ChatGPT Banned at School / ସ୍କୁଲ୍ ବ୍ୟାନ୍ କଲା ChatGPT, ୧୭ ବର୍ଷୀୟା ଛାତ୍ରୀ ତିଆରି କଲେ AI ନିଜର ଷ୍ଟାର୍ଟଅପ୍
·54 mins ago·3 min read

Key Points
ନବ୍ୟାଙ୍କ ସ୍କୁଲର Wi-Fiରେ ChatGPT, Claude ଭଳି Generative AI ଟୁଲ୍ ବ୍ଲକ୍ କରାଯାଇଛି । ଏହା ଯୋଗୁଁ ସ୍କୁଲ୍ ସମୟରେ ସେ AI ଉପରେ କମ୍ ନିର୍ଭର କରୁଥିଲେ ।
ନୂଆଦିଲ୍ଲୀ: ଯେଉଁଠି AIର କ୍ରେଜ୍ ବଢ଼ିବା ସହ ଅନେକ କ୍ଷେତ୍ରକୁ ପ୍ରଭାବିତ କରୁଛି । ବିଶ୍ଵବ୍ୟାପୀ ସ୍କୁଲ୍ ଓ କଲେଜ ଛାତ୍ର ଆସାଇନମେଣ୍ଟ ଓ ପଢ଼ାରେ AI ଟୁଲ୍ସର ବହୁଳ ବ୍ୟବହାର କରୁଛନ୍ତି । ଏଭଳି ସ୍ଥିତିରେ ସ୍କୁଲରେ ChatGPT ଓ ଅନ୍ୟ AI ଟୁଲ୍ ବ୍ୟବହାର ଉପରେ ରୋକ୍ ଲଗାଇବା ଛାତ୍ରୀଙ୍କୁ ଅଟକାଇ ପାରିନି ।
ଜଣେ ୧୭ ବର୍ଷୀୟା ଛାତ୍ରୀ ନିଜର AI ପ୍ଲାଟଫର୍ମ ତିଆରି କରିବାରେ ସଫଳ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଛାତ୍ରୀ ନବ୍ୟା ଟୁଟେଜା 'ରାହା' ନାମରେ ଏକ AI ଷ୍ଟାର୍ଟଅପ୍ ତିଆରି କରିଛନ୍ତି ।
ନବ୍ୟା ଭର୍ଜିନିଆର ଥୋମାସ ଜେଫରସନ ହାଇସ୍କୁଲ୍ ଫର୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି। ସେ ନିଜ ସ୍କୁଲର AI କ୍ଲବ୍ର ପ୍ରେସିଡେଣ୍ଟ ମଧ୍ୟ ଅଛନ୍ତି ।
ଚାକିରି ଖୋଜାରେ ସହାୟତା କରେ 'ରାହା'

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନବ୍ୟା ତିଆରି କରିଥିବା 'ରାହା' ଏକ ମାଗଣା ପ୍ଲାଟଫର୍ମ । ଏହା ବିଶେଷକରି Neurodivergent Job Seekersଙ୍କୁ କୌଣସି ଚାକିରି ତାଙ୍କ ପାଇଁ ଠିକ୍ ହୋଇପାରିବ କି ନାହିଁ, ଆବେଦନ କରିବା ପୂର୍ବରୁ ବୁଝିବାରେ ସହାୟତା କରେ ।
ଏଥିସହ ପଢ଼ନ୍ତୁ: ୩ କମ୍ପାନୀର ୱେବସାଇଟ୍ ହ୍ୟାକ୍ କଲା ଗୁଗଲ୍ର AI Gemini
ଚାକିରି ବିଜ୍ଞାପନରେ ସାଧାରଣତଃ କମ୍ପାନୀ କେଉଁ ପ୍ରକାର ପ୍ରାର୍ଥୀ ଚାହୁଁଛି, ସେ ବିଷୟରେ ଅଧିକ ତଥ୍ୟ ଥାଏ । କିନ୍ତୁ, ଅଫିସ୍ର ପରିବେଶ କିପରି, ଦୈନନ୍ଦିନ କାମ କିପରି ହେବ ଏବଂ ଚାକିରିଟି କାହା ପାଇଁ ଉପଯୁକ୍ତ ହୋଇପାରେ, ସେ ବିଷୟରେ ଅନେକ ସମୟରେ ସ୍ପଷ୍ଟ ତଥ୍ୟ ମିଳେ ନାହିଁ ।
'ରାହା' ଏହି ସମସ୍ୟାକୁ ନେଇ କାମ କରୁଛି । ଏହା ବିଭିନ୍ନ ଦିଗରୁ ଜବ୍ ଲିଷ୍ଟିଂକୁ ବିଶ୍ଳେଷଣ କରି ୟୁଜରଙ୍କୁ ଚାକିରିଟି ତାଙ୍କ ଆବଶ୍ୟକତା ସହ କେତେ ମେଳ ଖାଉଛି, ତାହା ବୁଝିବାରେ ସହାୟତା କରେ ।
ମାଆଙ୍କ ସମସ୍ୟାରୁ ଆସିଥିଲା ଆଇଡିଆ
ନବ୍ୟାଙ୍କ ମାଆଙ୍କୁ ଶୁଣିବାରେ ସମସ୍ୟା ରହିଛି । ତାଙ୍କ ଅଭିଜ୍ଞତା ଏବଂ Neurodivergent ଲୋକଙ୍କ ଚାକିରି ଖୋଜିବା ସମୟରେ ଥିବା ସମସ୍ୟାକୁ ଦେଖି ନବ୍ୟା 'ରାହା' ତିଆରି କରିବାର ଚିନ୍ତା କରିଥିଲେ । ସେ ପ୍ଲାଟଫର୍ମର ମୁଖ୍ୟ ଆଲଗୋରିଦମ୍ ନିଜେ ତିଆରି କରିଛନ୍ତି । ଷ୍ଟାର୍ଟଅପ୍କୁ ନିଜେ ତିଆରି କରିଥିବା ନବ୍ୟା ଏବେ ଏହାକୁ ମାଗଣାରେ ଚଳାଉଛନ୍ତି ।

