Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅପେକ୍ଷାର ଅନ୍ତ; ଏବେ WhatsAppରେ ପଠାନ୍ତୁ ସିକ୍ରେଟ୍ ମେସେଜ୍..

Technology

WhatsApp Secret Msg / ଅପେକ୍ଷାର ଅନ୍ତ; ଏବେ WhatsAppରେ ପଠାନ୍ତୁ ସିକ୍ରେଟ୍ ମେସେଜ୍..

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଅପେକ୍ଷାର ଅନ୍ତ; ଏବେ WhatsAppରେ ପଠାନ୍ତୁ ସିକ୍ରେଟ୍ ମେସେଜ୍..
WhatsApp Secret Message

Key Points

ହ୍ଵାଟ୍ସଆପରେ ଆସିଲା ନୂଆ ଫିଚର
ୟୁଜର ପଠାଇପାରିବେ ସିକ୍ରେଟ୍ ମେସେଜ୍
ସ୍କ୍ରିନସଟ୍ ବି ନେଇପାରିବେନି ରିସିଭର୍

ମେଟାର ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ୍ ବହୁ ଲୋକପ୍ରିୟତା ଅର୍ଜନ କରିଛି । ଅଫିସଠୁ ଆରମ୍ଭ କରି ବ୍ୟକ୍ତିଗତ ବ୍ୟବହାର ପର୍ଯ୍ୟନ୍ତ ସବୁଠି ଏହି ଆପର ବହୁଳ ବ୍ୟବହାର ହେଉଛି । ବନ୍ଧୁ, ପରିବାର ମଧ୍ୟରେ ବାର୍ତ୍ତାଳାପ ପାଇଁ କଲ୍ ପରେ ଏହି ଆପ ଉପରେ ସମସ୍ତେ ନିର୍ଭର କରୁଛନ୍ତି । ଏବେ ହ୍ଵାଟ୍ସଆପରେ ଆସିଛି ଏକ ନୂଆ ଫିଚର, ଯାହାକୁ ପ୍ରତିଟି ୟୁଜର ବହୁ ଦିନ ଧରି ଅପେକ୍ଷା କରିଥିଲେ । ଏବେ ଆପଣ ଏହି ଆପରେ ନିଜ ବନ୍ଧୁ ପରିଜନଙ୍କୁ ସିକ୍ରେଟ୍ ମେସେଜ୍ ପଠାଇପାରିବେ ।

  • ଆସିଲା View Once ଫିଚର
ପୂର୍ବରୁ ଯେପରି ଫଟୋ ପଠାଇବା ସମୟରେ ଥରେ ଉକ୍ତ ଫଟୋଟିକୁ ଦେଖିବା ଫିଚର ଥିଲା, ଏବେ ଠିକ୍ ସେହିପରି ଟେକ୍ସଟ ମେସେଜରେ ମଧ୍ୟ ଫିଚରଟି ଉପଲବ୍ଧ କରାଯାଇଛି । ଏ ସମ୍ପର୍କରେ ହ୍ଵାଟ୍ସଆପର ଆଗାମୀ ଫିଚରକୁ ଟ୍ରାକ୍ କରୁଥିବା ୱେବସାଇଟ୍ Webetainfo ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ, ଏବେ View Once ଫିଚରଟି ଡେଭପଲମେଣ୍ଟରେ ଷ୍ଟେଜ୍ ଅଛି । ଏବେ ଏହାର ବିଟା ଭର୍ସନ ଆସିଛି । ପୂର୍ବରୁ ଏହି ଫିଚରଟି ଫଟୋ ଏବଂ ଭିଡିଓକୁ ସପୋର୍ଟ କରୁଥିଲା, ଏବେ ଏହା ଟେକ୍ସଟ ମେସେଜକୁ ବି ସାମିଲ କରିବ ।

  • କାହାକୁ ପଠାଇପାରିବେ ସିକ୍ରେଟ୍ ମେସେଜ୍
ଥରେ ଏହି ନୂଆ ଫିଚରଟି ଆସିବା ପରେ ୟୁଜର କାହାକୁ ବି ସିକ୍ରେଟ୍ ମେସେଜ ପଠାଇପାରିବେ । ଏହାପରେ ଯେତେବେଳେ କୌଣସି ରିସିଭର ଉକ୍ତ ମେସେଜକୁ ପଢିବେ, ଏହାପରେ ମେସେଜ ସ୍ଵୟଂଚାଳିତ ଭାବେ ଡିଲିଟ୍ ହୋଇଯିବ । ଏହା ସେତେବେଳେ ହୋଇପାରିବ ଯେତେବେଳେ ୟୁଜର ଜଣକ ମେସେଜ୍ ପଠାଇବା ସମୟରେ View Once ଫିଚରକୁ ଚୟନ କରିଥିବେ ।

ପଢନ୍ତୁ ଏହି ଖବର: ହ୍ଵାଟ୍ସଆପରେ ଅଜଣା ନମ୍ବରରୁ ଆସୁଛି କି କଲ୍ ? ଜମାରୁ କରୁନ୍ତୁନି ଅଣଦେଖା

  • ନେଇପାରିବେନି ସ୍କ୍ରିନସଟ୍
ହ୍ଵାଟ୍ସଆପରେ ଭ୍ୟୁ ୱାନ୍ସ ଫିଚରଟି ରିସିଭ୍ ହେବାପରେ ଉକ୍ତ ମେସେଜକୁ ନା କେହି ସ୍କ୍ରିନସଟ୍ ନେଇପାରିବେ ନା କିଏ ଏହାକୁ ଅଧିକ ଥର ଦେଖିପାରିବେ । ଏହି ଫିଚରକୁ ୟୁଜର ଟେକ୍ସଟ୍ ମେସେଜ ପାଇଁ ଅନେକ ଦିନରୁ ଅପେକ୍ଷା କରିଥିଲେ । ଏହି ସିକ୍ରେଟ୍ ମେସେଜ ରିସିଭ୍ ହେବା ପରେ ମେସେଜଟି ଦେଖିବା ମାତ୍ରେ ଆପେଆପେ ଡିଲିଟ୍ ହୋଇଯିବ । ନିଜ ୟୁଜରଙ୍କୁ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବା ଲାଗି ମେଟା ହ୍ଵାଟ୍ସଆପରେ ଅନେକ ନୂଆ ଫିଚର ଆଣୁଛି । ତେବେ ଏହା କେବେ ଲଞ୍ଚ ହେବ ସେ ସମ୍ପର୍କରେ କୁହାଯାଇନାହିଁ । ଏବେ ଏହା ଡେଭଲପମେଣ୍ଟ ଷ୍ଟେଜରେ ଥିବାରୁ ଖୁବଶୀଘ୍ର ଆସିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WhatsApp Secret Message Feature: Send Texts That Can Be Viewed Only Once | Argus News