Videos
|
Technology

ChatGPT Banned at School / ସ୍କୁଲ୍ ବ୍ୟାନ୍ କଲା ChatGPT, ୧୭ ବର୍ଷୀୟା ଛାତ୍ରୀ ତିଆରି କଲେ ନିଜର AI ଷ୍ଟାର୍ଟଅପ୍

Sushanta Sahoo
Browse all articles by Sushanta Sahoo
·3 weeks ago·3 min read
ସ୍କୁଲ୍ ବ୍ୟାନ୍ କଲା ChatGPT, ୧୭ ବର୍ଷୀୟା ଛାତ୍ରୀ ତିଆରି କଲେ ନିଜର AI ଷ୍ଟାର୍ଟଅପ୍
17-Year-Old Student Builds Her Own AI Startup

Key Points

ନବ୍ୟାଙ୍କ ସ୍କୁଲର Wi-Fiରେ ChatGPT, Claude ଭଳି Generative AI ଟୁଲ୍ ବ୍ଲକ୍ କରାଯାଇଛି । ଏହା ଯୋଗୁଁ ସ୍କୁଲ୍ ସମୟରେ ସେ AI ଉପରେ କମ୍ ନିର୍ଭର କରୁଥିଲେ । 
ନୂଆଦିଲ୍ଲୀ: ଯେଉଁଠି AIର କ୍ରେଜ୍ ବଢ଼ିବା ସହ ଅନେକ କ୍ଷେତ୍ରକୁ ପ୍ରଭାବିତ କରୁଛି । ବିଶ୍ଵବ୍ୟାପୀ ସ୍କୁଲ୍ ଓ କଲେଜ ଛାତ୍ର ଆସାଇନମେଣ୍ଟ ଓ ପଢ଼ାରେ AI ଟୁଲ୍ସର ବହୁଳ ବ୍ୟବହାର କରୁଛନ୍ତି । ଏଭଳି ସ୍ଥିତିରେ ସ୍କୁଲରେ ChatGPT ଓ ଅନ୍ୟ AI ଟୁଲ୍ ବ୍ୟବହାର ଉପରେ ରୋକ୍ ଲଗାଇବା ଛାତ୍ରୀଙ୍କୁ ଅଟକାଇ ପାରିନି ।

ଜଣେ ୧୭ ବର୍ଷୀୟା ଛାତ୍ରୀ ନିଜର AI ପ୍ଲାଟଫର୍ମ ତିଆରି କରିବାରେ ସଫଳ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଛାତ୍ରୀ ନବ୍ୟା ଟୁଟେଜା 'ରାହା' ନାମରେ ଏକ AI ଷ୍ଟାର୍ଟଅପ୍ ତିଆରି କରିଛନ୍ତି ।

ନବ୍ୟା ଭର୍ଜିନିଆର ଥୋମାସ ଜେଫରସନ ହାଇସ୍କୁଲ୍ ଫର୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି। ସେ ନିଜ ସ୍କୁଲର AI କ୍ଲବ୍‌ର ପ୍ରେସିଡେଣ୍ଟ ମଧ୍ୟ ଅଛନ୍ତି ।

ଚାକିରି ଖୋଜାରେ ସହାୟତା କରେ 'ରାହା'

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନବ୍ୟା ତିଆରି କରିଥିବା 'ରାହା' ଏକ ମାଗଣା ପ୍ଲାଟଫର୍ମ । ଏହା ବିଶେଷକରି Neurodivergent Job Seekersଙ୍କୁ କୌଣସି ଚାକିରି ତାଙ୍କ ପାଇଁ ଠିକ୍ ହୋଇପାରିବ କି ନାହିଁ, ଆବେଦନ କରିବା ପୂର୍ବରୁ ବୁଝିବାରେ ସହାୟତା କରେ ।

ଏଥିସହ ପଢ଼ନ୍ତୁ: ୩ କମ୍ପାନୀର ୱେବସାଇଟ୍ ହ୍ୟାକ୍ କଲା ଗୁଗଲ୍‌ର AI Gemini 

ଚାକିରି ବିଜ୍ଞାପନରେ ସାଧାରଣତଃ କମ୍ପାନୀ କେଉଁ ପ୍ରକାର ପ୍ରାର୍ଥୀ ଚାହୁଁଛି, ସେ ବିଷୟରେ ଅଧିକ ତଥ୍ୟ ଥାଏ । କିନ୍ତୁ, ଅଫିସ୍‌ର ପରିବେଶ କିପରି, ଦୈନନ୍ଦିନ କାମ କିପରି ହେବ ଏବଂ ଚାକିରିଟି କାହା ପାଇଁ ଉପଯୁକ୍ତ ହୋଇପାରେ, ସେ ବିଷୟରେ ଅନେକ ସମୟରେ ସ୍ପଷ୍ଟ ତଥ୍ୟ ମିଳେ ନାହିଁ ।

