକ୍ସନ୍ ପାଇଁ ଟ୍ରାଞ୍ଜାକ୍ସନ୍ ଲିମିଟ୍ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଏବେ ଥରକେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ। ସେହିପରି UPI ମାଧ୍ୟମରେ ଆପଣ ଏକାଥରକେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଳଙ୍କାର କିଣିପାରିବେ। ଆଉ ଦିନକୁ ୬ ଲକ୍ଷ ଟଙ୍କାର ଅଳଙ୍କାର କିଣିପାରିବେ।
Related Topics
Explore more stories