ସେପ୍ଟେମ୍ବର ୨୦୨୬ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଲଞ୍ଚ୍ ହେବାର ପ୍ରାୟ ଦୁଇ ମାସ ମଧ୍ୟରେ 'ରାହା'ରେ ୧,୦୦୦ରୁ ଅଧିକ ଆକ୍ଟିଭ୍ ୟୁଜର୍ ଏବଂ ୨୦,୦୦୦ରୁ ଅଧିକ ଜବ୍ ଲିଷ୍ଟିଂ ଥିଲା ।
ସ୍କୁଲରେ AI ବ୍ୟବହାର ଉପରେ ରୋକ୍
ନବ୍ୟାଙ୍କ ସ୍କୁଲର Wi-Fiରେ ChatGPT, Claude ଭଳି Generative AI ଟୁଲ୍ ବ୍ଲକ୍ କରାଯାଇଛି । ଏହା ଯୋଗୁଁ ସ୍କୁଲ୍ ସମୟରେ ସେ AI ଉପରେ କମ୍ ନିର୍ଭର କରୁଥିଲେ । ପରୀକ୍ଷା ପାଇଁ ପଢ଼ିବା ଏବଂ ସ୍କୁଲ୍ କାମ କରିବା ସମୟରେ ନିଜେ ଚିନ୍ତା କରିବାକୁ ସେ ଅଧିକ ଗୁରୁତ୍ୱ ଦେଇଥିଲେ ।
ନବ୍ୟା କହିଛନ୍ତି ଯେ, "AIକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ଠାରୁ ଏହାର ସଠିକ୍ ବ୍ୟବହାର ଓ ନିୟମ ଉପରେ ଗୁରୁତ୍ୱ ଦେବା ଦରକାର । ସେ ନିଜ ଷ୍ଟାର୍ଟଅପ୍ରେ AI ବ୍ୟବହାର କରିଥିଲେ ମଧ୍ୟ ମୁଖ୍ୟ ଆଲଗୋରିଦମ୍ ନିଜେ ଲେଖିଛନ୍ତି । ଇମେଲ୍ ଲେଖିବା, ତଥ୍ୟକୁ ସଜାଇବା ଏବଂ ୱେବସାଇଟ୍ର କିଛି ମେକାନିକାଲ୍ କାମରେ ସେ AIର ସହାୟତା ନିଅନ୍ତି ।"
'ଲେଜିବଲ୍' ନାମରେ ଆଉ ଏକ ଟୁଲ୍
'ରାହା' ବ୍ୟତୀତ ନବ୍ୟା 'Legible' ନାମରେ ଆଉ ଏକ ଟୁଲ୍ ତିଆରି କରିଛନ୍ତି । ଏହା ସ୍ଵତନ୍ତ୍ର ଶିକ୍ଷା ସହ ଜଡ଼ିତ ଜଟିଳ ଡକ୍ୟୁମେଣ୍ଟକୁ ପରିବାର ପାଇଁ ସରଳ ଭାଷାରେ ବୁଝିବାରେ ସହାୟତା କରିବା ପାଇଁ ତିଆରି ହୋଇଛି ।
ଆଗକୁ ନବ୍ୟା କଲେଜ୍ରେ ପଢ଼ିବାକୁ ଚାହୁଁଛନ୍ତି । ତେବେ 'ରାହା'ର ବ୍ୟବହାର ବଢ଼ିଲେ ଏହାକୁ ପୂରା ସମୟ ଦେବା ବିଷୟରେ ମଧ୍ୟ ସେ ଚିନ୍ତା କରିପାରନ୍ତି ।

Related Topics
Explore more stories