Gemini AI Hack / ୩ କମ୍ପାନୀର ୱେବସାଇଟ୍ ହ୍ୟାକ୍ କଲା ଗୁଗଲ୍ର AI Gemini
·1 hour ago·2 min read

Key Points
AI ମଡେଲ୍ଗୁଡ଼ିକୁ ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ସିଷ୍ଟମ୍ରେ ଅଧିକ ସ୍ୱାଧୀନ ଆକ୍ସେସ୍ ମିଳୁଥିବାରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ନୂଆ ପ୍ରଶ୍ନ ଉଠିଛି ।
ନୂଆଦିଲ୍ଲୀ: ଗୁଗଲ୍ର AI ମଡେଲ୍ Geminiକୁ ନେଇ ସାଇବର ସୁରକ୍ଷା ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି । ମେ’ ୨୦୨୬ରେ ଏକ ସାଇବର ସୁରକ୍ଷା ପରୀକ୍ଷଣ ସମୟରେ Gemini ତିନିଟି କମ୍ପାନୀର ସିଷ୍ଟମ୍ରେ ଅନଧିକୃତ ଭାବେ ପ୍ରବେଶ କରିଥିଲା । ଏହି ପରୀକ୍ଷଣ କରୁଥିଲା ସ୍ୱାଧୀନ AI ସୁରକ୍ଷା ମୂଲ୍ୟାଙ୍କନ ସଂସ୍ଥା Irregular ।
ରିପୋର୍ଟ ଅନୁସାରେ, ପରୀକ୍ଷଣରେ AI ମଡେଲ୍କୁ କିଛି ନିର୍ଦ୍ଦିଷ୍ଟ ସିଷ୍ଟମ୍ର ସୁରକ୍ଷା ଯାଞ୍ଚ କରିବାକୁ ଦିଆଯାଇଥିଲା । କିନ୍ତୁ ପରୀକ୍ଷଣ ପରିବେଶରେ ଇଣ୍ଟରନେଟ୍ ଆକ୍ସେସ୍ ମିଳିବା ପରେ Gemini ଅନଲାଇନ୍ରେ ଥିବା ସୂଚନା ବ୍ୟବହାର କରି ଅନ୍ୟ ସିଷ୍ଟମ୍ରେ ପ୍ରବେଶ କରିଥିଲା ।
ଏକ ଘଟଣାରେ Gemini ପାସୱାର୍ଡ ଅନୁମାନ କରି ବ୍ୟବହାର ତାହାକୁ ବ୍ୟବହାର କରି ସୁରକ୍ଷିତ ସିଷ୍ଟମ୍ରେ ପ୍ରବେଶ କରିଥିଲା । ଅନ୍ୟ ଦୁଇଟି ଘଟଣାରେ ସାର୍ବଜନୀନ ଅନଲାଇନ୍ ରିପୋର୍ଟରୁ ମିଳିଥିବା କ୍ରେଡେନ୍ସିଆଲ୍ ବ୍ୟବହାର କରି ସିଷ୍ଟମ୍କୁ ଆକ୍ସେସ୍ କରିଥିବା ଜଣାପଡ଼ିଛି । ଆଉ ଏହି କଥା ପ୍ରଥମଥର ପାଇଁ ଗୁଗଲ୍ ସ୍ଵୀକାର କରିଛି ।
ଏଥିସହ ପଢ଼ନ୍ତୁ: ମଣିଷ ସମାଜକୁ ମହଙ୍ଗା ପଡ଼ିବ AI ! ବରିଷ୍ଠ ଗବେଷକଙ୍କ ଚେତାବନୀ
ଗୁଗଲ୍ର ମୁଖପାତ୍ର ଏଡକିନ୍ସ ଏହି ଘଟଣାଗୁଡ଼ିକୁ ନିଶ୍ଚିତ କରିଛନ୍ତି । ତାଙ୍କ ଅନୁସାରେ, ତିନୋଟି ଘଟଣାରେ Gemini ଅନୁପ୍ରବେଶ ପରେ ହ୍ୟାକିଂ କାର୍ଯ୍ୟ ବନ୍ଦ କରି ନିଜେ ବାହାରି ଆସିଥିଲା । ପୃକ୍ତ ତିନିଟି ସଂସ୍ଥାକୁ ଏ ବିଷୟରେ ଜଣାଇ ଦିଆଯାଇଛି ଏବଂ ପରୀକ୍ଷଣ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା କେବଳ ଗୁଗଲ୍ର Geminiକୁ ନେଇ ନୁହେଁ। Irregularର ପରୀକ୍ଷଣ ସହ ଜଡ଼ିତ AI ସୁରକ୍ଷା ଘଟଣା ବିଷୟରେ OpenAI, Anthropic ଓ Meta ମଧ୍ୟ ପୂର୍ବରୁ ତଥ୍ୟ ସାର୍ବଜନୀନ କରିଛନ୍ତି । AI ମଡେଲ୍ଗୁଡ଼ିକୁ ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ସିଷ୍ଟମ୍ରେ ଅଧିକ ସ୍ୱାଧୀନ ଆକ୍ସେସ୍ ମିଳୁଥିବାରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ନୂଆ ପ୍ରଶ୍ନ ଉଠିଛି ।
ଗୁଗଲ୍ର କହିବା ଅନୁସାରେ, ଏଭଳି ଘଟଣା ଶକ୍ତିଶାଳୀ AI ମଡେଲ୍କୁ ଦାୟିତ୍ୱର ସହ କାମ କରିବା ପାଇଁ ଠିକ୍ ଭାବେ ଟ୍ରେନିଂ ଏବଂ ସୁରକ୍ଷା ପରୀକ୍ଷଣ କରିବାର ଗୁରୁତ୍ୱ ଦର୍ଶାଉଛି । AIକୁ ଇଣ୍ଟରନେଟ୍ ଆକ୍ସେସ୍ ଦେବା ନେଇ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରଶ୍ନ ହେଉଛି, ଯେତେବେଳେ AI କମ୍ପାନୀଗୁଡ଼ିକର ସୁରକ୍ଷା ଭେଦ କରି ହ୍ୟାକ୍ କରି ନେଉଛନ୍ତି । ସେ କ୍ଷେତ୍ରରେ ସାଧାରଣ ଜନତାଙ୍କ ସହ କ'ଣ କରିବେ ? AI ସାଧାରଣ ଲୋକଙ୍କ ସମସ୍ତ ଡାଟା କାଢ଼ି ପାରିବ । ଫୋନରୁ ନେଇ ଲାପଟପ୍ ଯେଉଁଠି ଇଣ୍ଟରନେଟ୍ ରହିଛି, ସେଠୁ AI ଆପଣଙ୍କ ତଥ୍ୟ ତା ନିକଟକୁ ନେଇ ଦରକାର ବେଳେ ବ୍ୟବହାର କରିପାରିବ । ଏହାର ଅର୍ଥ ହେଉଛି, ଯେଉଁମାନେ AI ତିଆରି କରିଥିଲେ ଏବେ ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଯାଉଛି ।

Related Topics
Explore more stories