'ରାହା' ଏହି ସମସ୍ୟାକୁ ନେଇ କାମ କରୁଛି । ଏହା ବିଭିନ୍ନ ଦିଗରୁ ଜବ୍ ଲିଷ୍ଟିଂକୁ ବିଶ୍ଳେଷଣ କରି ୟୁଜରଙ୍କୁ ଚାକିରିଟି ତାଙ୍କ ଆବଶ୍ୟକତା ସହ କେତେ ମେଳ ଖାଉଛି, ତାହା ବୁଝିବାରେ ସହାୟତା କରେ ।

ମାଆଙ୍କ ସମସ୍ୟାରୁ ଆସିଥିଲା ଆଇଡିଆ

ନବ୍ୟାଙ୍କ ମାଆଙ୍କୁ ଶୁଣିବାରେ ସମସ୍ୟା ରହିଛି । ତାଙ୍କ ଅଭିଜ୍ଞତା ଏବଂ Neurodivergent ଲୋକଙ୍କ ଚାକିରି ଖୋଜିବା ସମୟରେ ଥିବା ସମସ୍ୟାକୁ ଦେଖି ନବ୍ୟା 'ରାହା' ତିଆରି କରିବାର ଚିନ୍ତା କରିଥିଲେ । ସେ ପ୍ଲାଟଫର୍ମର ମୁଖ୍ୟ ଆଲଗୋରିଦମ୍ ନିଜେ ତିଆରି କରିଛନ୍ତି । ଷ୍ଟାର୍ଟଅପ୍‌କୁ ନିଜେ ତିଆରି କରିଥିବା ନବ୍ୟା ଏବେ ଏହାକୁ ମାଗଣାରେ ଚଳାଉଛନ୍ତି ।

ସେପ୍ଟେମ୍ବର ୨୦୨୬ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଲଞ୍ଚ୍ ହେବାର ପ୍ରାୟ ଦୁଇ ମାସ ମଧ୍ୟରେ 'ରାହା'ରେ ୧,୦୦୦ରୁ ଅଧିକ ଆକ୍ଟିଭ୍ ୟୁଜର୍ ଏବଂ ୨୦,୦୦୦ରୁ ଅଧିକ ଜବ୍ ଲିଷ୍ଟିଂ ଥିଲା ।

ସ୍କୁଲରେ AI ବ୍ୟବହାର ଉପରେ ରୋକ୍

ନବ୍ୟାଙ୍କ ସ୍କୁଲର Wi-Fiରେ ChatGPT, Claude ଭଳି Generative AI ଟୁଲ୍ ବ୍ଲକ୍ କରାଯାଇଛି । ଏହା ଯୋଗୁଁ ସ୍କୁଲ୍ ସମୟରେ ସେ AI ଉପରେ କମ୍ ନିର୍ଭର କରୁଥିଲେ । ପରୀକ୍ଷା ପାଇଁ ପଢ଼ିବା ଏବଂ ସ୍କୁଲ୍ କାମ କରିବା ସମୟରେ ନିଜେ ଚିନ୍ତା କରିବାକୁ ସେ ଅଧିକ ଗୁରୁତ୍ୱ ଦେଇଥିଲେ ।

ନବ୍ୟା କହିଛନ୍ତି ଯେ, "AIକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ଠାରୁ ଏହାର ସଠିକ୍ ବ୍ୟବହାର ଓ ନିୟମ ଉପରେ ଗୁରୁତ୍ୱ ଦେବା ଦରକାର । ସେ ନିଜ ଷ୍ଟାର୍ଟଅପ୍‌ରେ AI ବ୍ୟବହାର କରିଥିଲେ ମଧ୍ୟ ମୁଖ୍ୟ ଆଲଗୋରିଦମ୍ ନିଜେ ଲେଖିଛନ୍ତି । ଇମେଲ୍ ଲେଖିବା, ତଥ୍ୟକୁ ସଜାଇବା ଏବଂ ୱେବସାଇଟ୍‌ର କିଛି ମେକାନିକାଲ୍ କାମରେ ସେ AIର ସହାୟତା ନିଅନ୍ତି ।"

'ଲେଜିବଲ୍' ନାମରେ ଆଉ ଏକ ଟୁଲ୍

'ରାହା' ବ୍ୟତୀତ ନବ୍ୟା 'Legible' ନାମରେ ଆଉ ଏକ ଟୁଲ୍ ତିଆରି କରିଛନ୍ତି । ଏହା ସ୍ଵତନ୍ତ୍ର ଶିକ୍ଷା ସହ ଜଡ଼ିତ ଜଟିଳ ଡକ୍ୟୁମେଣ୍ଟକୁ ପରିବାର ପାଇଁ ସରଳ ଭାଷାରେ ବୁଝିବାରେ ସହାୟତା କରିବା ପାଇଁ ତିଆରି ହୋଇଛି ।

ଆଗକୁ ନବ୍ୟା କଲେଜ୍‌ରେ ପଢ଼ିବାକୁ ଚାହୁଁଛନ୍ତି । ତେବେ 'ରାହା'ର ବ୍ୟବହାର ବଢ଼ିଲେ ଏହାକୁ ପୂରା ସମୟ ଦେବା ବିଷୟରେ ମଧ୍ୟ ସେ ଚିନ୍ତା କରିପାରନ୍ତି ।
17-Year-Old Student Builds AI Startup After ChatGPT Ban at School | Argus News | Argus News Odia