Videos
|
Technology

WhatsApp Username Feature / ୟୁଜରନେମ୍ ଫିଚରକୁ ନେଇ ହ୍ବାଟ୍ସଆପ୍‌ର ସ୍ପଷ୍ଟୀକରଣ, ୟୁଜରନେମ୍ ତିଆରି କରିବା ବାଧ୍ୟତାମୂଳକ ନୁହେଁ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ୟୁଜରନେମ୍ ଫିଚରକୁ ନେଇ ହ୍ବାଟ୍ସଆପ୍‌ର ସ୍ପଷ୍ଟୀକରଣ, ୟୁଜରନେମ୍ ତିଆରି କରିବା ବାଧ୍ୟତାମୂଳକ ନୁହେଁ
WhatsApp Username Feature

Key Points

WhatsApp ୟୁଜର୍ସଙ୍କ ପାଇଁ ବଡ଼ ଅପଡେଟ୍ !
'Username' ଫିଚରକୁ ନେଇ ଆସିଲା ସ୍ପଷ୍ଟୀକରଣ
ଜାଣନ୍ତୁ Username ଫିଚରର ସବୁ ତଥ୍ୟ
‘ୟୁଜରନେମ୍‌’ ଫିଚରକୁ ନେଇ ସ୍ପଷ୍ଟୀକରଣ ରଖିଛି ହ୍ୱାଟ୍ସଆପ୍‌ । ଚଳିତ ବର୍ଷ ଶେଷ ଆଡକୁ ଏହା ଉପଲବ୍ଧ ହେବ । ପୂର୍ବରୁ ୟୁଜର୍ସମାନେ ନିଜ ପସନ୍ଦର ୟୁଜରନେମ୍ ସଂରକ୍ଷିତ କରୁଥିବା ବେଳେ ଗୋପନୀୟତା, ସୁରକ୍ଷା ଏବଂ ପରିଚୟ ଚୋରି ଆଦି ଆଶଙ୍କାକୁ ଦୂର କରିବା ପାଇଁ କମ୍ପାନୀ ଏହି ସ୍ପଷ୍ଟୀକରଣ ଦେଇଛି ।

ଏହି 'ୟୁଜରନେମ୍' ଫିଚରର ଉଦ୍ଦେଶ୍ୟ ହେଉଛି ୟୁଜର୍ସମାନେ ନିଜର ଫୋନ୍ ନମ୍ବର ସେୟାର ନକରି ମଧ୍ୟ ହ୍ୱାଟ୍ସଆପ୍‌ରେ ପରସ୍ପର ସହ ଯୋଡି ହୋଇପାରିବେ । ବିଶେଷ କରି ଗ୍ରୁପ୍ ଚାଟ୍ ଏବଂ ନୂଆ କଣ୍ଟାକ୍ଟଗୁଡ଼ିକ ସହିତ ବାର୍ତ୍ତାଳାପ ସମୟରେ ଏହା ସହାୟକ ହେବ ।

ଅଧିକ ପଢ଼ନ୍ତୁ: ହ୍ବାଟ୍ସଆପ୍‌ର ନୂଆ Username ଫିଚରର ଯାଞ୍ଚ କରିବେ କେନ୍ଦ୍ର ସରକାର, ଅନଲାଇନ୍‌ ଫ୍ରଡ୍‌ ଆଶଙ୍କାରେ ବଡ଼ ପଦକ୍ଷେପ


ଏହି ବାର୍ଷିକ ରୋଲ୍‌ଆଉଟ୍ ପୂର୍ବରୁ ହ୍ୱାଟ୍ସଆପ୍ କିଛି ପ୍ରଶ୍ନର ଉତ୍ତର ଦେଇଛି । ହ୍ୱାଟ୍ସଆପ୍ କହିଛି ଯେ ଏହି ଫିଚର୍ସ ସମ୍ପୂର୍ଣ୍ଣ ଇଚ୍ଛାଧୀନ ହେବ । ୟୁଜର୍ସମାନଙ୍କ ପାଇଁ ୟୁଜରନେମ୍ ତିଆରି କରିବା ବାଧ୍ୟତାମୂଳକ ନୁହେଁ । 'ମେଟା ଭେରିଫାଇଡ୍' ଆକାଉଣ୍ଟଗୁଡ଼ିକର ନାମକୁ ସୁରକ୍ଷିତ ରଖାଯାଇଛି । ଯେପରି କେହି ସେମାନଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ନପାରିବେ । ଗୋପନୀୟତା ଚିନ୍ତାକୁ ନେଇ ହ୍ୱାଟ୍ସଆପ୍ କହିଛି ଯେ ଫୋନ୍ ନମ୍ବର ଭଳି ୟୁଜରନେମକୁ ମଧ୍ୟ ପ୍ଲାଟଫର୍ମରେ ସର୍ଚ୍ଚ କରାଯାଇପାରିବ ନାହିଁ ।



ଯେତେବେଳେ ଏହି ଫିଚର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ, ସେତେବେଳେ କୌଣସି ନୂଆ କଣ୍ଟାକ୍ଟରୁ ମେସେଜ୍ ଆସିଲେ, ୟୁଜର୍ସଙ୍କୁ ସେହି ସେଣ୍ଡରଙ୍କ ଦେଶ ଏବଂ ଆକାଉଣ୍ଟ ବିବରଣୀ ସହିତ ସୁରକ୍ଷା ସୂଚନା ମିଳିବ ।

ଏହାସହ ବ୍ଲକ୍ ଏବଂ ରିପୋର୍ଟ କରିବାର ସୁବିଧା ମଧ୍ୟ ରହିବ । ୟୁଜର୍ସମାନେ ଚାହିଁଲେ ଯେ କୌଣସି ସମୟରେ ଅପଡେଟ୍ ବା ରିସେଟ୍ କରି ଅଜଣା ବ୍ୟକ୍ତିଙ୍କ ମେସେଜ୍ ଆସିବା ବନ୍ଦ କରିପାରିବେ । ସେପଟେ କେନ୍ଦ୍ର ସରକାର ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରଙ୍କ ସହ ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହି ପ୍ରସ୍ତାବିତ ୟୁଜରନେମ୍ ଫିଚରକୁ ରୋଲ୍‌ଆଉଟ୍ କରାଯାଇପାରିବ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WhatsApp Clarifies Username Feature Not Mandatory | Argus News