WhatsApp Web Calling / WhatsApp ୟୁଜର୍ସଙ୍କ ପାଇଁ ବଡ଼ ଖବର, ବିନା ଆପ୍ ଇନଷ୍ଟାଲରେ ହୋଇପାରିବ Audio-Video Call
·1 hour ago·2 min read

Key Points
WhatsApp ୟୁଜର୍ସଙ୍କ ଅପେକ୍ଷା ଶେଷ
ଏହି ନୂଆ ଫିଚର୍ ଦେଖି ଆଶ୍ଚର୍ଯ୍ୟ ହେବେ
WhatsApp Webରେ ଏବେ ମାଗଣା Audio-Video Call

WhatsApp ୟୁଜର୍ସଙ୍କ ଦୀର୍ଘଦିନର ଅପେକ୍ଷାର ଅନ୍ତ ହୋଇଛି । ଏବେ ମୋବାଇଲ୍ ନୁହେଁ, ସିଧାସଳଖ WhatsApp Webରୁ ମଧ୍ୟ କରିପାରିବେ ଅଡିଓ ଓ ଭିଡିଓ କଲ୍ । ଯାହାଫଳରେ ଆଉ ଡେସ୍କଟପ୍ ଆପ୍ ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ । ଏହା ସହ କଲ୍ ଟ୍ରାନ୍ସଫର, ୱେଟିଂ ରୁମ୍, HD ଭିଡିଓ ଓ ସ୍କ୍ରିନ୍ ସେୟାରିଂ ଭଳି ଅନେକ ନୂଆ ଫିଚର୍ସ ଯୋଡ଼ି WhatsApp Webକୁ ଆହୁରି ସ୍ମାର୍ଟ ଏବଂ ପାୱାରଫୁଲ୍ କରିଛି କମ୍ପାନୀ ।
ଦୀର୍ଘଦିନର ଅପେକ୍ଷା ପରେ ଏବେ WhatsApp Webରେ ମଧ୍ୟ ଅଡିଓ ଓ ଭିଡିଓ କଲ୍ ସୁବିଧା ଉପଲବ୍ଧ ହୋଇଛି। ଏଣିକି କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ର ବ୍ରାଉଜରରେ WhatsApp ଖୋଲି ସିଧାସଳଖ କଲ୍ କରିପାରିବେ ୟୁଜର୍ସ । ଏଥିପାଇଁ ଆଉ ଅଲଗା କରି WhatsApp Desktop ଆପ୍ ଡାଉନଲୋଡ୍ କିମ୍ବା ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ।
କମ୍ପାନୀ ଏହାର ଅଫିସିଆଲ୍ ବ୍ଲଗ୍ରେ ଏହି ନୂଆ ଫିଚର୍ ନେଇ ଘୋଷଣା କରିଛି । ନୂଆ ଅପଡେଟ୍ ସହିତ Web Calling, ଡିଭାଇସ୍ ମଧ୍ୟରେ Call Transfer, Group Call ପାଇଁ Waiting Room, ଏବଂ Fast HD Video ଭଳି ଅନେକ ସୁବିଧା ସାମିଲ କରାଯାଇଛି ।
WhatsApp Webରେ ବ୍ୟକ୍ତିଗତ ଚାଟ୍ ସହିତ ଗ୍ରୁପ୍ ଚାଟ୍ରେ ମଧ୍ୟ ଅଡିଓ ଓ ଭିଡିଓ କଲିଂ କରିହେବ । ପୂର୍ବଭଳି ଏହି କଲ୍ଗୁଡ଼ିକ End-to-End Encryption ଦ୍ୱାରା ସୁରକ୍ଷିତ ରହିବ, ଯାହା ୟୁଜର୍ସଙ୍କ ଗୋପନୀୟତାକୁ ଆହୁରି ମଜବୁତ କରିବ ।
ଏହାଛଡ଼ା Screen Sharing, Call History ଓ Favorites ଭଳି ଲୋକପ୍ରିୟ ଫିଚର୍ଗୁଡ଼ିକୁ ମଧ୍ୟ WhatsApp Webରେ ଉପଲବ୍ଧ କରାଯାଇଛି। ଏହି ସବୁ ସୁବିଧା ୟୁଜର୍ସଙ୍କ ଅନୁଭବକୁ ଆହୁରି ସହଜ ଓ ସୁବିଧାଜନକ କରିବ ।
ନୂଆ Call Transfer ଫିଚର୍ର ସାହାଯ୍ୟରେ ୟୁଜର୍ସ ମୋବାଇଲ୍ରେ ଚାଲୁଥିବା ଭିଡିଓ କଲ୍କୁ ବଡ଼ ସ୍କ୍ରିନ୍କୁ ସ୍ଥାନାନ୍ତର କରିପାରିବେ । ଅର୍ଥାତ୍, ସେହି କଲ୍କୁ Tablet, WhatsApp Web କିମ୍ବା Desktop Appରେ ସହଜରେ ଜାରି ରଖିହେବ ।
ସେହିପରି, Group Call ପାଇଁ ଆସିଛି ନୂଆ Waiting Room ଫିଚର୍ । ଏଥିରେ ଗ୍ରୁପ୍ କଲ୍ର ଏକ ଲିଙ୍କ୍ ସୃଷ୍ଟି ହେବ। ଅଂଶଗ୍ରହଣକାରୀମାନେ ସେହି ଲିଙ୍କ୍ରେ କ୍ଲିକ୍ କଲେ ପ୍ରଥମେ ଏକ Virtual Waiting Roomରେ ପହଞ୍ଚିବେ। ତାପରେ ଗ୍ରୁପ୍ ଆଡମିନଙ୍କ ଅନୁମତି ମିଳିଲେ ସେମାନେ କଲ୍ରେ ଯୋଗ ଦେଇପାରିବେ । ଏହି ନୂଆ ଫିଚର୍ଗୁଡ଼ିକ WhatsApp Webକୁ ଆହୁରି ଆଧୁନିକ, ସୁରକ୍ଷିତ କରିବ ବୋଲି ଆଶା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories